ମାଟ୍ରିକ୍ ପରୀକ୍ଷାରେ ପୁଣି ବିଭ୍ରାଟ: ଗାଏବ୍ ହେଲା ୧୦୮ ଓଏମଆର୍ ସିଟ୍

ମାଲକାନଗିରି ୩/୩: ମାଟ୍ରିକ୍ ପରୀକ୍ଷାରେ ପୁଣି ବିଭ୍ରାଟ ଦେଖିବାକୁ ମିଳିଛି । ଗଣିତ ପରୀକ୍ଷାର ୧୦୮ ଓଏମଆର୍ ସିଟ୍ ଗାଏବ୍ ହୋଇଯାଇଛି । ମାଲକାନଗିରି ପଡିଆ ଏସଏସଡି ହାଇସ୍କୁଲରୁ ସିଟ୍ ଗାଏବ୍ ହୋଇଥିବା ନେଇ ପଡିଆ ଥାନାରେ ଏତଲା ଦେଇଛନ୍ତି ସ୍କୁଲ୍ କର୍ତ୍ତୃପକ୍ଷ । ଓଏମଆର୍ ସିଟ୍ ଗାଏବ କଥାକୁ ସ୍ୱୀକାର କରିଛନ୍ତି ସ୍କୁଲ୍ କର୍ତ୍ତୃପକ୍ଷ ।  ତେବେ ପରୀକ୍ଷା କେନ୍ଦ୍ରରୁ କିପରି ଓଏମଆର ସିଟ୍ ଗାଏବ ହେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାଲକାନଗିରି ଉପଜିଲ୍ଲାପାଳ ଓ ଏସ.ଡି.ପି.ଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ହେଲେ ବର୍ତ୍ତମାନ ସୁଦ୍ଧା ପରୀକ୍ଷା ଖାତାର ଖୋଜ ମିଳି ନାହି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ଅନ୍ଯପଟେ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ ସଭାପତି ଜାହାନା ଆରା ବେଗମ୍ । ସେ କହିଛନ୍ତି ଯେ ଏନେଇ ଅନୁଧ୍ଯାନ କରାଯାଉଛି ।  ଘଟଣାର ସତ୍ଯତା ଜଣାପଡିଲେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


ସର୍ତ୍ତମୂଳକ ଜାମିନ ମିଳିଲା ଡେପୁଟି କଲେକ୍ଟରଙ୍କୁ

ବଜ୍ରପାତ ବେଳେ ମୋବାଇଲ୍‌ରେ କଥା ହେବା ହେଲା କାଳ ! ଚାଲିଗଲା ଯୁବକଙ୍କ ଜୀବନ

ପୁରୀକୁ ସ୍ୱତନ୍ତ୍ର ଟ୍ରେନର ସମ୍ପ୍ରସାରଣ -ଅକ୍ଟେବାର ପହିଲାରୁ ଟ୍ରେନ ଗୁଡ଼ିକର ଅତିରିକ୍ତ ରହଣି

ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ୍ ଭୋଟ୍

କରୋନା ଆକ୍ରାନ୍ତ ହୋଇ ସାମ୍ୱାଦିକ ତାରିଣୀ ପାଢ଼ୀଙ୍କ ମୃତ୍ୟୁ

କମିଶନରେଟ୍‌ ପୁଲିସର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ନେଲେ ଆଇପିଏସ୍‌ ରେଖା ଲୋହାନି