ବିଜେପିର ଅସ୍ତିତ୍ବ ଆଡଭାନୀ, ତାଙ୍କ କାରଣରୁ ମୋଦି ପ୍ରଧାନମନ୍ତ୍ରୀ ହୋଇଛନ୍ତି: ଉମା ଭାରତୀ

ନୂଆଦିଲ୍ଲୀ,୨୨।୩: ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନାତା ପାର୍ଟି(ବିଜେପି) ପକ୍ଷରୁ ଜାରି କରାଯାଇଥିବା ପ୍ରାର୍ଥୀ ତାଲିକାରେ ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଟିକେଟ୍ କାଟି ଦିଆଯାଇଛି। ଏବେ ଏହାପରେ କେହି କେହି ଆଡଭାନୀଙ୍କ ଟିକେଟ୍ କାଟିବା କାରଣ ପାଇଁ ତାଙ୍କର ବୟସକୁ ଦାୟୀ କରିଛନ୍ତି ତ ଆଉ କେହି ଏଥିପାଇଁ ସଫେଇ ଦେଉଛନ୍ତି। ଏହା ଭିତରେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ କହିଛନ୍ତି ଆଡଭାନୀଙ୍କ ଟିକେଟ କଟିନାହିଁ, ଏଥର ସେ ନିର୍ବାଚନ ଲଢିବେନି ବୋଲି ମନା କରିଦେଇଛନ୍ତି। ଏହାର କାରଣ ହେଉଛି ଯେ ଆଡଭାନୀ ପୂର୍ବରୁ ମଧ୍ୟ ବହୁବାର ନିର୍ବାଚନ ଲଢିନାହାଁନ୍ତି। ଆଡଭାନୀଙ୍କୁ ଆମେ ଭୁଲି ହିଁ ପାରିବୁନି, ୧୯୮୪ରେ ୨ଟି ଆସନ ଥିବା ବିଜେପି ଆଜି କେବଳ ତାଙ୍କ ପାଇଁ ହିଁ ଏତେ ଆଗକୁ ଆସିପାରିଛି।
ଅଯୋଧ୍ୟ ଆନ୍ଦୋଳନର ନେତୃତ୍ବ ଆଡଭାନୀ ନେଇଥିଲେ, ଯେଉଁ ରଥଯାତ୍ରା ସେ ବାହାର ସେଥିରେ ଆଜି ମୋଦି ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ତାଙ୍କର କେବଳ ଯୋଗଦାନ ନୁହେଁ, ତାଙ୍କର ରହିବା ହିଁ କେବଳ ଦଳ ପାଇଁ ବଡ କଥା। ଆଜି ବିଜେପିର ଅସ୍ତିତ୍ବ କେବଳ ତାଙ୍କ ପାଇଁ ବୋଲି କହିଛନ୍ତି ଉମା ଭାରତୀ। ସେ କହିଛନ୍ତି ଏ କଥା ଗୋଆରୁ ଆରମ୍ଭ ହୋଉଛି, ଯେବେ ମୋଦିଙ୍କୁ ପ୍ରଚାର ସମିତିର ଦାୟିତ୍ବ ଦିଆଯିବା ନେଇ ଚର୍ଚ୍ଚା ହୋଇଥିଲା ଓ ରାଜନାଥ ଦଳର ଅଧ୍ୟକ୍ଷ ଥିଲେ, ସେ ସମୟରେ ମଧ୍ୟ ଆଡଭାନୀ ଗୋଆ ଯାଇନଥିଲେ। ଏହି କାରଣରୁ ଚର୍ଚ୍ଚା ହୋଇଥିଲା ଓ ମୋଦି ବନାମ ଆଡଭାନୀ ବୋଲି କୁହାଯାଇଥିଲା। ଏହି କଥା ଆଜି ପର୍ଯ୍ୟନ୍ତ ଶେଷ ହୋଇନି। ଆଡଭାନୀଙ୍କୁ ମୁଁ କେବଳ ଏତିକି କହିବି ସେ ମୋଦିଙ୍କୁ ଆର୍ଶିବାଦ ଦିଅନ୍ତୁ ଓ ଏହି କଥାକୁ ଖଣ୍ଡନ କରନ୍ତୁ। ବଡମାନେ ସାନମାନଙ୍କୁ ସମ୍ମାନର ସହ ଆଗକୁ ବଢାଇଛନ୍ତି, ଏହି ପରମ୍ପରାକୁ ଆଡଭାନୀ ମଧ୍ୟ ଜାଣନ୍ତି।
ଅମିତ ଶାହା ଗାନ୍ଧିନଗରରୁ ନିର୍ବାଚନ ଲଢୁଛନ୍ତି ଏହା ବହୁତ ଭଲ କଥା। ସେ ଏହାକୁ ସ୍ବାଗତ କରିଛନ୍ତି ବୋଲି ମଧ୍ୟ କହିଛନ୍ତି। ତାଙ୍କ ମତରେ ଏହାଦ୍ବାରା ସନ୍ତୁଳନ ବଜାୟ ରହିବ। ଗାନ୍ଧି ନଗରରୁ ଆଡଭାନୀଙ୍କ ଭଳି ବ୍ୟକ୍ତି ନିର୍ବାଚନ ଲଢୁଥିଲେ, ଏବେ ସେଠାରୁ ଶାହା ଲଢିବେ। ଆଡଭାନୀଙ୍କ ଉତ୍ତରାଧିକାରୀ ଭାବରେ ସେ ଏହାକୁ ସମ୍ଭାଳିବେ।