PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପୋଲିଂ ବୁଥରେ ଗୁଳିଚାଳନା: ଭୋଟର କାର୍ଡ ବିନା ଭୋଟ୍ ଦେବାକୁ ଯିଦି କରିବାରୁ ସୁରକ୍ଷା କର୍ମୀ କରିଲେ ଏଭଳି କାର୍ଯ୍ୟ…

ନୂଆଦିଲ୍ଲୀ ୧୧।୪: ଉତ୍ତର ପ୍ରଦେଶର କାଇରାନା ଲୋକସଭା ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଶାମଲୀରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ପୋଲିଂ ବୁଥରେ ଗୁଳିଚାଳନା ହୋଇଛି । ସୂଚନା ଅନୁଯାୟୀ, ଏଠାରେ କିଛି ଲୋକ ଭୋଟର ଆଇଡି କାର୍ଡ ବିନା ମତଦାନ କରିବାକୁ କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ତାଙ୍କୁ ଭୋଟ ଦେବାରୁ ବାରଣ କରାଯିବାରୁ ମତଦାନ କେନ୍ଦ୍ରରେ ଟଣାଘୋଷା ହୋଇଥିଲା । ତେଣୁ ଏମାନଙ୍କୁ ଘଟଣାସ୍ଥଳରୁ ହଟାଇବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଫାଙ୍କା ଗୁଳିଚାଳନା କରାଯାଇଥିଲା ।

ଜିଲ୍ଲା ନିର୍ବାଚନ ଅଧିକାରୀ କହିବା ଅନୁଯାୟୀ, ବିନା ଭୋଟ ଆଇଡି କାର୍ଡରେ ଆସିଥିବା ମତଦାତା ଭୋଟ ଦେବାକୁ ଯିଦି କରିବାରୁ ତାଙ୍କୁ ଘଉଡାଇବା ପାଇଁ ବିଏସଏଫ ଯବାନଙ୍କ ପକ୍ଷରୁ ଫାଙ୍କା ଗୁଳିଚାଳନା କରାଯାଇଥିଲା । କିନ୍ତୁ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିବା ସହ ଭୋଟ ଗ୍ରହଣ ମଧ୍ୟ ଜାରି ରହିଛି । ଏହି ପୂରା ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ବିଏସଏଫ ଯବାନ ଫାଙ୍କା ଗୁଳିଚାଳନା କରୁଥିବାର ନଜର ଆସିଛନ୍ତି ।

ସମ୍ବନ୍ଧିତ ଖବର