PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରଉତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ବତୀଘର ଅଞ୍ଚଳରେ ବୋଟ୍‍ ଆମ୍ବୁଲାନ୍ସ ସେବା ଲୋକାର୍ପିତ: ରୋଗୀ ଆଉ ଟ୍ରଲି, ବାଇକ୍‌ରେ ବୁହା ହେବେନି

କେନ୍ଦ୍ରାପଡ଼ା/ମହାକାଳପଡ଼ା, ୫ା୩(ଆପ୍ର): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକ ଦ୍ୱୀପାଞ୍ଚଳ ବତୀଘର ଅଞ୍ଚଳରେ ଆଜି ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବୋଟ୍‍ ଆମ୍ୱୁଲାନ୍ସ ସେବା ଲୋକାର୍ପିତ ହୋଇଯାଇଛି । ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ସର୍ବସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ଏହି ସେବାର ଉଦ୍‌ଘାଟନ କରିଛନ୍ତି । ବତୀଘର ପଞ୍ଚାୟତ ଲୋକଙ୍କର ଦୀର୍ଘ ଦିନର ପ୍ରତୀକ୍ଷା, ଦୁଃଖର ଅବସାନ ଘଟିଛି । ଯାହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶିତା, ଅଞ୍ଚଳବାସୀଙ୍କ ପ୍ରତି ଭଲପାଇବା, ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ସମ୍ଭବ ହୋଇପାରିଛି । ବିଭିନ୍ନ ସମୟରେ ଏଥିଯୋଗୁଁ ଅଞ୍ଚଳବାସୀ ବହୁ ସମସ୍ୟା ଭୋଗିବା ସହ ଉପାନ୍ତ ଅଞ୍ଚଳରେ ଚିକିତ୍ସା ସେବା ପ୍ରଦାନରେ ବାଧା ସାଜିଥିଲା । ନିପାଣିଆ ଡଙ୍ଗାବୁଡ଼ି ବେଳେ ଏହାର ବାସ୍ତବତା ହୃଦୟଙ୍ଗମ କରିଥିଲେ ସରକାର । ଏ ସଂକାନ୍ତରେ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଯୋଗୁଁ ଖୁବ୍‌ କମ୍‍ ସମୟ ମଧ୍ୟରେ ଏଠାରେ ବୋଟ୍‍ ଆମ୍ୱୁଲାନ୍ସ ସେବା ଉପଲବ୍ଧ ହୋଇପାରିଲା ବୋଲି ମହାକାଳପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି । ନଦୀ, ସମୁଦ୍ର, ଜଙ୍ଗଲ ଘେରା ଏହି ପଞ୍ଚାୟତରେ ଗର୍ଭବତୀ, ପ୍ରସୂତି ଓ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଏହି ବୋଟ୍‍ ଆମ୍ୱୁଲାନ୍ସ ସେବା ମିଳିବ । ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ଅବସରରେ ଜନସଧାରଣଙ୍କ ଉଦ୍ଦେଶ୍ୟରେ ଏହି ବୋଟ୍‍ ଆମ୍ୱୁଲାନ୍ସ ସେବା ଲୋକାର୍ପିତ ହେବା ଦ୍ୱାରା ବତୀଘରବାସୀ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି । ଏହି ଉପଲକ୍ଷେ ବତୀଘର ପଞ୍ଚାୟତ ବରକୋଳି