ହେଲ୍‌ଥ୍‌ ଟିପ୍ସ ମଧୁମେହ ପାଇଁ କଳାଜିରା

ମଧୁମେହ ଏମିତି ଏକ ରୋଗ, ଯାହାକୁ ଆବଶ୍ୟକୀୟ ଖାଇବାପିଇବା ଦ୍ୱାରା ନିୟନ୍ତ୍ରିତ କରାଯାଇପାରିବ । କେତେ ପ୍ରକାରର ମଧୁମେହ ରୋଗୀ ଅଛନ୍ତି । ତଥାପି ବିଶ୍ୱରେ ଟାଇପ୍‌-୨ ମଧୁମେହ ରୋଗୀଙ୍କ ସଂଖ୍ୟା ସର୍ବାଧିକ । ଏମାନଙ୍କ ଶରୀରରେ ଇନ୍‌ସୁଲିନ୍‌ର ମାତ୍ରା କମିଯାଏ ଅବା ସେମାନଙ୍କ ଶରୀର ଏହାର ଉପଯୁକ୍ତ ବ୍ୟବହାର କରିପାରେନା । ଏଥିପାଇଁ ରୋଗୀର ରକ୍ତରେ ସୁଗାରର ମାତ୍ରା ବଢିଯାଇଥାଏ ।

ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ କଳା ଜିରାର ତେଲ ମଧୁମେହ ରୋଗୀଙ୍କ ପାଇଁ ଖୁବ୍‌ ଫଳପ୍ରଦ । ଏହି ତେଲର ପ୍ରୟୋଗ ଶରୀରରେ ଇନ୍‌ସୁଲିନ ତିଆରିକୁ ଉପଯୁକ୍ତ କରିଥାଏ । ଫଳରେ ରକ୍ତରେ ସୁଗାର ନିୟନ୍ତ୍ରିତ ରହିଥାଏ । ଏହି ଗବେଷଣା ବ୍ରିଟିଶ୍‌ ଜର୍ଣ୍ଣାଲ ଅଫ୍‌ ଫାର୍ମାସେଟ୍ୟୁକାଲ ରିସର୍ଚ୍ଚ ନାମକ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା । ସ୍ୱାସ୍ଥ୍ୟ ପାଇଁ କଳାଜିରା ଆୟୁର୍ବେଦ ଅନୁସାରେ କଳାଜିରା ବହୁତ ମହତ୍ତ୍ୱପୂର୍ଣ୍ଣ ଔଷଧ ।

 ବହୁ ପୁରୁଣା କାଳରୁ ଲୋକମାନେ ଏହାକୁ ବିଭିନ୍ନ ରୋଗ ପାଇଁ ଔଷଧ ରୂପେ ବ୍ୟବହାର କରୁଥିଲେ । ଏବେ ମଧ୍ୟ ବହୁ ଘରେ ଏହାକୁ ଖାଦ୍ୟପଦାର୍ଥ ପ୍ରସ୍ତୁତିରେ ବ୍ୟବହାର କରୁଛନ୍ତି । କଳାଜିରା ଅର୍କରୁ ବାହାରୁଥିବା ତେଲ ଖୁବ୍‌ ଉପକାରୀ । ଏଥିରେ ଆଣ୍ଟି-ଭାଇରାଲ୍‌ ଗୁଣ ରହିଛି ।

ବାହାରୁଥିବା ତେଲ ଖୁବ୍‌ ଉପକାରୀ । ଏଥିରେ ଆଣ୍ଟି-ବ୍ୟାକ୍ଟେରିଆ, ଆଣ୍ଟି-ଭାଇରାଲ୍‌,ଆଣ୍ଟିଇନଫ୍ଲାମେଟ୍ରି ଏବଂ ଆଣ୍ଟି-କ୍ୟାନସର ଗୁଣ ଭରି ରହିଛି । ତେଣୁ ଚିକିତ୍ସା କ୍ଷେତ୍ରରେ ଏହି

ତେଲର ବିଶେଷ ସ୍ଥାନ ରହିଛି । ନୂଆ ଗବେଷଣାରୁ ଜଣାପଡିଛି ଯେ ଏହା ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ।

