ଲୋକଙ୍କୁ ଦେଖି କଳା ନାଗୁଣୀ ଛାଡିଲା ବିଷ, ମାରିବେ କ’ଣ ଭୟରେ ସମସ୍ତେ ଦୌଡିଲେ

ନୁଆଦିଲ୍ଲୀ ୧୩/୨: ଗୋଟିଏ ଘରେ ସେତେବେଳେ ସମସ୍ତେ ଚକିତ ହୋଇଗଲେ ଯେତେବେଳେ ଅଚନାକ ୪ ଫୁଟ ଲମ୍ବା କଳା ରଙ୍ଗର ସାପ ପଶିଆସିଲା । ଆହୁରି ଆଶ୍ଚର୍ଯ୍ୟଜନକ ଘଟଣା ସେତେବେଳେ ଘଟିଲା ଯେତେବେଳେ ସମସ୍ତେ ମିଶି ସାପକୁ ଘଉଡାଇବା ପାଇଁ ଚେଷ୍ଟା କଲେ । ଭିଡ ହେବାରୁ ସାପଟି ପାଟିରୁ ବିଷ ଫୋପାଡିବା ଆରମ୍ଭ କରିଦେଲା । ଏହା ପରେ ଭୟରେ ସମସ୍ତେ ଦୌଡିବାରେ ଲାଗିଲେ । ଉତ୍ତରାଖଣ୍ଡର ଧର୍ମୱାଲା ଗାଁରେ ଘଟିଛି ଏହି ଘଟଣା ।

ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଗଲା ବନ ବିଭାଗ ଟିମ୍ । ଅନେକ ପରିଶ୍ରମ ପରେ ଶେଷରେ କୋବ୍ରାକୁ କାବୁ କରାଗଲା । କାଳସୀ ବନ ପ୍ରଭାଗର ଟିମଲି ରେଞ୍ଜ ଅନ୍ତର୍ଗତ ଧର୍ମୱାଲା ଅଧିବାସୀ ନିଶାନ ଚୌଧୁରୀ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଅଚାନକ କେଉଁଆଡୁ ଗୋଟେ କଳା ନାଗ ପଶିଆସିଲା । ଏହା ପରେ ଆରମ୍ଭ ହୋଇଗଲା ଦୃଶ୍ୟ । ତାକୁ ଘଉଡାଇବା ପାଇଁ ଚେଷ୍ଟା କରିବାରୁ ସାପଟି ବିଷ ଫୋପାଡିବାକୁ ଲାଗିଲା । ଏହା ପରେ ଧାଁ ଦୌଡ ଲାଗିଗଲା ।

ଏହା ପରେ ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ଅନେକ ଘଣ୍ଟାର ପରିଶ୍ରମ ପରେ ବ୍ଲାକ କୋବ୍ରାକୁ କାବୁ କଲା । ସାପଟିକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିଦିଆଗଲା ।  ରେସ୍କ୍ୟୁ ଟିମର ମୁଖ୍ୟ ଏହି ସାପକୁ ବ୍ଲାକ୍ କୋବ୍ରା ବୋଲି କହିଥିଲେ । ଏହି ବିଷଧର ସାପ କେବଳ କାମୁଡେନି, ପାଟିରୁ ବିଷ ଫୋପାଡିଥାଏ ମଧ୍ୟ ।

   ସମ୍ବନ୍ଧିତ ଖବର


ମାଗଣାରେ କରି ପାରିବେ କୋଭିଡ -୧୯ ପରୀକ୍ଷା : ସୁପ୍ରିମକୋର୍ଟ ଦେଲେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ

ସାମ୍ଭବ୍ୟ କରୋନା ଟୀକା ‘INO-4800’ DNA vaccineର ମାନବୀୟ ପରୀକ୍ଷଣ ଆରମ୍ଭ

ରାୟ ସପକ୍ଷରେ ନଆସିବାରୁ ବିଚାରପତିଙ୍କୁ ଓକିଲଙ୍କ ଅଭିଶାପ: ‘ତୁମକୁ କରୋନା ହୋଇଯାଉ’

କରୋନା ସଙ୍କଟ ମଧ୍ୟରେ ଆଉ ଏକ ବଡ ସମସ୍ୟାରେ ପଡିଲା ପାକିସ୍ତାନ