PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ମାଆଙ୍କ ପାଇଁ ବ୍ଲଡ୍ ଡୋନର ଖୋଜିବାରେ ବିଳମ୍ବ ହେବାରୁ ନିଜ ବନ୍ଧୁଙ୍କ ସହ ମିଶି କଲେ ବ୍ଲଡ୍ ଡୋନେଶନ ଗ୍ରୁପ୍… ଏବେ ସୁଦ୍ଧା ୫୦୦ ଜଣଙ୍କୁ କରିପାରିଛନ୍ତି ସାହାଯ୍ୟ

ନୂଆଦିଲ୍ଲୀ, ୦୨/୦୩ : ଗୁଜୁରାଟ ବଡଦୋରା ଜିଲ୍ଲାର ତିନି ଜଣ ବନ୍ଧୁ ସମାଜ ପାଇଁ ପାଲଟିଛନ୍ତି ଉଦାହରଣ। ଏହି ତିନି ବନ୍ଧୁ ରକ୍ତଦାନ କରୁଥିବା ଲୋକମାନଙ୍କ ଏକ ଗ୍ରୁପ୍ କରିଛନ୍ତି। ଯେଉଁମାନେ ଗୁଜୁରାଟର ଭିନ୍ନ ଭିନ୍ନ ସହରରେ କେବଳ ଗୋଟିଏ ଫୋନ୍ କଲରେ ଯାଇ ରକ୍ତ ଯୋଗାଇଥାନ୍ତି। ଏହି ଗ୍ରୁପର ନାମ ହେଉଛି “ବ୍ଲଡ@ ଇଓର ସର୍ଭିସ୍”। ଏହି ଗ୍ରୁପରେ ୩ ଶହରୁ ଅଧିକ ଲୋକ ସାମିଲ ଅଛନ୍ତି। ୫ ବର୍ଷ ପୂର୍ବେ ବ୍ଲଡ@ ଇଓର ସର୍ଭିସ୍ ଗ୍ରୁପ୍ ଆରମ୍ଭ କରାଯାଇଥିଲା। ତେବେ ଅସୁବିଧାରେ ପଡିଥିବା ପ୍ରାୟ ୫୦୦ରୁ ଉର୍ଦ୍ଧ୍ଵ ଲୋକମାନଙ୍କୁ ଏହି ଗ୍ରୁପ ସହାୟତା କରିଛି। ସେମାନଙ୍କ ମଧ୍ୟରେ ୫୦ ଜଣ ଗର୍ଭବତୀ ମହିଳା ସାମିଲ ଅଛନ୍ତି।

ବଡୋଦରାରେ ରହୁଥିବା ଜୈବିକ ପାଣ୍ଡ୍ୟା ଏହି ଗ୍ରୁପର ଶୁଭାରମ୍ଭ କରିଥିଲେ। ଏନେଇ ସେ କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ମୋ ବନ୍ଧୁଙ୍କ ମାଆଙ୍କୁ “ଓ ନେଗେଟିଭ୍” ରକ୍ତର ଆବଶ୍ୟକତା ଥିଲା। ଏଥିପାଇଁ ଆମେ ଦିନ ସାରା ରକ୍ତ ଖୋଜିଥିଲୁ। ସେହି ସମୟରେ ମୋ ମନରେ ଆସିଥିଲା ଯେ, ଦୁନିଆରେ ଏଭଳି ବହୁ ଲୋକ ଥିବେ ଯେଉଁମାନଙ୍କୁ ଠିକ୍ ସମୟରେ ରକ୍ତ ମିଳୁ ନଥିବ। ତେଣୁ ଆମେ ଏଥିପାଇଁ ଏକ ଉପାୟ ଚିନ୍ତା କଲୁ। ମୋର ବନ୍ଧୁ ଜୟ ପଟେଲ ଏବଂ ଦୀପେଶ ପଟେଲଙ୍କ ସହ ମିଶି ଆମେ ବ୍ଲଡ@ ଇଓର ସର୍ଭିସ୍ ଗ୍ରୁପ୍ ନାମକ ଏକ ସୋସିଆଲ ମିଡିଆ ଗ୍ରୁପ୍ ତିଆରି କଲୁ। ଯାହାକି ଏବେ ଗୁଜୁରାଟର ବିଭିନ୍ନ ସହରରେ ଲୋକମାନଙ୍କ ପାଇଁ ବେଶ୍ ସହାୟକ ହୋଇ ପାରିଛି।

ଜୈବିକ ପାଣ୍ଡ୍ୟା କହିଛନ୍ତି ଯେ, ୨୦୧୬ରେ ଏହି ଗ୍ରୁପ ସେ ତିଆରି କରିଥିଲେ। ସେହି ସମୟରେ ଏହି ଗ୍ରୁପରେ କେବଳ ୨୨ ଜଣ ସଦସ୍ୟ ଥିଲେ। ଧୀରେଧୀରେ ଏଥିରେ ଲୋକ ସଂଖ୍ୟା ବୃଦ୍ଧି ପାଇଲା। ଥରେ ମୋ ମାଆଙ୍କ ଚିକିତ୍ସାରେ ରକ୍ତ ଆବଶ୍ୟକ ଥିଲା ୧୨ ୟୁନିଟର “ଏବି ନେଗେଟିଭ୍” ରକ୍ତ ଦରକାର ଥିଲା। ସେହି ସମୟରେ ମଧ୍ୟ ଆମେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲୁ।

ଏହି ଗ୍ରୁପର ଅନ୍ୟ ଜଣେ ସଦସ୍ୟ ଜୟ ପଟେଲ କହିଛନ୍ତି ଯେ, ଦୁର୍ଘଟଣା ଏବଂ ଅନ୍ୟ ରୋଗରେ ପୀଡିତ ହୋଇ ରକ୍ତ ଅଭାବରୁ ଲୋକମାନଙ୍କ ମୃତ୍ୟୁ ହେଉଛି। ଏଭଳି ନହେବା ପାଇଁ ଆମେ ଚେଷ୍ଟା କରୁଛୁ। ଏଥିପାଇଁ ଆମ ଗ୍ରୁପରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡିବାକୁ ଚେଷ୍ଟା କରୁଛୁ। ଆମ ଗ୍ରୁପରେ ପ୍ରାୟ ୫୦ ଜଣ ମହିଳା ଡୋନର ମଧ୍ୟ ଅଛନ୍ତି। ବଡୋଦରାର ସମସ୍ତ ବ୍ଲଡ ବ୍ୟାଙ୍କ ସହ ଆମେ ଜଡିତ। ଅସୁବିଧାରେ ପଡିଥିବା ଲୋକମାନଙ୍କୁ ଯଥା ସମ୍ଭବ ଚେଷ୍ଟା କରିବାକୁ ଆମେ ପ୍ରୟାସରତ।

ସମ୍ବନ୍ଧିତ ଖବର