ଲକ୍‌ଡାଉନ୍‌ ସମୟରେ ଗରିବ ଓ ଅସହାୟଙ୍କ ପାଇଁ ଆମ୍ବୁଲାନ୍ସ ସେବା ଓ ରକ୍ତ ଦାନ ଶିବିର ଆୟୋଜନ କଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ

ଭୁବନେଶ୍ୱର ଏପ୍ରିଲ ୨୫- ଏବେ ସାରା ରାଜ୍ୟରେ ଲକ୍‌ଡାଉନ୍‌ ପରିସ୍ଥିତ । ଏହି ସମୟରେ ରକ୍ତ ଭଣ୍ଡାରମାନଙ୍କର ରକ୍ତ ଅଭାବ ପରିଲକ୍ଷିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ସାମାଜିକ ଦୂରତ୍ୱକୁ ପ୍ରାଧାନ୍ୟତା ଦେଇ ଏହି ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ୫ଶହ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି ।

ସେହିପରି ଗରିବ ଓ ଆବଶ୍ୟକତା କରୁଥିବା ଲୋକଙ୍କ ପାଇଁ ପ୍ରଭାତ ୨ଟି ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି । ଏହାର ସମସ୍ତ ଖର୍ଚ୍ଚ ସେ ବହନ କରିଛନ୍ତି । ଅସହାୟ ଲୋକଙ୍କୁ ଏହି ଆମ୍ବୁଲାନ୍ସ ଦ୍ୱାରା ମାଗଣାରେ ସେବା ଯୋଗାଇ ଦିଆଯାଉଛି ।

   ସମ୍ବନ୍ଧିତ ଖବର


ଦୃଢ ଇଚ୍ଛା ଶକ୍ତି- ୫୬ ବର୍ଷରେ ମାଟ୍ରିକ ପାସ୍‌ କଲେ ଆଶାକର୍ମୀ

ସିଂହଦ୍ୱାରରେ ହେବନି ବଡ଼ବଡୁଆ ଡାକ

ଯାତ୍ରା କଳାକାରଙ୍କ ରୋଜଗାରର ଭିନ୍ନ ଉପାୟ

ଫାଣ୍ଡି ଅଧିକାରୀଙ୍କ ଗୁଣ୍ଡାଗିରି ଅଭିଯୋଗ -ବାବୁ କହିଥିଲେ ୨ ବାଡ଼ି ଦେ,ଅବସ୍ଥା ସଙ୍ଗିନ କଲେ କନେଷ୍ଟବଳ

ମହାଜାଲିଆତି -ମିଛ ମାପଦଣ୍ଡରେ ଆକାଶଛୁଆଁ ବେପାର

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର