ଦୃଷ୍ଟିହୀନ ହାରମଣିକୁ ମିଳୁନି ଚାଉଳ କି ଭତ୍ତା, ବ୍ଲକ କାର୍ଯ୍ୟାଳୟକୁ ଧାଇଁ ନିରାଶ

ନୁଆଗାଁ,୦୧/୧୦ : ସରକାର ଅସହାୟ, ନିରାଶ୍ରୟ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ସରକାରୀ କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛି । ବରକୋଳା ଗ୍ରାମର ଦୃଷ୍ଟିହୀନ ହାରମଣି ଜାନୀଙ୍କ କ୍ଷେତ୍ରରେ ଏହା ଘଟିଛି ।


ଗୁମି ପଞ୍ଚାୟତ ଅନ୍ତର୍ଗତ ବରକୋଳା ଗ୍ରାମର ଆଦିବାସୀ ସମ୍ପ୍ରଦାୟର ହାରମଣି ଜାନୀ ପିଲାଟି ଦିନରୁ ଦୃଷ୍ଟିଶକ୍ତି ହରାଇଛନ୍ତି । ଅବିବାହିତ ରହିଥିବା ବେଳେ ଭାଇ ପାଖରେ ଦୁଃଖକଷ୍ଟରେ ଚଳୁଛନ୍ତି । ହାରମଣିକୁ ଆଗରୁ ଚାଉଳ ମିଳୁଥିଲା ଏବେ କିନ୍ତୁ ମିଳୁ ନାହିଁ । ଭତ୍ତା ମଧ୍ୟ ପାଉ ନାହାନ୍ତି । ଆଧାର କାର୍ଡ ନଥିବାରୁ ତାଙ୍କୁ ଚାଉଳ କିମ୍ବା ଭତ୍ତା କିମ୍ବା ଅନ୍ୟ କୌଣସି ସହାୟତା ମିଳୁ ନାହିଁ ।


ବ୍ଲକ କାର୍ଯ୍ୟାଳୟକୁ ଧାଇଁ ଧାଇଁ ହାଲିଆ ହେଲେଣି କିନ୍ତୁ ତାଙ୍କ ଗୁହାରି କେହି ସରକାରୀ ବାବୁ ଶୁଣୁ ନଥିବା କୋହ ଭରା କଣ୍ଠରେ ଅଭିଯୋଗ କରିଛନ୍ତି ହାରମଣି । ଏଠାରେ ପ୍ରଶ୍ନ ଉଠୁଛି ଅଧାର କାର୍ଡ ନାହିଁ ବୋଲି କ’ଣ ଜଣେ ଦୃଷ୍ଟିହୀନ ରେସନ୍‌, ଭତ୍ତା ଆଦି ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେବେ । ଗରିବ ବୃଦ୍ଧା ହାରମଣି କେତେ ଦିନ ଦୁଃଖକଷ୍ଟରେ ଭାଇର ସାହାରାରେ ବଞ୍ଚିବ । ତାଙ୍କ କହିବା କଥା ସରକାରଙ୍କ ତରଫରୁ ଯଦି ତାଙ୍କୁ ରେସନ କାର୍ଡ ଓ ଭତ୍ତା ଦିଆଯାଆନ୍ତା, ଭାଇ ପରିବାର ଉପରେ ବୋଝ ନହୋଇ ଆଉ କିଛି ଦିନ ବଞ୍ଚି ଯାଆନ୍ତା ।


ଏ ସମ୍ପର୍କରେ ନୂଆଗାଁ ବିଡିଓ ପ୍ରମୋଦ କୁମାର ଦଳବେହେରାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ସେ କହିଥିଲେ, ହାରମଣୀ ମୋ ପାଖକୁ ଆସିଲେ ତାଙ୍କର ଆଧାର କାର୍ଡ କରିବା ସହିତ ଚାଉଳ ଓ ଭତ୍ତା କିପରି ଶୀଘ୍ର ପାଇବେ ତାହାର ବ୍ୟବସ୍ଥା କରିବେ । ଜିଲ୍ଲାପାଳ ହାରମଣୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

   ସମ୍ବନ୍ଧିତ ଖବର


ସମ୍ପର୍କୀୟ କକାଙ୍କ କାମନାର ଶିକାର ହେଲେ ଝିଆରୀ

ଭଦ୍ରକ: ବିକ୍ଷୋଭ ବେଳେ ପୋଲିସ ଓ ବ୍ଲକ କର୍ମଚାରୀଙ୍କ ଉପରେ ଆକ୍ରମଣ

ସାଲେପୁର: ଗ୍ୟାସ ଏଜେନ୍ସିରୁ ଚୋରି

୫ ମାସ ଧରି ହେଉଥିଲେ ଦୁଷ୍କର୍ମର ଶିକାର, ସାହସ କରି ଖସି ଆସିଲେ ନାବାଳିକା, ଏବେ ଏସ୍‌ପିଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ

ସଫଳ ହେଲା ବିରଳ ଅସ୍ତ୍ରୋପ୍ରଚାର : ମହିଳାଙ୍କ ପେଟରୁ ବାହାରିଲା ଏକ ବିରାଟ ଟ୍ୟୁମର

ଦୀପାବଳି ଯାଏ ଖସିବନି ପିଆଜ ଦର ! ନୂଆ ଅମଳକୁ ଆହୁରି ମାସେ, କଷ୍ଟ କମାଇପାରେ ଆଫଗାନିସ୍ଥାନ ଆମଦାନୀ