ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ଡ୍ରେନ୍ ପାଇଁ 400 କୋଟି

ଭୁବନେଶ୍ବର,12।12(ବୁୟରୋ): ଆସନ୍ତା 16ତାରିଖରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି କର୍ପୋରେସନ) ଅବଧି ସରିବ। ଏହା ପୂର୍ବରୁ ଆଜି ସହରର ଡ୍ରେନେଜ୍ ନେଇ ମେଗା ପ୍ଲାନ୍ ବିଷୟରେ ଘୋଷଣା କରାଯାଇଛି। ମେୟର ଓ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ବଡ଼ ଘୋଷଣା ହୋଇଛି। ଏହି ଯୋଜନା ଠିକଠାକ୍ ରହିଲେ, ସହରର ଡ୍ରେନେଜ୍ ସମସ୍ୟା ସମାଧାନ ହୋଇଯିବି।
ସହରର ଡ୍ରେନେଜ୍ ବ୍ୟବସ୍ଥାକୁ ସଜାଡି଼ବାକୁ ମୋଟ 400କୋଟିର ଯୋଜନା ହୋଇଛି। ବିଏମ୍ସି ପକ୍ଷରୁ ସରକାରଙ୍କୁ ଏ ନେଇ ପ୍ରସ୍ତାବ ଦିଆଯାଇଛି। ଦୁଇଟି ପର୍ଯ୍ୟ।ୟରେ 100କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ଆଶ୍ବାସନା ଦିଆଯାଇଛି। ବର୍ତ୍ତମାନ ପାଇଁ 17କୋଟି ଟଙ୍କା ଦିଆଯାଇଛି। 17 କୋଟି ଟଙ୍କାରେ 22ଟି ଡ୍ରେନେଜ୍ ପ୍ରକଳ୍ପର ମରାମତି ଓ କିଛି ନୂଆ ଡ୍ରେନ୍ ନିର୍ମ।ଣ କରାଯିବ। ବାକି 300 କୋଟି ବି ସରକାର ଯୋଗାଇ ଦେବେ। ସାଧାରଣ ନିର୍ବ।ଚନ ତାରିଖ ଘୋଷଣା ପୂର୍ବରୁ ଏହି ଟଙ୍କା ମିଳିଯିବ ବୋଲି ବିଏମ୍ସି ଆଶା କରିଛି।
ଗତ ବର୍ଷ।ରେ ଜଳବନ୍ଦୀ ଯନ୍ତ୍ରଣାରେ ଲୋକେ ଛଟପଟ ହୋଇଥିଲେ। ଏଥିପାଇଁ ଏଥର ବର୍ଷ। ପୂର୍ବରୁ ସହରର ସମସ୍ତ ଡ୍ରେନ୍Ùକୁ ସଫେଇ ପାଇଁ ବିସ୍ତୃତ ଯୋଜନା ହୋଇଛି। ଖୁବ୍ ଶୀଘ୍ର ବିଭିନ୍ନ ବିଭାଗର ଏକ ମିଳିତ ବୈଠକ ବସିବ। ଡ୍ରେନ୍ ଉପରେ ଜବଲରଦଖଲକାରୀଙ୍କୁ ଛଡାଯିବନି। ନିର୍ଦ୍ଧାରିତ ସମୟରେ ଡ୍ରେନ୍ କାମ ନ ସରିଲେ ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରାଯିବ ବୋଲି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.