ସିଲ୍ ହେଲା ପଟିଆ ବିଗ୍ ବଜାର

ଭୁବନେଶ୍ବର ୨୦/୨: ସିଲ୍ ହେଲା ପଟିଆ ବିଗ୍ ବଜାର। ଭୁବନେଶ୍ବର ମହାନଗର ନିଗମ (ବିଏମିସି) କମିଶନ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତିରେ ଆଜି ବଜାରକୁ ସିଲ୍ କରାଯାଉଥିବା ଜଣାପଡିଛି । ବିଗ୍ ବଜାରରେ ପରିମଳ, ଅଗ୍ନି ନିର୍ବାପକ ସୁରକ୍ଷା ଏବଂ ପାର୍କିଂ ସମସ୍ୟା ରହିଥିବାରୁ ତାହାକୁ ସିଲ୍ କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ଏଥିପାଇଁ ବିଏମସି ପକ୍ଷରୁ ନୋଟିସ୍ ଦିଆଯାଇଥିଲା ।

ସୂଚନା ମୁତାବିକ, ରାଜଧାନୀର ବିଭିନ୍ନ ମଲ୍ ଏବଂ ଅଟ୍ଟାଳିକାରେ ଅଗ୍ନି ନିର୍ବାପକ ସୁରକ୍ଷାକୁ ଦୀର୍ଘଦିନ ତଳୁ ବିଏମସି କର୍ତ୍ତୃପକ୍ଷ ଗୁରୁତ୍ବ ଦେଉଛନ୍ତି । ଏହାସହ ପାର୍କିଂ ବ୍ୟବସ୍ଥାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏପରିକି ସାଧାରଣ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟଗୁଡିକ ଲାଗି ମଧ୍ୟ ପାର୍କିଂ ନିୟମ କଡାକଡି କରାଯାଇଛି । ପରିମଳ ବ୍ୟବସ୍ଥାର ଗାଇଡ୍ ଲାଇନ୍ ଅନୁସରଣ କରିବାକୁ ଯଥେଷ୍ଟ ପୂର୍ବରୁ ନିୟମ ସହ ସାବଧାନ କରାଯାଇଛି । ଏହା ସତ୍ତ୍ବେ କିଛି ମଲ୍ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଏହାର ଉଲଂଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି ।

ନିକଟରେ ଏସପ୍ଲାନେଡ୍ ମଲ୍ ଏବଂ ଆଉ ଏକ ସପିଂ ମଲ୍ ବିରୋଧରେ ମଧ୍ୟ ଆକ୍ସନ ହୋଇଥିଲା । ସେହି ଡ୍ରାଇଭ୍ ରେ ବିଭିନ୍ନ ସପିଂ ମଲ୍ କୁ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା ଏବଂ ପରିମଳ ବ୍ୟବସ୍ଥା ଲାଗି ନୋଟିସ୍ ହୋଇଥିଲା । ସେହିପରି ପଟିଆ ସ୍ଥିତ ବିଗ୍ ବଜାରକୁ ମଧ୍ୟ ନୋଟିସ୍ ହୋଇଥିବା ବେଳେ ଅବଧି ପୂରଣ ସତ୍ତ୍ବେ ବିଗ୍ ବଜାର କର୍ତ୍ତୃପକ୍ଷ ଆବଶ୍ୟକୀୟ ବ୍ୟବସ୍ଥା କରିନଥିବାକୁ ତାକୁ ବିଏମସି କର୍ତ୍ତୃପକ୍ଷ ସିଲ୍ କରିଛନ୍ତି ।  

   ସମ୍ବନ୍ଧିତ ଖବର


ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଟଙ୍କା ବିନିଯୋଗ କଲେ ହୋଇଯିବ ଦୁଇ ଗୁଣ,୫୦ ହଜାର ବଦଳରେ ମିଳିବ ଏକଲକ୍ଷ ଟଙ୍କା

ଭୁବନେଶ୍ୱରରେ ମିଳୁଛି କୋଭିଡ ଟିକା !

ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ରାଜ୍ୟରେ ଏବେ ବେଆଇନ ଧର୍ମଘଟ କଲେ ଏକ ବର୍ଷ ଜେଲ୍‌ କିମ୍ବା ୫ ହଜାର ଜରିମାନା

ଓଡ଼ିଶାର ଚାଷୀଙ୍କୁ ମୋଦି ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌-ଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ISL-7: ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି