କ୍ରାଇମ୍‌ ଥ୍ରୀଲର ସିନେମା ‘ଲଭ୍‌ ହଷ୍ଟେଲ’ରେ ଆସିବେ ବବି, ଇନ୍‌ଷ୍ଟାରେ ସେୟାର କଲେ ଫଟୋ

ମୁମ୍ବାଇ ୩୧/୧୦: ଅଭିନେତା ବବି ଦେୱଲ ନିଜ ଅପ୍‌କମିଙ୍ଗ ପ୍ରୋଜେକ୍ଟ ସମ୍ପର୍କରେ ଇନ୍‌ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ଆଗକୁ ତାଙ୍କୁ କ୍ରାଇମ୍‌ ଥ୍ରୀଲର ‘ଲଭ୍‌ ହଷ୍ଟେଲ’ରେ ଦେଖିବାକୁ ମିଳିବ ।

ଶାହରୁଖ୍‌ ଖାନ୍‌ଙ୍କ ପ୍ରଡକ୍ସନ୍‌ ହାଉସ୍‌ ରେଡ୍‌ ଚିଲିଜ୍‌ ଏଣ୍ଟରଟେନମେଣ୍ଟ ଏବଂ ଦୃଶ୍ୟମ ଫିଲ୍ମସ ପକ୍ଷରୁ ଏହାର ପ୍ରଯୋଜନା କରାଯାଉଛି । ଏହାର ଫିମେଲ୍‌ ଲିଡ୍‌ରେ ନଜର ଆସିବେ ସାନ୍ୟା ମଲହୋତ୍ରା ।

ସେହିପରି ବିକ୍ରାନ୍ତ ମେସିଙ୍କୁ ତାଙ୍କ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର କାହାଣୀ ଉତ୍ତର ଭାରତ ଉପରେ ପର୍ଯ୍ୟବସିତ ହେବ ।ଶଙ୍କର ରମନ୍‌ ଏହାର ନିର୍ଦ୍ଦେଶନାରେ ରହିବେ । ଆସନ୍ତାବର୍ଷ ପ୍ରଥମଭାଗରେ ଏହାର ସୁଟିଂ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି ।