୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଭୁବନେଶ୍ବର ୨୪।୧୧ : ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ବିଏମ୍‌ସି ଅଧିକାରୀ। ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଏମ୍‌ସି କ୍ଲର୍କ ସୁଧାଂଶୁ ମାଝୀ। ଏହି ଲାଞ୍ଚ ଇଏମଡି ସିକ୍ୟୁରିଟି ଡିପୋଜିଟ୍‌ ରିଲିଜ ପାଇଁ ନେଉଥିଲେ।

ପ୍ରଶାନ୍ତ କୁମାର ରାୟ ନାମକ ଯୁବକଙ୍କ ଅଭିଯୋଗ ଆଧାରରେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ ଅଧିକାରୀ ଧରାପଡିଛନ୍ତି । ପିସିଆକ୍ଟରେ ଗିରଫ କରି ଭିଜିଲାନ୍ସ ତଦନ୍ତ ଜାରି ରଖିଛି । ରଙ୍ଗବୋଳା ଟଙ୍କା ସହ ଡାହାଣ ହାତ ଓ ପ୍ୟାଣ୍ଟ ପକେଟରୁ ଜବତ ହୋଇଛି ଲାଞ୍ଚ ଟଙ୍କା ।