PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଆପଣ ଓଜନ କମ୍ କରିବାକୁ ଚାହାନ୍ତି କି ? ତେବେ ବ୍ଲାକ୍ ଟି ପିଇବା ଆରମ୍ଭ କରନ୍ତୁ…

ବ୍ଲାକ୍‌ ଟି’ ପିଇବାକୁ ଭଲପାଆନ୍ତି? ମେଦ ହ୍ରାସ କରିବା ସହିତ ସୁସ୍ଥ ରଖିବାରେ ଏହା ଗ୍ରୀନ୍‌ ଟି’ ଭଳି ଲାଭଦାୟକ ହୋଇପାରେ ବୋଲି ଗବେଷକମାନେ କହିଛନ୍ତି । ତଥ୍ୟ ଅନୁସାରେ, ବ୍ଲାକ୍‌ ଟି’ରେ ଉପଲବ୍ଧ ପଲିଫେନଲ ନାମକ ରସାୟନ ଯକୃତରେ ଗଟ୍‌(ପେଟ) ମେଟାବଲିଜମ୍‌କୁ ଏନର୍ଜି ମେଟାବଲିଜମ୍‌ରେ ବଦଳାଇଥାଏ ।

ଗ୍ରୀନ୍‌ ଟି’ରେ ଥିବା ପଲିଫେନଲ ଅଧିକ ପ୍ରଭାବଶାଳୀ ଏବଂ ବ୍ଲାକ୍‌ ଟି’ ପଲିଫେନଲ ତୁଳନାରେ ଅଧିକ ଲାଭପ୍ରଦ । କାରଣ ଗ୍ରୀନ୍‌ ଟି’ର ରସାୟନଗୁଡ଼ିକ ରକ୍ତ ଓ ଟିସୁରେ ମିଶିଯାଏ । ତେବେ ସଦ୍ୟ ଅଧ୍ୟୟନ ଅନୁସାରେ, ବ୍ଲାକ୍‌ ଟି’ ଗଟ୍‌ ମାଇକ୍ରୋବାୟୋମ୍‌ ମାଧ୍ୟମରେ ଏକ ସ୍ୱତନ୍ତ୍ର ପଦ୍ଧତି ଦ୍ୱାରା ବ୍ୟକ୍ତିର ସ୍ୱାସ୍ଥ୍ୟ ଭଲ ରଖିବା ସହିତ ଓଜନ ହ୍ରାସ କରିଥାଏ ।

କାଲିଫର୍ଣ୍ଣିଆ ୟୁନିଭର୍ସିଟିର ପ୍ରଫେସର ତଥା ଅଧ୍ୟୟନର ମୁଖ୍ୟ ଲେଖକ ସୁଜାନ ହେନିଂ ଏହା କହିଛନ୍ତି । ଅଧ୍ୟୟନର ଫଳାଫଳ ଅନୁସାରେ, ଉଭୟ ଗ୍ରୀନ୍‌ ଟି’ ଓ ବ୍ଲାକ୍‌ ଟି ପ୍ରିବାୟୋଟିକ୍‌ ଗୁଣସମ୍ପନ୍ନ, ଯାହା ବ୍ୟକ୍ତିକୁ ସୁସ୍ଥ ରଖିବା ପାଇଁ ଭଲ ମାଇକ୍ରୋ ଅର୍ଗାନିଜମ୍‌ ବୃଦ୍ଧିରେ ସହାୟକ ହୋଇଥାଏ । ୟୁରୋପୀୟ ପତ୍ରିକା ‘ନ୍ୟୁଟ୍ରିସନ୍‌’ରେ ଏହି ଅଧ୍ୟୟନ ପ୍ରକାଶ ପାଇଛି ।

ଏଥିପାଇଁ ଗବେଷକମାନେ ମୂଷାକୁ ଉଚ୍ଚ ଚର୍ବି, ଉଚ୍ଚ ଶର୍କରାଯୁକ୍ତ ଖାଦ୍ୟ ଏବଂ ଗ୍ରୀନ୍‌ ଟି’ କିମ୍ବା ବ୍ଲାକ୍‌ ଟି’ ଦେଇ ପରୀକ୍ଷା କରିଥିଲେ । ବ୍ଲାକ୍‌ ଟି’ ଦିଆଯାଇଥିବା ମୂଷାଠାରେ ସିଉଡୋବୁଟିରିବ୍ରିଓ ନାମକ ବ୍ୟାକ୍ଟେରିଆ ବୃଦ୍ଧି ପାଇଥିଲା, ଯାହା ବ୍ଲାକ୍‌ ଓ ଗ୍ରୀନ୍‌ ଟି କିପରି ଏନର୍ଜି ମେଟାବଲିଜମ୍‌ରେ ପରିବର୍ତ୍ତନ କରେ ତା’ ବିଷୟରେ ଅଧିକ ଜାଣିବାରେ ସାହାଯ୍ୟ କରିପାରିବ। ଗଟ୍‌ ମେଟାବଲିଜମ୍‌ ଉପରେ ଏହାର ଦୃଢ଼ ପ୍ରଭାବ ରହିଥିବା କାଲିଫର୍ଣ୍ଣିଆ ୟୁନିଭର୍ସିଟିର ହ୍ୟୁମାନ୍‌ ନ୍ୟୁଟ୍ରିସନ୍‌ ସେଣ୍ଟର ନିର୍ଦ୍ଦେଶକ ଝାଓପିଙ୍ଗ ଲି କହିଛ