୩୮ ବର୍ଷୀୟ ଏହି ମହିଳା ୨୦ଥର ପାଇଁ ହେବାକୁ ଯାଉଛନ୍ତି ଗର୍ଭବତୀ,ଚିନ୍ତାରେ ପ୍ରଶାସନ

ବିଡ୍,୧୨।୯: ମହାରାଷ୍ଟ୍ରର ମଜଲଗାଓଁର ୩୮ ବର୍ଷୀୟ ଲଙ୍କାବାଇ ଖରାଟ୍ ଏବେ ୨୦ଥର ପାଇଁ ହୋଇଛନ୍ତି ଗର୍ଭବତୀ। ଗତବର୍ଷ ତାଙ୍କର ଡେଲଭରି ହସ୍ପିଟାଲରେ ହୋଇନଥିଲା, କିନ୍ତୁ ଏଥର ତାଙ୍କ ଜୀବନ ଉପରେ ବିପଦ ଦେଖି ପ୍ରଶାସନ ଓ ସମାଜସେବୀ ସଂସ୍ଥା ଅଧିକ ସାବଧାନ ରହିଛି। କାରଣ ଲଙ୍କାବାଇଙ୍କ ଓଜନ କେବଳ ମାତ୍ର ୪୫ କିଲୋ ଓ ଡାକ୍ତରମାନେ ତାଙ୍କର ଡେଲିଭରୀକୁ ନେଇ ଚିନ୍ତିତ ଅଛନ୍ତି। ଲଙ୍କାବାଇ ଏଥର ଡେଲିଭରି କଲେ ତାଙ୍କର ଜୀବନ ପ୍ରତି ବିପଦ ରହିଛି। ତେଣୁ ତଙ୍କୁ ହସ୍ପିଟାଲରେ ପ୍ରସବ କରିବା ନେଇ ବୁଝାଯାଇଛି।    

ଉଲ୍ଲେଖନୀୟ ଯେ, ଲଙ୍କବାଇ ୧୯ଟି ସନ୍ତାନ ଜନ୍ମ ଦେଇସାରିଥିବା ବେଳେ ସେଥିରୁ ୩ଟି ଗର୍ଭପାତ ହୋଇଛି। ଏବେ ତାଙ୍କର ୧୧ଟି ସନ୍ତାନ ରହିଛନ୍ତି। ବାକି ୫ଟି ପିଲା ପ୍ରସବର କିଛି ଘଣ୍ଟା କିମ୍ବା କିଛି ଦିନ ଭିତର ମରିଯାଇଥିଲେ। ଗତ ବର୍ଷ ଲଙ୍କାବାଇଙ୍କ ପ୍ରସବ ତାଙ୍କର ସ୍ବାମୀ କରିଥିଲେ। ପିଲାମାନେ କୁପୋଷିତ ଥିବା କାରଣରୁ ୫ ମାସରୁ ଅଧିକ ସମୟ ବଞ୍ଚିନଥିଲେ। ମଜଲଗାଓଁର ବ୍ଲକ ମେଡିକାଲ ଅଫିସର ଅନିଲ ପରଦେଶୀ କହିଛନ୍ତି,ଏଥର ଲଙ୍କାବାଇଙ୍କ ଜୀବନକୁ ବିପଦ ରହିଛି। ସେ କହିଛନ୍ତି,ଲଙ୍କାବାଇକୁ ହସ୍ପିଟାଲ ନେଇକି ଯିବା ସମୟରେ ଚେକଅପ୍ ହୋଇପାରିବ। ଔଷଧ ଯେପରି ମିଳିପାରିବ ଓ ସମସ୍ତ ଟେଷ୍ଟ ହୋଇପାରିବ ଓ ଡେଲଭରି ହୋଇପାରିବ ସେ ନେଇ ସବୁ ପ୍ରକାର ଚେଷ୍ଟା ଚାଲିଛି।

   ସମ୍ବନ୍ଧିତ ଖବର


ଭାରତୀୟ ନୌସେନାକୁ ମିଳିବ ଆଉ ଏକ ସ୍କର୍ପିନ ବୁଡ଼ାଜାହାଜ, ଚଳିତ ବର୍ଷ ଡିସେମ୍ବର କିମ୍ବା ୨୦୨୧ ପ୍ରାରମ୍ଭରେ ମିଳିବ

ମାତ୍ର ୭୮୯ ଟଙ୍କାରେ କିଣନ୍ତୁ ନିଜ ମନ ପସନ୍ଦର କାର୍, ଜାଣନ୍ତୁ ଅଫର୍ ସମ୍ପର୍କରେ…

ଅନ୍‌ଲାଇନ୍‌ରେ ଆସିଥିବା ମୋବାଇଲ୍‌ ଫୋନ୍‌କୁ ବିକିଦେଲା ଡେଲିଭରୀ ବୟ, ଗ୍ରାହକଙ୍କୁ କହିଲା କ୍ୟାନସଲ୍‌ ହୋଇଛି ଅର୍ଡର

ଜାଲି ଚେକ୍‌ ଦେଇ ଦମ୍ପତିଙ୍କ ସ୍ମାର୍ଟ ଚୋରି: ସ୍ତ୍ରୀ ଗିରଫ, ସ୍ବାମୀ ଫେରାର

ବର୍ଷେ କାଳ ଫ୍ରିଜରେ ରଖିଥିଲେ ନୁଡୁଲ୍‌ସ, ଖାଇବା ପରେ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ- ଚୀନ୍‌ର ଘଟଣା

ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ପାଠ ପଢାଉଛନ୍ତି କଏଦୀ, ବାର୍ଷିକ ଦରମା ୮ ଲକ୍ଷ