ଖଳା, ମନସାମନ୍ଦିର ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ବିଧାୟକ ଶ୍ରୀ ନାୟକ ବିଜୁବାବୁଙ୍କ କର୍ମଭୂମି ମହାକାଳପଡ଼ାର ବିକାଶ ପାଇଁ ବିଜେଡି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ଏ ଅଞ୍ଚଳ ଉପରେ ଆଶୀର୍ବାଦ ଅଛି, ଏଣୁ ଏ ଅଞ୍ଚଳରେ ବିକାଶ ଧାରା ଚାଲିଛି ବୋଲି ବିଧାୟକ ନିଜ ବକ୍ତବ୍ୟରେ କହିଥିଲେ । ପିଢ଼ି ପିଢ଼ି ଧରି ବତୀଘର ପଞ୍ଚାୟତରେ ରହିଥିବା ଜମିଜମା ସମସ୍ୟା ଖୁବ୍‍ ଶୀଘ୍ର ଦୂର ହେବାକୁ ଯାଉଛି । ଏଠାରୁ କାହାକୁ ଜଣକୁ ବି ଉଚ୍ଛେଦ କରାଯିବ ନାହିଁ, ସମସ୍ତଙ୍କୁ ସୁରକ୍ଷା ଦିଆଯିବ ବୋଲି କହିଥିଲେ ବିଧାୟକ । ବିରୋଧୀଙ୍କୁ କଟାକ୍ଷ କରି ବିଧାୟକ ଶ୍ରୀ ନାୟକ କହିଥିଲେ, ବିରୋଧୀମାନେ ଭୋଟ ଆସିଲେ କଥା କହି ଜାଣନ୍ତି । ଅଞ୍ଚଳର ଉନ୍ନତି କଥା ସେମାନେ କେବେ ଚିନ୍ତା କରନ୍ତିନି । ଏହି ବୋଟ୍‍ ଆମ୍ୱୁଲାନ୍ସ ସେବା ଦ୍ୱାରା ବତୀଘର ପଞ୍ଚାୟତରେ ସ୍ୱାସ୍ଥ୍ୟସେବାରେ ସୁଧାର ଆସିବ । ବିରୋଧୀଙ୍କ ଅପପ୍ରଚାରକୁ କେହି ଶୁଣିବା ଦରକାର ନାହିଁ । ସେମାନେ ଅଦିନିଆ ବନ୍ଧୁ । ତେଣୁ ବିରୋଧୀଙ୍କୁ ଉଚିତ୍‍ ଜବାବ ଦେବାର ଏବେ ସମୟ ଆସିଛି । ତେଣୁ ସମସ୍ତେ ଏକାଠି ହୋଇ ସେମାନଙ୍କୁ ଜବାବ ଦିଅନ୍ତୁ ବୋଲି ବିଧାୟକ ଆହ୍ୱାନ ଦେଇଥିଲେ । ପ୍ରକାଶଥାଉକି, ବତୀଘର ପଞ୍ଚାୟତର ଚାରିପଟେ ନଦୀ ଥିବାରୁ ଲୋକଙ୍କୁ ୧୦୮ ସେବା ମିଳିପାରୁନଥିଲା । ବୋଟ୍‍ ଆମ୍ୱୁଲାନ୍ସ ସେବା ଦ୍ୱାରା କୁମ୍ଭୀର ଆକ୍ରମଣ ଓ ବାର୍‌ହା ଆକ୍ରମଣରେ ଆହତଙ୍କୁ ତ୍ୱରିତ ସେବା ମିଳିବାରେ ବୋଟ୍‍ ଆମ୍ୱୁଲାନ୍ସ ସହାୟକ ହୋଇପାରିବ । ରୋଗୀଙ୍କୁ ଟ୍ରଲି ଓ ଭାରରେ ବୁହାହେବା ଆଜିଠାରୁ ବନ୍ଦ ହୋଇଗଲା ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ । ବତୀଘର ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ଅନେକ ଉନ୍ନୟନମୂଳକ କାମ ହୋଇଛି । ରାସ୍ତା, ସେତୁ, ହୋଇସାରିଥିବା ବେଳେ ଯଥା ସମ୍ଭବ ନିପାଣିଆ ସେତୁ କାର୍ଯ୍ୟ ଆରମ୍ଭ ହେବ । ଯାହାଦ୍ୱାରା ନିପାଣିଆ ଗାଁର ଲୋକମାନେ ଉପକୃତ ହୋଇପାରିବେ ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ । ସୂଚନା ଥାଉକି ଏ ଧରଣର ବୋଟ୍‍ ଆମ୍ୱୁଲାନ୍ସ ସେବା ଓଡ଼ିଶାରେ ପ୍ରଥମ କରି ବତୀଘରବାସୀଙ୍କୁ ଯୋଗାଇ ଦିଆଯାଇଛି ।