ବୁଢ଼ାବଳଙ୍ଗ ହଳଦିଆ ଘାଟରେ ପୁଣି ବୁଡ଼ିଲା ଡଙ୍ଗା ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ବାଲେଶ୍ୱର ୯/୯: ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତ ଅନ୍ତର୍ଗତ ହଳଦିଆ ଘାଟରେ ଦୁର୍ଘଟଣା ପିଛା ଛାଡୁନି । ଜିଲ୍ଲା ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଗତବର୍ଷର ଘଟଣା ମନରୁ ଲିଭି ନ ଥିବାବେଳେ ରବିବାର ସନ୍ଧ୍ୟାରେ ଏହାର ପୁନରାବୃତ୍ତି ଘଟିଛି । ଏହି ଘାଟରେ ପୁଣି ଏକ ଯାତ୍ରୀବହୀ ଡଙ୍ଗା ବୁଡ଼ିଛି । ଘାଟରୁ ଅଳ୍ପ କେଇ ମିଟର ଦୂରରେ ଏଭଳି ଅଘଟଣ ଘଟିଥିବାରୁ ଯାତ୍ରୀମାନେ ପହଁରି କୂଳକୁ ପଳାଇ ଆସିଛନ୍ତି ।ଘଟଣାରେ କାହାର କିଛି କ୍ଷତି ହୋଇନି ।

ଘଟଣାରୁ ପ୍ରକାଶ ରବିବାର କଲ୍ୟାଣପୁର ହାଟ ଥିଲା । ସବୁ ହାଟ ପାଳି ଭଳି ଆଖାପାଖ ୧୦ଟି ଗ୍ରାମର ଲୋକେ ବୁଢ଼ାବଳଙ୍ଗ ନଦୀରେ ଥିବା ଏହି ଘାଟ ଦେଇ ହାଟ ସୌଦା ଆଣିବାକୁ ଯାଇଥିଲେ । ପ୍ରାୟ ସନ୍ଧ୍ୟା ୭ଟା ୩୦ରେ ୩୦ରୁ ଊଦ୍ଧ୍ୱର୍ ଯାତ୍ରୀ ହାଟ ସାରି ଘରକୁ ଫେରିଥିଲେ । ହଳଦୀଆ ଘାଟରୁ ସେମାନେ ଏକ ପୁରୁଣା ଡଙ୍ଗାରେ ନଦୀ ପାର ହେଉଥିଲେ । ଡଙ୍ଗାଟି ଘାଟରୁ କିଛି ମିଟର ଯିବା ପରେ ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା । ଡଙ୍ଗାରେ ଥିବା ଯାତ୍ରୀମାନେ ପହଁରି ପହଁରି ନଦୀ କୂଳକୁ ଆସିଥିଲେ । ମାତ୍ର ଡଙ୍ଗାରେ ଥିବା ବାଇକ୍‌, ସାଇକେଲ, ଅନାନ୍ୟ ସାମଗ୍ରୀ ପାଣିରେ ଭାସି ଯାଇଛି ।

ଖବର ପ୍ରଚାର ହେବା ପରେ ରେମୁଣା ଥାନା ଆଇଆଇସି ଶୁଭ୍ରାଂଶୁ ନାୟକଙ୍କ ସମେତ ହଳଦିପଦା ଫାଣ୍ଡି, ରେମୁଣା ଥାନାର ସମସ୍ତ ପୁଲିସ୍‌, ଓଡ୍ରାଫ, ଏନ୍‌ଡିଆରଏଫ ଟିମ୍‌, ଅଶ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି । ପ୍ରଶାସନିକ ଅଧିକାରୀ ଭାବେ ରେମୁଣା ତହସିଲଦାର ସଞ୍ଜୟ କୁମାର ରାଉତ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଏହି ଘାଟ ଉପରେ ରେମୁଣା ବ୍ଲକର ବଡ଼ପାଳ,ପ୍ରଥା ଅନୁଯାୟୀ, ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁ ରତ୍ନସିଂହାସନ ଛାଡି ରଥରେ ବିଜେ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଆସିଥାଆନ୍ତି । କିନ୍ତୁ ଅଦିନିଆ ଭାବେ ଇସ୍କନ୍‌ ଏଭଳି ରଥଯାତ୍ରା କରିବା ଓ ମହାପ୍ରଭୁଙ୍କ ସହ ତାଙ୍କ ମହାପ୍ରସାଦକୁ ନିନ୍ଦା କରିବା ଘଟଣା କୋଟି କୋଟି ହିନ୍ଦୁଙ୍କ ମନରେ ଆଘାତ ଦେଇଛି । ସେମାନଙ୍କ ଭାବାବେଗକୁ କ୍ଷୁଣ୍ଣ କରିଥିବା ଅଭିଯୋଗ ହୋଇଛି ।

