PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

କୋଭିଡ ସହାୟତା କେନ୍ଦ୍ରକୁ ୩ ଲକ୍ଷ କଲ୍, ୩୮ ହଜାର ଆକ୍ରାନ୍ତଙ୍କୁ ଡାକ୍ତରୀ ଦଳ ଦେଇଛି ପରାମର୍ଶ

ଭୁବନେଶ୍ୱର:କୋଭିଡ-୧୯ ପରିଚାଳନା କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମ ( ବିଏମ୍‌ସି) ଉଲ୍ଲେଖନୀୟ ସଫଳତା ହାସଲ କରିଛି । ବିଏମ୍‌ସି ପକ୍ଷରୁ ଖୋଲିଥିବା ଜରୁରିକାଳୀନ ସେବା ବା କଲ୍‌ ସେଣ୍ଟରକୁ (୧୯୨୯) ମାର୍ଚ୍ଚ ମାସରୁ ମୋଟ ୩ ଲକ୍ଷ ଫୋନ୍‌ କଲ୍‌ ଆସିଛି । କଲ୍‌ କରୁଥିବା ଲୋକଙ୍କୁ କରୋନା ସଚେତନତା ସହ ଡାକ୍ତରୀ ପରାର୍ମଶ, ହସ୍ପିଟାଲ ସ୍ଥାନାନ୍ତର, ଟିକାକରଣ ଆଦି ପରାମର୍ଶ ଦିଆଯାଇଛି ।

ସର୍ବନିମ୍ନ କଲ୍‌ ଡ୍ରଫ୍‌ ନିଶ୍ଚିତ କରିବା ସହ ପଦକ୍ଷେପ ନିଆ ଯାଉଥିବା ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂହ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ କରୋନା ସଂକ୍ରମଣକୁ ତୁଲାଇବା ପାଇଁ ବିଏମ୍‌ସି ପକ୍ଷରୁ ହେଲପ୍‌ ଲାଇନ୍‌ ବ୍ୟବସ୍ଥା କରାଯାଇଛି । ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଏହି କଲ୍‌ ସେଣ୍ଟରକୁ ବର୍ତ୍ତମାନ ସୁଦ୍ଧା ୩, ୦୨, ୭୦୬ ଜଣ କଲ୍‌ କରି ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି । ସେଥିମଧ୍ୟରୁ ୧ ଲକ୍ଷ ୨୧ ହଜାର ୪୨୮ ଜଣ ଫୋନ୍‌ କରିଥିବା ବେଳେ ବିଏମ୍‌ସି ପକ୍ଷରୁ ୧, ୮୧ ହଜାର ୨୭୮ ଜଣଙ୍କ ପାଖକୁ କଲ୍‌ ଯାଇଛି ।

ସେହିପରି ୩୮, ୩୬୫ ଜଣଙ୍କୁ ଡାକ୍ତରୀ ପରାମର୍ଶ ଦିଆଯାଇଛି । ବିଏମ୍‌ସି ଭବାନୀ ମଲରେ ୩୫ ୱାକ୍‌ ଷ୍ଟେସନ ମାଧ୍ୟମରେ ପରିଚାଳିତ ଏହି କଲ୍‌ ସେଣ୍ଟରରେ ମୋଟ ୩ ସିଫ୍ଟରେ କାର୍ଯ୍ୟ କରାଯାଉଛି । ୧୯ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିବା ବେଳେ ୪୮ କଲ୍‌ ପରିଚାଳନା କରୁଛନ୍ତି । ୬୦ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଏବଂ ପଞ୍ଜୀକରଣ ପାଇଁ ୪ଟି ୱାକ୍‌ ଷ୍ଟେସନ କାମ କରୁଛି । କଲ ସେଣ୍ଟରକୁ ଫୋନ୍‌ କରୁଥିବା ରୋଗୀ ମାନଙ୍କୁ ହସ୍ପିଟାଲ ପଠାଇବା, ଡିସଚାର୍ଜ୍‌ ପ୍ରମାଣପତ୍ର, ଭ୍ରମଣ ସମ୍ବଦ୍ଧୀୟ ପ୍ରୋଟକଲ, ଘରର ପରିମଳ ଶବ ଦାହ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦିଆଯାଉଛି ।

ସମ୍ବନ୍ଧିତ ଖବର