ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଝିଅ ଦେଲେ ବିସ୍ଫୋରକ ବୟାନ: ଦୁଷ୍କର୍ମର ଶିକାର ହୋଇଥିଲେ ମଧ୍ୟ ବାପା ଚୁପ୍ ରହିବାକୁ କହିଥିଲେ

ନୂଆଦିଲ୍ଲୀ,୯।୧୨: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ବବ୍ ହକଙ୍କ ଝିଅ ତାଙ୍କ ସହ ୧୯୮୦ରେ ଦୁଷ୍କର୍ମ କରାଯାଇଥିବା ନେଇ ବିସ୍ଫୋରକ ବୟାନ ଦେଇଛନ୍ତି। ତେବେ ସବୁଠାରୁ ବଡ କଥା ହେଉଛି ଯେ, ତାଙ୍କ ସହ ଦୁଷ୍କର୍ମ ହୋଇଥିଲେ ମଧ୍ୟ  ନିଜର କ୍ୟାରିୟର ପାଇଁ ଚୁପ୍ ରହିବାକୁ କରିଥିଲେ ତାଙ୍କୁ ବବ୍ ପରାମର୍ଶ ଦେଇଥିଲେ। ବବ୍ ହକଙ୍କ ସବୁଠାରୁ ସାନ ଝିଅ ରୋସାଲିନ୍ ଡିଲନ୍ ଏଭଳି ଦାବି କରିଛନ୍ତି। ସେ କହିଛନ୍ତି, ତାଙ୍କ ବାପାଙ୍କର ଘନିଷ୍ଠ ତଥଶ ପୂର୍ବତନ ସାଂସଦ ବିଲ୍ ଲ୍ୟାଣ୍ଡରୟୁ ୧୯୮୦ ଦଶକରେ ତାଙ୍କୁ ଦୁଷ୍କର୍ମ କରିଥିଲେ।

ରୋସାଲିନଙ୍କ ଅଭିଯୋଗ ଅନୁସାରେ, ହକ୍ ଲେବର ପାର୍ଟିର ସାଂସଦ ବିଲ୍ ଲ୍ୟାଣ୍ଡରିୟୁ ତାଙ୍କୁ ଦୁଷ୍କର୍ମ କରିଥିଲେ। ଦୁହିଁଙ୍କର ଏବେ ମୃତ୍ୟୁ ହୋଇସାରିଛି। ଏବେ ରୋସାଲିନ୍ ତାଙ୍କ ବାପାଙ୍କର ସମ୍ପତ୍ତି ଉପରେ ନିଜର ଅଧିକାର ଦାବି କରୁଛନ୍ତି। ରୋସାଲିନ୍ ଅଭିଯୋଗ କରିଛନ୍ତି, ସେ ଯେତେବେଳେ ବିଲ୍ ଲ୍ୟାଣ୍ଡରିୟୁଙ୍କ କାର୍ଯ୍ୟାଳୟରେ କାମ କରୁଥିଲେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ସେତେବେଳେ ହକ୍ ଲେବର ପାର୍ଟିର ଲିଡର ହେବାର ଚେଷ୍ଟା କରୁଥିଲେ।

ରୋସାଲିନଙ୍କ କହିବା ଅନୁସାରେ, ତାଙ୍କ ସହିତ ୧୯୮୩ରେ ୩ଥର ଦୁଷ୍କର୍ମ ଓ ଯୌନ ଶୋଷଣ କରାଯାଇଥିଲା। ତୃତୀୟ ଥର ସେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା କଥା ନିଜ ବାପାଙ୍କୁ କହିଥିଲେ। ଏହା ସହିତ ସେ କହିଥିଲେ, ତାଙ୍କୁ ଲ୍ୟାଣ୍ଡରିୟୁ ଦୁଷ୍କର୍ମ କରିଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିବେ। ତେବେ ସେତେବେଳେ ତାଙ୍କ ବାପା କହିଥିଲେ, ତୁମେ ଏଭଳି କରିପାରିବ ନାହିଁ,ମୁଁ ଏବେ କୌଣସି ବିବାଦ ଚାହେଁନି। ମୁଁ କ୍ଷମା ଚାହୁଁଛି, କିନ୍ତୁ ଲେବର ପାର୍ଟିର ନେତା ଭାବରେ ନିର୍ବାଚନ ଲଢୁଛି।

ସେଭଳି ତାଙ୍କର ଭଉଣୀ କହିଥିଲେ, ତାଙ୍କ ପରିବାର ଏହି ଘଟଣା ସମ୍ପର୍କରେ ଜାଣେ। ତାଙ୍କୁ ସେହି ସମୟରେ ସମସ୍ତଙ୍କୁ କହିଦେବା ଦରକାର ଥିଲା। ତାଙ୍କୁ ବିଶ୍ବାସ ଅଛି ଯେ, ଲୋକ ତାଙ୍କର ସମର୍ଥନ କରିବେ। କିନ୍ତୁ ଏହାକୁ ଲିଗାଲ ସିଷ୍ଟମରେ ସାମିଲ କରିବା ଉଚିତ ନୁହେଁ। ଏ ସମ୍ପର୍କରେ କିନ୍ତୁ ତାଙ୍କ ପରିବାରର ଅନ୍ୟ ସଦସ୍ୟ କୌଣସି ପ୍ରକାର ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। ଉଲ୍ଲେଖନୀୟ ଯେ,୧୯୮୦ରେ ଅଷ୍ଟ୍ରେଲିଆର ରାଜନୀତିରେ ହକ୍ ଜଣେ ପ୍ରଭାବଶାଳୀ ନେତା ଥିଲେ, ସେ ୪ଥର ନିର୍ବାଚନ ଜିତିଥିଲେ।