ତେଣୁ ଏଭଳି ଧର୍ମ ବିରୋଧୀ ଇସ୍କନ୍‌ ବିରୋଧରେ ଆଇପିସିର ୨୯୫, ୨୯୫(କ), ୨୯୬, ୨୯୭, ୨୯୮, ୧୫୩, ୧୫୩ (କ), ୧୨୦ (ଖ) ଅନୁଯାୟୀ ମାମଲା ରୁଜୁ କରାଯାଉ ବୋଲି ଲିଖିତ ଅଭିଯୋଗ ହୋଇଛି । ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ, ସଚେତନ ନାଗରିକ ମଞ୍ଚ ସଭାପତି ପ୍ରସନ୍ନ କୁମାର ଦାଶ ଓ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ପ୍ରମୁଖ ଦାବି କରିଛନ୍ତି । ଏନେଇ ପୁଲିସ କହିଛି ଯେ, ଅଭିଯୋଗ ହୋଇଛି । ଷ୍ଟେସନ୍‌ ଡାଏରୀ କରାଯାଇ ଏହାର ଅନୁସନ୍ଧାନ ଚାଲିଛି ।

ସେହିପରି ଇସ୍କନ ବିରୋଧରେ ରାଉରକେଲାରେ ମଧ୍ୟ ଏତଲା କରାଯାଇଛି । ଆଜି ରାତିରେ ରାଉରକେଲାର ଛେଣ୍ଡ୍‌ ଥାନାରେ ଲିଡ୍‌ ରାଉରକେଲା ସଂଗଠନ ପକ୍ଷରୁ ଏହି ଏତଲା ରୁଜୁ ହୋଇଛି । ଜଗନ୍ନାଥ ଧର୍ମ ସମ୍ପର୍କରେ ନକରାତ୍ମକ ପ୍ରଚାର କରୁଥିବାରୁ ଇସ୍କନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିବାକୁ ଏତଲାରେ ଅନୁରୋଧ କରାଯାଇଛି ।

   ସମ୍ବନ୍ଧିତ ଖବର


ସମ୍ପର୍କରେ କଳଙ୍କ: ବିଧବାଙ୍କୁ ଦୁଷ୍କର୍ମ କଲା ଦେଡ଼ଶୁର

ଏନ୍‌ଏଚ୍‌ କଡ଼ରୁ ମିଳିଲା ମୃତଦେହ, ମିଳିନି ପରିଚୟ

ଆଇପିଏଲ୍‌ ବେଟିଂ କିଙ୍ଗ୍‌ପିନ୍ ଗିରଫ ! ବିପୁଳ ପରିମାଣର ଟଙ୍କା, ବୁକି ତାଲିକା ଜବତ

ଆଜିଠୁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା: ୩୮ ମଣ୍ଡପରେ ପୂଜା ପାଇବେ ପଦ୍ମାଳୟା

ମହୁମାଛି ଆକ୍ରମଣରେ ଦୁଇ ବୃଦ୍ଧ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଡାକ୍ତରଖାନାରେ ଯୁବକଙ୍କ ଉନ୍ମତ୍ତକାଣ୍ଡ: ଆକ୍ରମଣରେ ସୁରକ୍ଷାକର୍ମୀ ଆହତ, ଧାରଣାରେ କର୍ମଚାରୀ