PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର : ବିଦ୍ୟୁତ ଆଘାତରେ ବୃଦ୍ଧ ମୃତ, ପାଣିରେ ବୁଡି ଯୁବକ ମୃତ
  • ||
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ବିଏମ୍‌ସି ଖୋଳିଲା ଦୁଇ ଅସ୍ଥାୟୀ ପୋଖରୀ

ଭୁବନେଶ୍ୱର ୪/୯ : ଗଣେଶ ପୂଜା ସରିଛି । ମୂର୍ତ୍ତି ବିସର୍ଜନ ବି ଆରମ୍ଭ ହୋଇଛି । ଆଗକୁ ଅନ୍ୟ ପୂଜା ଆସୁଛି । ଏହାକୁ ଆଖି ଆଗରେ ରଖି ମୂର୍ତ୍ତି ବିସର୍ଜନ ପାଇଁ ବିଏମ୍‌ସି ଅସ୍ଥାୟୀ ପୋଖରୀ ଖୋଳିଛି ।ଏବେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଦୁଇଟି ପୋଖରୀ ଖୋଳାଯାଇଛି । କୁଆଖାଇ ଓ ଦୟା ନଦୀ ପଠାରେ ଏହି ଦୁଇ ଛୋଟ ପୋଖରୀ ଖୋଳାଯାଇଛି । ଦୁଇଟି ଯାକ ପୋଖରୀର ଗଭୀର ପ୍ରାୟ ୧୦ ଫୁଟ ରହିଛି । ମୂର୍ତ୍ତି ଆସିବା ପାଇଁ ଅସ୍ଥାୟୀ ରାସ୍ତା କରାଯାଇଛି ।

ନଦୀ ପଠାର ବିଭିନ୍ନ ସ୍ଥାନରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ହୋଇଛି । ପୋଖରୀରେ ମୂର୍ତ୍ତି ବିସର୍ଜନ ପରେ ଏହାକୁ ଏସ୍କାଭେଟରରେ ବାହାରକୁ କଢାଯିବ । ପ୍ରଦୂଷିତ ପାଣିରେ ବ୍ଲିଚିଂ ଓ ଚୂନ ମିଶାଯିବା ପରେ ଏହାକୁ ସେସପୁଲ୍‌ ଗାଡି ଯୋଗେ ନିଷ୍କାସିତ କରାଯିବ । ପୋଖରୀରୁ ମୂର୍ତ୍ତି କାଢିବା ଓ ପାଣି ନିଷ୍କାସନ କାମରେ ବିଏମ୍‌ସି ୮ଜଣ କର୍ମଚାରୀଙ୍କୁ ନିୟୋଜିତ କରିଛି ।

ପୋଖରୀରେ ପ୍ରଦୂଷିତ ପାଣି ବାହାର କରିବା ପରେ ଏହାକୁ ନେଇ ଅନ୍ୟତ୍ର ପକାଯିବ ବୋଲି ବିଏମ୍‌ସି ଇଞ୍ଜିନିୟରିଂ ଡିଭିଜନର ଜଣେ ଯନ୍ତ୍ରୀ ସୂଚନା ଦେଇଛନ୍ତି ।ଆଗକୁ ଦୂର୍ଗାପୂଜା ପାଇଁ ପୋଖରୀକୁ ଆହୁରି ବଡ଼ କରାଯିବ । ପୋଖରୀ ସଂଖ୍ୟା ମଧ୍ୟ ବଢିବ଼ ବୋଲି ବିଏମ୍‌ସି ସୂତ୍ରରୁ ସୂଚନା ମିଳିଛି ।