PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

BMW ଆଣିଲା ପ୍ରଥମ ଇଲେକ୍ଟ୍ରିକ୍ ସ୍ପୋର୍ଟ୍ସ କାର୍, ୨ ବର୍ଷ ପୂର୍ବେ ନଜର ଆସିଥିଲା କନସେପ୍ଟ…

https://www.carmagazine.co.uk/

ନୂଆଦିଲ୍ଲୀ ୨/୬: ବିଳାସପୂର୍ଣ୍ଣ କାର୍ ନିର୍ମାତା କମ୍ପାନୀ BMW ନୂଆ i4 ଇଲେକ୍ଟ୍ରିକ୍ ସେଡାନ୍ ଓ ଏହାର ପରଫମାନ୍ସ ଭର୍ସନ i4 M50 ନେଇଆସିଛି  । i4 କମ୍ପାନୀର ୨ ବର୍ଷ ପୂର୍ବରୁ ପ୍ରଦର୍ଶିତ ହୋଇଥିବା କନସେପ୍ଟ ସହ ପ୍ରାୟ ସମାନ । ଏଥିରେ ବିଏମଡବ୍ଲୁର ଅନ୍ୟ ଇଲେକ୍ଟ୍ରିକ୍ ମଡେଲ୍ସର ସମ୍ପୂର୍ଣ୍ଣ ଗ୍ରିଲ୍ ଓ ବ୍ଲୁ ଇନସର୍ଟ୍ସ ଦିଆଯାଇଛି ।

ଏହାର ମୁକାବିଲା Teslaର ମଡେଲ ୩ ସହିତ ହେବ । ମଡେଲ ୩ ଦୁନିଆର ସବୁଠାରୁ ଅଧିକ ବିକ୍ରି ହେଉଥିଲା ଇଲେକ୍ଟ୍ରିକ୍ ଭେଇକଲ ।  BMW i4ର ଲମ୍ବ ମଡେଲ ୩ରୁ ୯ ସିଏମ୍ ଅଧିକ । ଏହାର ଲମ୍ବ ୪.୭୮ mm, ଚଉଡା ୧,୮୫୨ mm ଓ ଉଚ୍ଚତା ୧,୪୪୮ mm । ଏହାର ହ୍ୱିଲବେସ୍ ପ୍ରାୟ ୨,୮୫୬ mm । i4ର M ଭର୍ସନରେ ଡବଲ ଗ୍ରିଲ M ଲୋଗୋ ଓ ଗ୍ଲସି ବ୍ଲାକ୍ ଫିନିଶ୍ ସହିତ ଦିଆଯାଉଛି । ଏହାର କ୍ରୋମ୍ ଏଲିମେଣ୍ଟ୍ସ ମଧ୍ୟ ଆକର୍ଷକ ଲାଗୁଛି ।

କମ୍ପାନୀ i4କୁ ୧୯ ଇଞ୍ଚ ବା ୨୦ ଇଞ୍ଚର ସ୍ପୋର୍ଟିଂ ଆଲୟ ହ୍ୱିଲ ଅପ୍ସନ ସହିତ ଆଣିବ । ଏହାର କେବିନ୍ BMW iX ଭଳି । ଏଥିରେ ୨ଟି ବଡ ସ୍କ୍ରିନ୍ ଦିଆଯାଇଛି ଯାହା ଏକ ସିଙ୍ଗଲ ବ୍ଲକ ସହିତ ଯୋଡି ହୋଇଛି । ଏହାର ୧୨.୩ ଇଞ୍ଚର ପ୍ରଥମ ସ୍କ୍ରିନ୍ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ରୂପେ କାମ କରୁଛି ଏବଂ ସାରା ମଲ୍ଟିମିଡିଆ ସିଷ୍ଟମକୁ ଇଣ୍ଟିଗ୍ରେଟ୍ କରୁଛି । ଏହା ଆଣ୍ଡ୍ରଏଡ୍ ଅଟୋ ଓ ଆପଲ କାର ପ୍ଲେ ସିଷ୍ଟମ ସହିତ ଚାଲିପାରିବ ।

ଗତ କିଛି ବର୍ଷରେ ଇଲେକ୍ଟ୍ରିକ୍ କାରର ଡିମାଣ୍ଡ ବଢିଛି । ଆମେରିକା ଓ ଚୀନ ଭଳି ଦେଶରେ ଏବେ ଇଲେକ୍ଟ୍ରିକ୍ କାର ବଡ ସଂଖ୍ୟାରେ ବିକ୍ରି ହେଉଛି । ଅନେକ ଅଟୋମୋବାଇଲ କମ୍ପାନୀ ଏବେ ନିଜ ଲୋକପ୍ରିୟ ମଡେଲର ଇଲେକ୍ଟ୍ରିକ୍ ଭର୍ସନ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।