ଘର ପ୍ରତିଷ୍ଠା ଭୋଜି ଆୟୋଜନ କରି ବନ୍ଧା ହେଲେ ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ

ଧର୍ମଗଡ଼ ୨୭/୩ : ଜଣେ ଜନପ୍ରତିନିଧି ହୋଇ ନିୟମ ଭାଙ୍ଗିଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରି। ଦେଶବ୍ୟାପୀ ଲକ୍‌ଡାଉନ୍‌ ସ୍ଥିତି ବେଳେ ଗୃହପ୍ରବେଶ କାର୍ଯ୍ୟକ୍ରମର ଆୟୋଜନ କରି ଘରେ ଜମାଇଥିଲେ ଭୋଜିଭାତର ଆସର । ପୁଲିସ କାନରେ କଥା ପଡ଼ିବା ପରେ ଗିରଫ ହେଲେ ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ପୂଝାରି ।

କରୋନାକୁ ନେଇ ଦେଶବ୍ୟାପୀ ଠପ୍‌ ରହିଥିବାବଳେ ଏହାର ଖୋଲାଖୋଲି ଉଲ୍ଲଂଘନ କରି ଧର୍ମଗଡ଼ ବ୍ଲକ୍‌ ଅଧ୍ୟକ୍ଷ ଆଜି କୋକସରା ଥାନା ବେହେରା ଗାଁରେ ନିଜର ନବନିର୍ମିତ ଘର ପ୍ରତିଷ୍ଠା ଉତ୍ସବ ଧୁମ୍‌ଧାମରେ ଚଲାଇଥିଲେ । ବନ୍ଧୁବାନ୍ଧବ ଓ ଅତିଥିଙ୍କ ଗହଣରେ ଭୋଜିଭାତ ଚାଲିଥିଲା । କୌଣସି ସୂତ୍ରରୁ ଖବର ପାଇ କୋକସରା ପୁଲିସ ଚଢ଼ଉ କରି ଲକ୍‌ଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ଶ୍ରୀ ପୁଝାରୀଙ୍କୁ ନିଜ ହେପାଜତରେ ନେଇ କୋକସରା ଥାନାରେ ଅଟକ ରଖିଥିଲା । ଘଟଣାସ୍ଥଳରୁ ବାସନକୁସନ, ପୂଜା ସାମଗ୍ରୀ, ରନ୍ଧାଖାଦ୍ୟ ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ଜବତ କରିଥିଲା । ବ୍ଲକ୍‌ ଅଧ୍ୟକ୍ଷଙ୍କୁ ଥାନାରେ ଜେରା ପରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