PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

‘କ୍ଲାସ ଅଫ୍‌ ୮୩’ ଟ୍ରେଲର ରିଲିଜ୍ : ଆସନ୍ତା ୨୧ରେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବେ ବବି

ମୁମ୍ବାଇ ୦୭/୦୮: ନେଟ୍‌ଫ୍ଲିକ୍ସ ଫିଲ୍ମ ‘କ୍ଲାସ ଅଫ୍‌ ୮୩’ ମାଧ୍ୟମରେ ବଲିଉଡ୍‌ ଅଭିନେତା ବବି ଦେଓଲ ଡିଜିଟାଲ ଡେବ୍ୟୁ କରିବାକୁ ସଜବାଜ ହେଉଛନ୍ତି । ଫିଲ୍ମର ନିର୍ମାତାମାନେ ଗୁରୁବାର ଏହାର ରିଲିଜ୍‌ ତାରିଖ ସଂପର୍କରେ ଘୋଷଣା କରିଛନ୍ତି।

ସେ ଅନୁସାରେ ଆସନ୍ତା ୨୧ ତାରିଖରେ ଫିଲ୍ମର ପ୍ରିମିୟର ହେବ । ସୋସିଆଲ ମିଡିଆରେ ଫିଲ୍ମର ଏକ ନୂଆ ପୋଷ୍ଟର ସେୟାର କରି ବବି ମଧ୍ୟ ଏହି ସୂଚନା ଦେଇଛନ୍ତି । ଆଜି ଏହାର ଟ୍ରେଲର ସାମ୍ନାକୁ ଆସିବ । ହୁସେନ ଜୈଦିଙ୍କ ପୁସ୍ତକ ‘ଦ କ୍ଲାସ ଅଫ୍‌ ୮୩’ ଉପରେ ଏହି ଫିଲ୍ମଟି ଆଧାରିତ ।

ଅତୁଲ ସଭରୱାଲ ଏହାର ନିର୍ଦ୍ଦେଶନା ଦେଉଛନ୍ତି । ଶାହରୁଖ୍‌ ଖାନଙ୍କ ବ୍ୟାନର ରେଡ୍‌ ଚିଲିଜ୍‌ ଏଣ୍ଟରଟେନମେଣ୍ଟ ପ୍ରଯୋଜନା ଦାୟିତ୍ୱରେ ଅଛି । ବବିଙ୍କୁ ଏଥିରେ ଜଣେ ପୁଲିସକର୍ମୀ ଭୂମିକାରେ ଦେଖିବାକୁ ମିଳିବ । ତାଙ୍କ ବ୍ୟତୀତ ଭୁପେନ୍ଦ୍ର ଜଡାୱତ୍‌ ଏବଂ ଅନୁପ ସୋନି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।

ସମ୍ବନ୍ଧିତ ଖବର