PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

୨୦୨୦ ମାଟ୍ରିକ୍‌ ପରୀକ୍ଷା ପାଇଁ ବୋର୍ଡର କେନ୍ଦ୍ର ଚୟନ ପ୍ରକ୍ରିୟା ଆରମ୍ଭ

କଟକ ୧୨/୧୨: ଆଗାମୀ ମାଟ୍ରିକ୍‌ ପରୀକ୍ଷା ପାଇଁ ପ୍ରସ୍ତୁତିକ୍ରମେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପରୀକ୍ଷା କେନ୍ଦ୍ର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ପ୍ରଥମ ପର୍ଯ୍ୟାୟ ବୈଠକରେ ୩ଟି ଜୋନରେ ଥିବା ୯ଟା ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ସହ ଆଲୋଚନା କରାଯାଇଛି। ନୂଆପଡ଼ା ଓ ବଲାଙ୍ଗୀର ଜୋନର ଡିଇଓମାନେ ତାଙ୍କର ପରୀକ୍ଷା କେନ୍ଦ୍ର ଚୟନ କରି ବୋର୍ଡରେ ଦାଖଲ କରିଥିଲେ। ହେଲେ ସମ୍ବଲପୁର ଜୋନର ସମସ୍ୟା ଥିବାରୁ ଚୂଡ଼ାନ୍ତ ତାଲିକା ଦାଖଲ କରିପାରିନଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ସହ ବୈଠକ ବସି ପରୀକ୍ଷା କେନ୍ଦ୍ର ଚୂଡ଼ାନ୍ତ କରାଯିବ।

ସୂଚନାଯୋଗ୍ୟ, ଆଗାମୀ ମାଟ୍ରିକ୍‌ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ଚୟନ କରି ଚଳିତ ମାସ ୧୧ରୁ ୧୩ ତାରିଖ ଭିତରେ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ବୋର୍ଡ ପକ୍ଷରୁ ଚିଠି କରାଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ଡିଇଓମାନେ ରିପୋର୍ଟ ଦାଖଲ କରୁଛନ୍ତି । ଆସନ୍ତାକାଲି ବ୍ରହ୍ମପୁର ଓ ଭୁବନେଶ୍ୱର ଜୋନ୍‌ରେ ଥିବା ଡିଇଓମାନଙ୍କ ଆଲୋଚନା କରାଯାଇ କେନ୍ଦ୍ର କରାଯିବ । ସେହିପରି ୧୩ ତାରିଖରେ କଟକ ଜୋନ୍‌ରେ ଥିବା କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ଡିଇଓମାନଙ୍କ ଆଲୋଚନା କରାଯାଇ ପରୀକ୍ଷା କେନ୍ଦ୍ର ଚୟନ କରାଯିବ ବୋଲି ସୂଚନା ମିଳିଛି । ବୈଠକରେ ବୋର୍ଡ ସଭାପତି ରାମାଶିଷ ହାଜରା ଓ ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଂଜନ ମହାନ୍ତି ଉପସ୍ଥିତ ଥିଲେ ।