PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ଭାଇରାଲ ଟେଲିଫୋନ୍‌ରେ ଭୁଲ୍‌ ତଥ୍ୟ : ମିଛ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପାଇଁ ଏକ ଓଡ଼ିଆ ଟିଭି ଚ୍ୟାନେଲକୁ ବିଏମ୍‌ସିର ନୋଟିସ୍ , ପୁଲିସରେ ଅଭିଯୋଗ

ଭୁବନେଶ୍ୱର –  କରୋନାକୁ ନେଇ ଅଯୌକ୍ତିକ , ଭୁଲ୍‌ ତଥ୍ୟପୂର୍ଣ୍ଣ ଓ ମିଛ ଖବର ପ୍ରସାରଣ ନେଇ ଏକ ଓଡ଼ିଆ ଟିଭି ଚ୍ୟାନେଲକୁ କାରଣ ଦର୍ଶାଇ ନୋଟିସ୍ । ଏହି ନୋଟିସ୍‌ ଜାରି କରିଛି ବିଏମ୍‌ସି । ଥାନରେ ମଧ୍ୟ ଏହି ଚ୍ୟାନେଲ ବିରୁଦ୍ଧରେ ଅଭିଯୋଗ ହୋଇଛି । ଏହି ସଂପର୍କରେ ବିଏମସି ପକ୍ଷରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରୁ ଜଣା ଯାଇଛି ଯେ , ୬ ଅଗଷ୍ଟ ୨୦୨୦ରେ ଓଡ଼ିଶାର ଏହି ପ୍ରମୁଖ ନ୍ୟୁଜ୍‌ ଚ୍ୟାନେଲ୍ ଦୁଇ ଅଜ୍ଞାତ ବ୍ୟକ୍ତିଙ୍କ ମଧ୍ୟରେ ଏକ ଟେଲିଫୋନିକ୍‌ ବାର୍ତ୍ତାଳାପର ଖବର ପ୍ରସାରଣ କରିଥିଲା । ଏଥିରେ ଉକ୍ତ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପରେ ମିଛ ଓ ଦ୍ୱେଷପୂର୍ଣ୍ଣ ସୂଚନା ପ୍ରସାରିତ ହୋଇଥିଲା । ସେହି ମିଛ ଖବରଟି କଣ ଆସନ୍ତୁ ଜାଣିବା –

କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡି‌ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରତି ରୋଗୀଙ୍କ ପିଛା ଦିଆ ଯାଉଛି ୧.୫ଲକ୍ଷରୁ ୨.୫ଲକ୍ଷ ଟଙ୍କା ଏବଂ ବିଏମ୍ସି , ପ୍ରାଇଭେଟ୍‌ ହସ୍ପିଟାଲ ଯଥା- ହାଇ-ଟେକ୍‌ , କିମ୍ସ  ଏବଂ ସମ୍‌ ଓ ହେଲଥ ଡିପାର୍ଟମେଣ୍ଟ ଆଦି ଦ୍ୱାରା ଏହି ଅର୍ଥ ଭୁଲ୍‌ ବାଟରେ ବ୍ୟବହାର ହେଉଛି । ଆଉ ମଧ୍ୟ ଏହି ସବୁ ହସ୍ପିଟାଲକୁ ଦିନକୁ ୧୦୦ ଜଣ କୋଭିଡ୍‌ ରୋଗୀଙ୍କୁ ଆଡମିଟ୍‌ ପାଇଁ ଟାର୍ଗେଟ୍‌ ଦିଆଯାଉଛି । ଏପରିକି ଯେଉଁ ଲୋକଙ୍କ ପଜିଟିଭ୍‌ ପରୀକ୍ଷଣ ହୋଇନାହିଁ , ସେମାନଙ୍କୁ ମଧ୍ୟ  ହାଇ-ଟେକ୍‌ , କିମ୍ସ ,ସମ୍‌ ହସ୍ପିଟାଲ ଓ ଅନ୍ୟ ସବୁ ହସ୍ପିଟାଲ ପଠାଯାଉଛି । କାହିଁକି ନା ବିଏମସି ଅଫିସରଙ୍କୁ ଦିଆଯାଇଥିବା ଟାର୍ଗେଟ୍‌ ପୂରଣ ହୋଇ ପାରିବ ।

ଏହାସହ ନିକଟରେ ଏହି ଚ୍ୟାନେଲ ଦ୍ୱାରା ଆଉ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଓ ଅମୂଳକ ଖବର ପ୍ରସାରଣ ହୋଇଥିଲା । କିଛି ଦିନ ତଳେ ଏହି ଚ୍ୟାନେଲ୍ ଏକ ଭିଡ଼ିଓ କ୍ଲିପ୍‌ ଦେଖାଇଥିଲା । ଯେଉଁଥିରେ ଥିଲା କି କିଛି ନେଗେଟିଭ୍‌ ଥିବା ନିରୀହ ବସ୍ତିବାସିନ୍ଦାଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତୁରନ୍ତ ବିଏମସି ତାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏହାର ପ୍ରତିକ୍ରିୟା ଦେଇ ସମସ୍ତ ନ୍ୟୁଜ୍‌ ଚ୍ୟାନେଲଙ୍କୁ ନୋଟିସ୍‌ ଜାରି କରିଥିଲା କି କୋଭିଡ୍‌ ସମ୍ୱନ୍ଧିତ ଖବର ପ୍ରସାରଣ ବେଳେ ମିଛ ଖବରରୁ ନିବୃତ୍ତ ରହି ଉପଯୁକ୍ତ ତଥ୍ୟପୂର୍ଣ୍ଣ ଖବର ପାଇଁ ଦାୟିତ୍ୱବାନ ହେବା ଉଚିତ୍‌ ।

ଯେତେବେଳେ ପୁରା ଓଡ଼ିଶା କୋଭିଡ୍‌ ବିରୁଦ୍ଧରେ ଲଢ଼େଇ କରୁଛି , ସେତେବେଳେ ଏହି ମିଛ ଓ ଅଯୌକ୍ତିକ ଖବର ପ୍ରସାରଣ ଲୋକଙ୍କୁ ଏହି ସଙ୍କଟ ବେଳେ ଭୁଲ୍‌ ବାର୍ତ୍ତା ପ୍ରଦାନ କରୁଛି । ଯାହାକି ଲୋକଙ୍କ ମଧ୍ୟରେ ଭୟ ଓ ଭ୍ରମ ସୃଷ୍ଟି କରୁଛି । ଏହି ସମ୍ୱନ୍ଧିତ ମିଛ , ଅଯୌକ୍ତିକ , ଅସତ୍ୟପୂର୍ଣ୍ଣ ଖବର ପ୍ରସାରଣ ପାଇଁ  ଏନଡିଏମ୍‌ଏ ଗାଇଡ ଲାଇନ୍‌ ସହ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଗାଇଡ୍‌ ଲାଇନ୍‌ରେ ସ୍ପଷ୍ଟ ଭାବେ ବାରଣ କରାଯାଇଛି । ନ୍ୟୁଜ୍‌ ଚ୍ୟାନେଲ୍‌ ଗୁଡ଼ିକର ଏଭଳି ପ୍ରୟାସ ଦୁଃଖଦ ଓ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କୁହାଯାଇଛି ।