ପ୍ରମୁଖ ଖବର
  • ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ
  • ||
  • ପୁରୀ ବାଣ ବିସ୍ଫୋରଣ ଘଟଣା, SCBରୁ ଡିସଚାର୍ଜ ହେଲେ ୨ ଗୁରୁତର, ବିଭିନ୍ନ ହସ୍ପିଟାଲରେ ୧୫ ଜଣ ଚିକିତ୍ସିତ
  • ||
  • ନବୀନଙ୍କ ୫ମ ପାଳିର ଅନ୍ତିମ କ୍ୟାବିନେଟ ବୈଠକ ଶେଷ..ଷୋଡଶ ବିଧାନସଭା ଭଙ୍ଗ ସୁପାରିସ୍ ନେଇ ବାଜିଲା ମୋହର
  • ||
  • ଭୂକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୯ ରେକର୍ଡ
  • ||
  • ନୀଳଗିରି: ଦଳିଦେଲା କୂଳଡିହା ହାତୀ, ଅଳ୍ପକେ ବର୍ତିଲେ ଛାତ୍ରୀ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪ରେ ପ୍ରଥମ ସୁପର ଓଭର, ଓମାନକୁ ପରାସ୍ତ କଲା ନାମିବିୟା
  • ||
  • ସମ୍ବଲପୁରରେ ନିର୍ମାଣଧିନ ପୋଲ ଉପରୁ ଖସିପଡିଲା ବୋଲେରୋ, ୨ ମୃତ, ୮ରୁ ଅଧିକ ଆହତ
  • ||
  • ଭୋଟ ଗଣତି କାଉଣ୍ଟଡାଉନ୍‌,ମଙ୍ଗଳବାର ବାହାରିବ ଫଳ, ରାଜ୍ୟର ୧୬୮ କେନ୍ଦ୍ରରେ ହେବ ଗଣତି
  • ||
  • ଏମ୍ପି ରାଜଗଡ଼ରେ ଭୟଙ୍କର ଦୁର୍ଘଟଣା, ଟ୍ରାକ୍ଟର ଓଲଟି ୧୩ ମୃତ, ବିବାହ ଉତ୍ସବକୁ ଯାଉଥିଲେ
  • ||
  • ରଥଖଳା ହାଲ୍‌ଚାଲ୍‌...୩୨ ଚକ ଶେଷ, ଯୋକା ଆରମ୍ଭ, ଆଜି ମୁହାଁଟ ବିନ୍ଧ ଅନୁକୂଳ
  • ||
  • ଗାଡି ଚାଳକଙ୍କ ପକେଟକୁ ମହଙ୍ଗା ମାଡ଼, ସୋମବାରଠୁ ଦେଶବ୍ୟାପୀ ଟୋଲ୍‌ ଦେୟ ୩ରୁ୫% ବୃଦ୍ଧି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମପ୍ରବାହ: ଜୁନ୍‌ ୧୫ ଆଗରୁ ମୌସୁମୀ ବର୍ଷା ହେବନି
  • ||

ପେନ୍‌ସନ୍‌ ପରିବର୍ତ୍ତେ ଏକକାଳୀନ ପ୍ରାପ୍ୟ ପ୍ରଦାନ: ବ୍ଲକ୍‌ଗ୍ରାଣ୍ଟ୍‌ କର୍ମଚାରୀ ଆଶ୍ୱସ୍ତ, ସରକାରଙ୍କ ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ

କଟକ,୨୧/୦୫: ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତେ୍ୱ ରାଜ୍ୟର ସମସ୍ତ ବ୍ଲକ୍‌ଗ୍ରାଣ୍ଟ୍‌ କଲେଜ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ପେନ୍‌ସନ୍‌ ପରିବର୍ତ୍ତେ ଏକକାଳୀନ ପ୍ରାପ୍ୟ ପ୍ରଦାନ ଲାଗି ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିକୁ ହାଇକୋର୍ଟ ସୋମବାର ରଦ୍ଦ କରି ଦେଇଛନ୍ତି । ଗତ ଏପ୍ରିଲ ୨୪ ତାରିଖରେ ହାଇକୋର୍ଟ ଏହି ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଥିଲେ। ବିଭିନ୍ନ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବିରଜା ପ୍ରସନ୍ନ ଶତପଥୀ  ବିଜ୍ଞପ୍ତିକୁ ଅଯଥାର୍ଥ ଦର୍ଶାଇ ରଦ୍ଦ କରିଦେଇଛନ୍ତି । ହାଇକୋର୍ଟଙ୍କ ଏହି ଆଦେଶ ଫଳରେ ବ୍ଲକ୍‌ ଗ୍ରାଣ୍ଟ କଲେଜ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଆଶ୍ୱସ୍ତ ହୋଇଥିବାବେଳେ ରାଜ୍ୟ ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି । 

