PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ବିଏମ୍‌ସିର ନିଆରା ପଦକ୍ଷେପ,ବକେୟା ଟିକସ ଆଦାୟ କରିବେ କିନ୍ନର

ଭୁବନେଶ୍ୱର ୧୯/୧୨: ବର୍ଷ ବର୍ଷ ଧରି ବକେୟା ପଡ଼ିଥିବା ଟିକସକୁ ଆଦାୟ କରିବାକୁ ନିଆରା ଯୋଜନା କରିଛି ବିଏମ୍‌ସି । ହୋଲ୍ଡିଂ ଟିକସ ହେଉ ଅବା କେଉଁ ଟିକସ ଖିଲାପ କରିଥିବା ଖିଲାପକାରୀଙ୍କଠାରୁ ବକେୟା ପରିମାଣ ଆଦାୟ କରିବାକୁ କିନ୍ନରଙ୍କୁ ନିୟୋଜିତ କରାଯିବ । ଏଥିପାଇଁ ଆଜି ତୃତୀୟ ଲିଙ୍ଗି ବା ଥାର୍ଡ ଜେଣ୍ଡର୍‌ ବର୍ଗଙ୍କ ସହ ଚୁକ୍ତି ହୋଇଛି ।

କଳିଙ୍ଗ ଷ୍ଟୁଡିଓ ଛକ ଓଁକାର ବସ୍ତିର କିନ୍ନର ସଂଘ ସହ ବିଏମ୍‌ସି ଏହି ଚୁକ୍ତି କରିଛି । ଏହି ସମୟରେ ବିଏମ୍‌ସି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର ଓ କିନ୍ନର ସଂଘ ପକ୍ଷରୁ ମେଘନା ସାହୁ ଉପସ୍ଥିତ ଥିଲେ । ବର୍ଷକ ପାଇଁ ଏହି ଚୁକ୍ତି ହୋଇଛି । କିନ୍ନରମାନେ କେବଳ ବକେୟା ଟିକସ ଆଦାୟ କରିବେ । ହାଲ୍ଡିଂ ଟିକସ ଖିଲାପକାରୀଙ୍କଠାରୁ ଟିକସ ଆଦାୟ ସହ ଟ୍ରେଡ୍‌ ଲାଇସେନ୍ସ ନ କରି ବ୍ୟବସାୟ କରୁଥିବା ଦୋକାନୀଙ୍କଠାରୁ ଏହି ବାବଦ ଅର୍ଥରାଶି ଆଦାୟ କରିବେ । ତେବେ ସେମାନେ କାହାକୁ ଖରାପ ବ୍ୟବହାର ଦେଖାଇବେ ନାହିଁ । ଉତ୍ତମ ବ୍ୟବହାର ଓ ଆଚରଣ ପ୍ରଦର୍ଶନ କରିବେ ବୋଲି ବିଏମ୍‌ସି ସର୍ତ୍ତ ରଖିଛି ।

୪୦ଲକ୍ଷ ଟଙ୍କାର ବକେୟା ଟିକସ ଆଦାୟ ପାଇଁ କିନ୍ନର ଗୋଷ୍ଠୀକୁ ଏହାର ଏକ ପ୍ରତିଶତ ଅର୍ଥ ବା ୪୦ହଜାର ଟଙ୍କା ମିଳିବ । ୪୦ଲକ୍ଷରୁ ୬୦ଲକ୍ଷ ଟଙ୍କା ଭିତରେ ଥିବା ବକେୟା ରାଶି ଆଦାୟ କଲେ ଏହାର ୧.୫ ପ୍ରତିଶତ ଓ ୬୦ଲକ୍ଷରୁ ଅଧିକ ବକେୟା ଟିକସ ଆଦାୟ କଲେ ଏହାର ଦୁଇ ପ୍ରତିଶତ ପାଇବେ ବୋଲି ଚୁକ୍ତିରେ ଉଲ୍ଲେଖ ଅଛି । ବକେୟା ଟିକସ ଆଦାୟ ପାଇଁ ବିଏମ୍‌ସି ସେମାନଙ୍କ ଯାତାୟାତ ଖର୍ଚ୍ଚ ଯୋଗାଇବ । ଏଥିରେ ସାମିଲ ସମସ୍ତଙ୍କୁ ପରିଚୟପତ୍ର୍ର ଦିଆଯିବ । ତେବେ ଖାଲି ବକେୟା ଟିକସ ଆଦାୟ ଉଦ୍ଦେଶ୍ୟ ନୁହେଁ, କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ବିଏମ୍‌ସି ଲକ୍ଷ୍ୟ ରଖିଛି । ଜାତୀୟ ଜୀବିକା ମିଶନ(ଏନୟୁଏଲଏମ୍‌) ଅଧୀନରେ ସେମାନଙ୍କୁ ପଞ୍ଜିକରଣ କରିବା ଓ ସେମାନଙ୍କ ସଂଖ୍ୟା ମିଳିବା ପରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ପ୍ରସ୍ତୁତ କରିବାକୁ ବିଏମ୍‌ସି ଲକ୍ଷ୍ୟ ରଖିଛି ।