ସ୍ବୀକାର କଲେ ଶ୍ରୀଲଙ୍କା ରାଷ୍ଟ୍ରପତି ସିରିସେନା: ‘ଭାରତର ଗୁଇନ୍ଦା ରିପୋର୍ଟ ମୋତେ ଅଧିକାରୀ ଦେଇନଥିଲେ’

କଲୋମ୍ବୋ,୨୬।୪; ଇଷ୍ଟର ଅବସରରେ ଶ୍ରୀଲଙ୍କାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ  କରିଥିବା ସନ୍ଦିଗ୍ଧ ଆତଭ୍କବାଦୀଙ୍କ ଫଟୋ ଜାରି କରାଯାଇଛି।  ଆକ୍ରମଣରେ ଶ୍ରୀଲଙ୍କାର  କଠୋରପନ୍ଥୀ ମୌଲବୀ ହାସିମର ମୃତ୍ୟୁ ହୋଇଯାଇଛି। ଏହି ବିସ୍ଫୋରଣ ଘଟଣା ନେଇ ଶ୍ରୀଲଙ୍କାର ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ବଡଧରଣର ମନ୍ତବ୍ୟ ଦେଇଛନ୍ତି। ସେ ଆଜି କହିଛନ୍ତି, ଏକ ମିତ୍ର ରାଷ୍ଟ୍ରଠାରୁ ଆମକୁ ଗୁଇନ୍ଦା ସୂଚନା ମିଳିଥିଲା। କିନ୍ତୁ ସୁରକ୍ଷା ଅଧିକାରୀମାନେ ଏହି ରିପୋର୍ଟ ତାଙ୍କୁ ଦେଇନଥିଲେ। ଗୁଇନ୍ଦା ରିପୋର୍ଟକୁ ଅଣଦେଖା କରିଥିବା ପାଇଁ ଦେଶର ପ୍ରତିରକ୍ଷା ସଚିବ ହେମାସିରି ଫର୍ନାଣ୍ଡା ଏବଂ ପୋଲିସ  ମୁଖ୍ୟ ପୂଜିତ ଜୟସୁନ୍ଦରା ନିଜ ପଦରୁ ଇସ୍ତଫା ଦେବାକୁ ପଡିଛି।   

ସିରିୟଲ ବିସ୍ଫୋରଣର ସୂଚନା ଦେଇ ରାଷ୍ଟ୍ରପତି ସିରିସେନା କହିଛନ୍ତି ଗୁଇନ୍ଦା ଏଜେନ୍ସି ୧୪୦ ଜଣ ସନ୍ଧିଗ୍ଧ ଆତଙ୍କବାଦୀଙ୍କ ସନ୍ଧାନାରେ ରହିଛି। ଏହା ସହ  କଲୋମ୍ବୋର ଶଙ୍ଗ୍ରିଲା ହୋଟେଲରେ ହୋଇଥିବା ବିସ୍ଫୋରଣରେ ହାସିମର ମୃତ୍ୟୁ ହୋଇଯାଇଛି। ଶ୍ରୀଲଙ୍କାର ଅଧିକାରୀଙ୍କ କହିବା ଅନୁସାରେ ଏହି ଆକ୍ରମଣରେ ୨୫୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସଂଖ୍ୟା ବେସରକାରୀ ଭାବରେ ଗଣନା କରାଯାଇଥିବା ମୃତ୍ୟୁ ସଂଖ୍ୟା ଠାରୁ ୧୦୦ କମ୍ ରହିଛି। ପୂର୍ବରୁ ଏହା ୩୫୯ ରହିଥିଲା। ପୂର୍ବରୁ ମୃତ୍ୟୁ ସଂଖ୍ୟା ନେଇ ଯେଉଁ ସୂଚନା ଦିଆଯାଇଥିଲା ତାହା ତ୍ରୁଟିପୂର୍ଣ୍ଣ ବୋଲି   ଶ୍ରୀଲଙ୍କାର ଉପ-ପ୍ରତିରକ୍ଷାମନ୍ତ୍ରୀ ରୁଭାନ ଓ୍ବିଜେଓ୍ବାର୍ଦେନେ କହିଛନ୍ତି। ସେ କହିଛନ୍ତି ଘଟଣାସ୍ଥଳରେ  ଲୋକଙ୍କର ଶରୀର ଚିହ୍ନଟ କରିବା କଠିନ ହୋଇଥିଲା। ତେଣୁ ଏହି କାରଣରୁ ମୃତ୍ୟୁସଂଖ୍ୟାର ଭୁଲ ରିପୋର୍ଟ ବାହାରିଥିଲା।

ଉଲ୍ଳେଖନୀୟ ଯେ, ଭାରତ ପକ୍ଷରୁ ଶ୍ରୀଲଙ୍କାରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଗୁଇନ୍ଦା ସୂଚନା ଦିଆଯାଇଥିଲା। କିନ୍ତୁ ଶ୍ରୀଲଙ୍କା ସରକାର ଏହାକୁ ଗୁରୁତ୍ବ ଦେଇନଥିବାରୁ ଏତେ ବଡ ଧରଣର କ୍ଷୟକ୍ଷତି ହୋଇଛି। ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସ୍ (ଇସଲାମିକ୍ ଷ୍ଟେଟ୍) ନିଜକୁ ଦାୟୀ କରିଥିଲା।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