ଲେଡିଜ୍ ଟଏଲଟରେ ପଶି ଏମିତି କାମ କରୁଥିଲା ଭାଲୁ, ଦେଖନ୍ତୁ ଭିଡିଓ

ନୁଆଦିଲ୍ଲୀ ୫/୯: ସୋସିଆଲ ମିଡିଆରେ ବେଳେବେଳେ ଅନେକ ଘଟଣା ଭାଇରାଲ ହୋଇଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । ଏମିତି ଏକ ଘଟଣା ଘଟିଛି  ଆମେରିକାରର ମୋଣ୍ଟାନା ସହରରେ । ଏଠାରେ ଏକ ଭାଲୁ ହୋଟେଲରେ ଲେଡିଜ୍ ଟଏଲେଟରେ ପଶିଆସିଥିଲା । ଭାଲୁକୁ ଦେଖି ହୋଟେଲ କର୍ମଚାରୀ ଭୟଭୀତ ହୋଇପଡିଥିଲେ ।

ୱକ୍ ଟି-୪ ଲଜ୍ ଆଣ୍ଡ ରେଷ୍ଟୋରା ନାମକ ଏକ ହୋଟେଲ ନ୍ୟାସନାଲ୍ ଫରେଷ୍ଟ ପାଖରେ ସ୍ଥିତ । ଏଥିପାଇଁ ଏଠାରେ ୱାଇଲ୍ଡ ଲାଇଫର ଅଧିକାରୀ ପ୍ରାୟତଃ ଆସିଥାନ୍ତି । କିନ୍ତୁ ପ୍ରଥମ ଥର ପାଇଁ ଏକ ଭାଲୁ ହୋଟେଲ ଭିତରକୁ ପଶିଆସିଥିଲା ।

ହୋଟେଲ ମ୍ୟାନେଜର ତଥା ମାଲିକ ଡେଭିଡ୍ ଓ କନର କୁହନ୍ତି ଯେ ଭାଲୁ ଟଏଲଟ୍ ଭିତରେ ଫସିଯାଇଥିଲା । ସେ ବାହାରିବା ପାଇଁ ଚେଷ୍ଟା କଲା କିନ୍ତୁ ଝରକା ବହୁତ ଉପରେ ଥିଲା । ଏଥିପାଇଁ ସେ ବାହାରୁ ପାରୁନଥିଲା । ଏବଂ ଶେଷରେ ନିଦ ଲାଗିବାରୁ ସେଇଠାରେ ଶୋଇପଡିଥିଲା ।

We had a surprise visitor last night in the hotel lobby. A yearling black bear found its way through a window into the ladies' room. Huge shoutout to Gallatin County Sheriff's Office and Montana Fish, Wildlife & Parks for keeping our guests safe, while recognizing what a once-in-a-lifetime experience it was. They were professional and safe, and provided a great opportunity for folks to learn a little bit about wildlife management. #buckst4 #visitbigsky #yellowstonecountry #beyondyellowstone

Buck's T-4 Lodge & Restaurant ಅವರಿಂದ ಈ ದಿನದಂದು ಪೋಸ್ಟ್ ಮಾಡಲಾಗಿದೆ ಭಾನುವಾರ, ಸೆಪ್ಟೆಂಬರ್ 1, 2019

ପୋଲିସ ଓ ୱାଇଲ୍ଡଲାଇଫ୍ ଅଧିକାରୀମାନେ ଭାଲୁକୁ ଟଏଲଟରୁ ବାହାର କଲେ । ତାର ଚେକଅପ କରାଗଲା ଏବଂ ପରେ ଜଙ୍ଗଲରେ ଛାଡି ଦିଆଗଲା ।

ହୋଟେଲ ଗତ ରବିବାର ନିଜ ଫେସବୁକ ପେଜରେ ଏହି ଘଟଣାର ଭିଡିଓ ସେୟାର କରିଥିଲା ଯାହାକୁ ଏପର୍ଯ୍ଯନ୍ତ ୭୦ ହଜାର ୟୁଜର୍ସ ଦେଖିସାରିଲେଣି । ଏହା ସହିତ ୧୧୦୦ ରୁ ଅଧିକ ଲୋକ ଏହି ଭିଡିଓକୁ ସେୟାର କରିଛନ୍ତି ।

   ସମ୍ବନ୍ଧିତ ଖବର


କୋଭିଡ୍‌ ଚିକିତ୍ସାର ନୂଆ ଆବିଷ୍କାର ନିମନ୍ତେ ୧୪ ବର୍ଷୀୟା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସମ୍ମାନିତ

ବିଧାନସଭାରେ ରାତି ବିତେଇଲେ ଆମ୍ ଆଦମୀ ବିଧାୟକ !

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?