PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ବିଏମସିର ନୂଆ ପଦକ୍ଷେପ, ଏଣିକି ଅଧ କେଜି ପ୍ଲାଷ୍ଟିକ ବଦଳରେ ମିଳିବ ଆହାର

ଭୁବନେଶ୍ୱର, ୧୪|୧୨: ରାଜ୍ୟ ସରକାର ଗତ ଅକ୍ଟୋବର ୨ରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ କରିଛନ୍ତି। ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ନକରିବା ପାଇଁ ସଚେତନ ମଧ୍ୟ କରୁଛନ୍ତି। ଏହା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ଏଣିକି ଅଧ କେଜି ପ୍ଲାଷ୍ଟିକ ଦେଲେ ମାଗଣାରେ ଆହାର କେନ୍ଦ୍ରରେ ଗୋଟିଏ ପ୍ଲେଟ୍ ଖାଦ୍ୟ ମିଳିବ ବୋଲି ବିଏମସି ଘୋଷଣା କରିଛି।

ବିଏମସି ଓ ୟୁଏନଡିପିର ମିଳିତ ପଦକ୍ଷେପରେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ଲାଷ୍ଟିକ ସାମଗ୍ରୀକୁ କିପରି ରାଜଧାନୀବାସୀ ବ୍ୟବହାର ନ କରିବେ ତାହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବିଏମସିର କହିବାନୁସାରେ, ଏବେ ଯଦି କୌଣସି ବ୍ୟକ୍ତି ଅଧ କେଜି ପ୍ଲାଷ୍ଟିକ ସାମଗ୍ରୀ, ବୋତଲ ଆଦି ଦିଅନ୍ତି ତେବେ ସେମାନଙ୍କୁ ଆହାର କେନ୍ଦ୍ରରେ ଗୋଟିଏ ପ୍ଲେଟ୍ ଖାଦ୍ୟ ମିଳିବ। ଏଥିରେ ରାଜଧାନୀବାସୀ ଅଧିକ ସଚେତନ ହେବେ ବୋଲି ବିଏମସି କର୍ତୃପକ୍ଷ ଆଶା ରଖିଛନ୍ତି।