ମଧୁମେହ ରୋଗୀଙ୍କ ପାଇଁ ବରଦାନ

ମଧୁମେହ ଯୋଗୁ ଶରୀରରେ ଦେଖା ଦେଉଥିବା ସମସ୍ତ ସମସ୍ୟାକୁ ଦୂର କରିବାରେ ଏକମାତ୍ର କଳାଜିରା ତେଲ ହିଁ ସମର୍ଥ । ଜାଣନ୍ତୁ ମଧୁମେହ ରୋଗୀଙ୍କ ପାଇଁ ଏହା କେତେ ଉପକାରୀ ।

୧. ମଧୁମେହ ରୋଗୀଙ୍କ ଶରୀରରେ ଇନ୍‌ସୁଲିନ୍‌ ପ୍ରସ୍ତୁତ ପ୍ରଣାଳୀକୁ ଠିକ୍‌ କରିଥାଏ ।

୨. ରକ୍ତରେ ସୁଗାରକୁ ନିୟନ୍ତ୍ରିତ କରିଥାଏ, ଯାହାକି ମଧୁମେହ ରୋଗୀଙ୍କର ପ୍ରମୁଖ ସମସ୍ୟା ।

୩. ଏହି ତେଲ ଅଗ୍ନାଶୟ ପ୍ରଦାହକୁ କମ କରିଥାଏ ।

୪. ମଧୁମେହ ରୋଗୀଙ୍କ ଶରୀରରେ ଆସିବାକୁ ଥିବା ଅନ୍ୟାନ୍ୟ ରୋଗ ଯଥା ନ୍ୟୁରୋପାଥି,

ନେଫ୍ରୋପ୍ୟାଥି, ମୋତିଆବିନ୍ଦୁ, ଧମନୀଜନିତ ରୋଗ, ଏଥୋରୋସ୍କୋରୋସିସ୍‌ ଆଦିର ଆଶଙ୍କାକୁ ଦୂର କରିଥାଏ ।

୫. କୋଲେଷ୍ଟ୍ରେଲ କମ୍‌ କରେ । ଶରୀରରେ ଖରାପ କୋଲେଷ୍ଟ୍ରେଲ ମାତ୍ରାକୁ କମ କରିଥାଏ ।

କେମିତି କରିବେ ବ୍ୟବହାର

ମଧୁମେହ ରୋଗୀ ଏକ ଗ୍ରାମ କଳାଜିରା ମଞ୍ଜିକୁ ପାଉଡର କରି ଦିନକୁ ୨ ଥର ଖାଇପାରିବେ ।

କିନ୍ତୁ ଯଦି କଳାଜିରା ତେଲ ବ୍ୟବହାର କରିବାକୁ ଚାହାନ୍ତି, ତେବେ ୪୫୦ମି.ଗ୍ରା ତେଲ ଦିନକୁ ୨ ଥର ନେବାକୁ ପଡିଥାଏ ।

ସେହିପରି ପାଦରେ ନ୍ୟୁରୋପାଥି ସମସ୍ୟା ଥିଲେ, ଏହାକୁ ଚର୍ମରେ ଲଗାଇ ମାଲିସ ମଧ୍ୟ କରିପାରିବେ ।

   ସମ୍ବନ୍ଧିତ ଖବର


ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ଆପଣ ଖାଇଛନ୍ତି କି ବିଶ୍ୱର ସବୁଠାରୁ ଦାମୀ ପରିବା ? ଦାମ୍ ଜାଣିଲେ ଉଡିଯିବ ହୋସ୍

ଥଣ୍ଡା ଦିନରେ ଶୁଷ୍କ ତ୍ୱଚାରେ ଚମକ ଭରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ପର୍ସରେ ଭୁଲରେ ବି ରଖନ୍ତୁନି ଏହି ସବୁ ଜିନିଷ, ହଇରାଣରେ ପଡିବେ…

କେମିକାଲ ମୁକ୍ତ ସାବୁନ

ଏହାକୁ ଖାଇଲେ ତଥା ତ୍ୱଚାରେ ଏହାର ତେଲ ଲଗାଇଲେ ଦେଖା ଯିବେ କମ୍‌ ବୟସ୍କ