ଭଦ୍ରକରେ ରକ୍ତଦାନ ଶିବିର : ୪୦ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ

ଭଦ୍ରକ ୧୫।୫: ରକ୍ତର ବିକଳ୍ପ ନାହିଁ । ସେଥିପାଇଁ ରକ୍ତର ଆବଶ୍ୟକତା ଥିବା ରୋଗୀଙ୍କ ପାଇଁ ରକ୍ତଦାତା ହିଁ ଭରଷା । ବିଶେଷ କରି ଗ୍ରୀଷ୍ମ ଦିନେ ରକ୍ତର ସାମାନ୍ୟ ଅଭାବ ହୋଇଥାଏ । ଗରମ ଯୋଗୁଁ ରକ୍ତ ସଂଗ୍ରହ ମଧ୍ୟ କମ୍ ହୋଇଥାଏ । ଏଠି କିନ୍ତୁ ପ୍ରବଳ ଗରମ ସତ୍ତ୍ବେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଭଦ୍ରକ ଜିଲ୍ଲା ପାଳସାହିଠାରେ ପରମେଶ୍ବର ଶିଶୁ ବିଦ୍ୟାପୀଠଠାରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ମା ବୁଢ଼ୀ କାଳନ୍ଦୀ କ୍ଲବର ସଦସ୍ୟଙ୍କ ସହ ଆଖପାଖ ଗାଁର ଲୋକେ ରକ୍ତଦାନ କରିଛନ୍ତି । ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାର ରେଡ଼କ୍ରସ ଶାଖାର ଡାକ୍ତରଙ୍କ ସହ ଅନ୍ୟ କର୍ମଚାରୀମାନେ ଆସି ରକ୍ତ ସଂଗ୍ରହ କରିଛନ୍ତି । ସକାଳୁ ଆରମ୍ଭ ଏହି ରକ୍ତଦାନ ଶିବିରରେ ଧାମନଗର ବ୍ଲକ ଅଧକ୍ଷ ଅଶୋକ ନାୟକ, କିଷାନ ରାଉତ, ବୈକୁଣ୍ଠ ସାହୁ କୃଷ୍ଣ ଜେନାଙ୍କ ସହ ଡାକ୍ତର ହରିହର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିରରେ ୪୦ରୁ ଅଧିକ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ।

   ସମ୍ବନ୍ଧିତ ଖବର


ବେଆଇନ ଦେଶୀ ମଦ ବିକ୍ରି ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନାରେ ଅଭିଯୋଗ କଲେ ମହିଳା

‘ସରକାର ସମସ୍ତଙ୍କ ଦୁଃଖ ବୁଝିଲେ, ଆମ ଦୁଃଖ ବୁଝନ୍ତୁ’

ବନ୍ଯଜନ୍ତୁ ଶିକାର ପାଇଁ ତାର ବିଛାଇ ଦୁଇ ଶିକାରୀ ଗିରଫ

ଅନୁଗୁଳ: ଭରତ ନଗରର ୪୮ ଜଣ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ସତ୍ୟାଗ୍ରହ , ଦାବି ପୂରଣ ନହେଲେ ସବୁ ଅଚଳ କରିବାକୁ ଚେତାବନୀ…