ରାଜ୍ୟର ବ୍ଲକ୍‌ଗ୍ରାଣ୍ଟ୍‌ ସ୍କୁଲ୍‌ ଏବଂ କଲେଜ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ପେନ୍‌ସନ୍‌ ପାଉନଥିଲେ । ଏନେଇ ଏହି କର୍ମଚାରୀମାନେ ରାଜ୍ୟ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଫଳରେ ହେମନ୍ତ କୁମାର ଛୋଟରାୟଙ୍କ ସମେତ ଶତାଧିକ କର୍ମଚାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଣେ ବ୍ଲକ୍‌ଗ୍ରାଣ୍ଟ କର୍ମଚାରୀଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ଆଦେଶ ବଳରେ କିପରି ପେନ୍‌ସନ୍‌ ମିଳୁଛି ସେ ନେଇ ଅଦାଲତଙ୍କୁ ଅବଗତ କରିଥିଲେ । କିନ୍ତୁ ଆଉ ଜଣେ ହେଲେ ବି’ କର୍ମଚାରୀଙ୍କୁ ପେନ୍‌ସନ୍‌ ପ୍ରଦାନ କରାଯାଉ ନାହିଁ । ଫଳରେ ଓଡ଼ିଶା ହାଇକୋର୍ଟ ଗତ ଜାନୁଆରୀ ୧୨ ତାରିଖରେ ଏହି ମାମଲାରେ ରାୟ ପ୍ରକାଶ କରି ସମସ୍ତ ବ୍ଲକ୍‌ଗ୍ରାଣ୍ଟ କର୍ମଚାରୀଙ୍କୁ ପେନ୍‌ସନ୍‌ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଥିଲେ ।

ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ସତ୍ତେ୍ୱ ରାଜ୍ୟ ସରକାର ଗତ ମାର୍ଚ୍ଚ ୯ ତାରିଖ କ୍ୟାବିନେଟ୍‌ରେ ଏ ସଂକ୍ରାନ୍ତ ଏକ ବିଲ୍‌ ଆଣି ବ୍ଲକ୍‌ଗ୍ରାଣ୍ଟ କର୍ମଚାରୀଙ୍କ ପାଇଁ ପେନ୍‌ସନ୍‌ ପରିବର୍ତ୍ତେ ଏକକକାଳୀନ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ । ବ୍ଲକ୍‌ଗ୍ରାଣ୍ଟରେ ଶିକ୍ଷାଦାନ କରୁଥିବା କର୍ମଚାରୀଙ୍କ ପାଇଁ ୧୦ଲକ୍ଷ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ୫ ଲକ୍ଷ ଟଙ୍କା ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । କ୍ୟାବିନେଟ୍‌ ନିଷ୍ପତ୍ତି ପରେ ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତ ମାର୍ଚ୍ଚ ୧୩ରେ ବିଜ୍ଞପ୍ତି ପ୍ରକାଶ କରାଯାଇ ବ୍ଲକ୍‌ଗ୍ରାଣ୍ଟ କର୍ମଚାରୀଙ୍କ ପାଇଁ ପେନ୍‌ସନ୍‌ ପରିବର୍ତ୍ତେ ଉପରୋକ୍ତ ଅର୍ଥ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । ଏହି ବିଜ୍ଞପ୍ତିକୁ ଚାଲେଞ୍ଜ କରି ବାଲେଶ୍ୱର ଖଡ଼ିଆଳର ଆର୍‌ଆଇଏଚ୍‌ଏସ୍‌ ମହାବିଦ୍ୟାଳୟ କର୍ମଚାରୀ ବନମାଳୀ ବାରିକ୍‌ ଏବଂ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ପ୍ରଥମେ ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଜାରି କରିବା ପରେ ଆଜି ଏହି ରାୟ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଏବଂ ଶୁଭଦତ୍ତ ରାଉତରାୟ ମାମଲା ପରିଚାଳନା କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.