PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ରୋଗ ପ୍ରତିରୋଧ ‘ଶକ୍ତିବର୍ଦ୍ଧକ ନୀଳ ଚା’: ମସ୍ତିଷ୍କକୁ ସକ୍ରିୟ ରଖିବା ସହ ଓଜନ ହ୍ରାସ କରେ

ନୂଆଦିଲ୍ଲୀ ୧୮/୦୮: ଗ୍ରୀନ୍‌ ଟି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ । ଏକଥା ସମସ୍ତଙ୍କୁ ଜଣା । ବିଗତ କିଛି ବର୍ଷ ମଧ୍ୟରେ ଏହି ଚା’ ବେଶ୍‌ ଲୋକପ୍ରିୟ ହୋଇପାରିଛି । କିନ୍ତୁ ଅନେକ ହୁଏତ ଜାଣିନଥିବେ ଗ୍ରୀନ୍‌ ଭଳି ବ୍ଲୁ ଟି ବା ନୀଳ ଚା’ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।

ଆପଣ ଚାହିଁଲେ ଏହାକୁ ଘରେ ତିଆରି କରିପାରିବେ । ବ୍ଲୁବେଲ୍‌ଭାଇନ ବା ନୀଳ ଅପରାଜିତା ଫୁଲରୁ ଏହି ଚା’ ପ୍ରସ୍ତୁତ ହୋଇଥାଏ । ଗ୍ରୀନ୍‌ ଟି ଭଳି ଏଥିରୁ ପ୍ରସ୍ତୁତ ଚା’ରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ମସ୍ତିଷ୍କକୁ ସକ୍ରିୟ ରଖେ । ସ୍ମୃତି ଶକ୍ତି ଉଜ୍ଜୀବିତ କରିବାରେ ସହାୟତା ପ୍ରଦାନ କରେ । ଓଜନ ହ୍ରାସ କରେ । କେଶକୁ ଦୃଢ଼ କରିବା ସହ ତ୍ୱଚାକୁ ଉଜ୍ଜ୍ୱଳତା ପ୍ରଦାନ କରିଥାଏ । ଏଥିରେ ଥିବା ଆଣ୍ଟିପାଇରେଟିକ୍‌ ଗୁଣ ଜ୍ୱର, ଉତ୍କଣ୍ଠା ଓ ଅବସାଦ କମାଇବାରେ ସହାୟକ ହୋଇଥାଏ ।