PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଦୁଇ ପୁଅଙ୍କ ଗଳାକାଟି ମା’ର ଆତ୍ମହତ୍ୟା!

ଭବାନୀପାଟଣା ୧୦/୯: ଦୁଇ ଛୋଟ ପୁଅଙ୍କୁ ପ୍ରଥମେ ଗଳାକାଟି ହତ୍ୟା କଲା ମା’ । ଏହାପରେ ହତ୍ୟାକାରୀ ମା’ ରେଳ ଧାରଣାରେ ଟ୍ରେନ୍‌ ତଳେ ମୁଣ୍ଡ ଦେଇ ଆତ୍ମହତ୍ୟା କରିଛି । ମୃତକ ମହିଳା ହେଲେ ସଦର ବ୍ଲକ୍‌ ସିଂଝରଣ ଗାଁର ଲିଙ୍ଗ ମାଝୀଙ୍କ ପତ୍ନୀ ବିମଳା ମାଝୀ (୩୨) । ତାଙ୍କର ୨ ପୁଅ ଦୁଷ୍ମନ୍ତ (୭) ଓ ରବୀନ୍ଦ୍ର(୨) । ଭବାନୀପାଟଣା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗତକାଲି ନୂଆଁଖାଇ ପର୍ବ ପାଳିତ ହୋଇଥିବାବେଳେ ରାତିରେ ସଦର ଥାନା ଅନ୍ତର୍ଗତ ସିଂଝରଣ ଗାଁରେ ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟା ଓ ଆତ୍ମହତ୍ୟା ଘଟଣା ଘଟିଛି ।

ସଦର ବ୍ଲକ୍‌ ସଦର ଥାନା ଅଧୀନ ଫୁକଝୁଡ଼ି ଗାଁର ଶାନ୍ତି ମାଝୀଙ୍କ ଝିଅ ବିମଳାଙ୍କ ସହ ସିଂଝରଣ ଗାଁର ଲିଙ୍ଗ ମାଝୀଙ୍କର ୧୦ ବର୍ଷ ପୂର୍ବେ ବିବାହ ହୋଇଥିଲା । ସେମାନଙ୍କର ୨ ପୁଅ ଦୁଷ୍ମନ୍ତ ଓ ରବୀନ୍ଦ୍ର । ଗତ ୪ ମାସ ପୂର୍ବେ ଲିଙ୍ଗ ମାଝୀ ସେହି ଗାଁର ଜଣେ ବିବାହିତା ମହିଳା ରାଜଲକ୍ଷ୍ମୀ ବେମାଲଙ୍କୁ ଗାଁରୁ ନେଇ ଆସି ଭବାନୀପାଟଣାଠାରେବସବାସ କରୁଛନ୍ତି । ଏହି ଘଟଣା ନେଇ ୪ ମାସ ହେଲା ବିମଳା ଓ ଲିଙ୍ଗଙ୍କ ମଧ୍ୟରେ ମନୋମାଳିନ୍ୟ ଓ ପାରିବାରିକ ଅଶାନ୍ତି ଲାଗି ରହିଥିଲା ।

ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ୨ ପୁଅଙ୍କୁ ଗଳାକାଟି ହତ୍ୟା କରିବା ପରେ ଘରଠାରୁ ପ୍ରାୟ ୨ ଶହ ମିଟର ଦୂରରେ ଯାଇଥିବା ଲାଞ୍ଜିଗଡ଼ ରୋଡ-ଜୁନାଗଡ଼ ରେଳ ଧାରଣାରେ ରାୟପୁର ପ୍ୟାସେଞ୍ଜର ଟ୍ରେନ୍‌ ସାମ୍ନାରେ ବିମଳା ଆତ୍ମହତ୍ୟା କରିଛନ୍ତି । ଆଜି ସକାଳୁ ଏହି ଘଟଣା ଜଣାପଡ଼ିବା ପରେ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ସନ୍ଧାନୀ କୁକୁର ନେଇ ପୁଲିସ ଘଟଣାର ଛାନଭିନ୍‌ କରିବା ବେଳେ ଘଟଣାସ୍ଥଳରୁ ରକ୍ତ ଜୁଡ଼ୁବୁଡ଼ୁ ଏକ ଟାଙ୍ଗିଆ ଜବତ କରିଛି ।
ମୃତ ବିମଳାଙ୍କ ମା’ ଶାନ୍ତି ମାଝୀ କିନ୍ତୁ ଏହା ଆତ୍ମହତ୍ୟା ନୁହେଁ ବରଂ ଯୋଜନାବଦ୍ଧ ଭାବେ ତାଙ୍କ ଝିଅ ଓ ୨ ନାତିଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ଦର୍ଶାଇ ଥାନାରେ ଏତଲା ଦେଇଛନ୍ତି ।

ଏହି ମାମଲାରେ ପୁଲିସ ମୃତ ବିମଳାଙ୍କ ସ୍ୱାମୀ ଲିଙ୍ଗ ମାଝୀ, ଲିଙ୍ଗ ମାଝୀର ଦ୍ୱିତୀୟ ସ୍ତ୍ରୀ ରାଜଲକ୍ଷ୍ମୀ ବେମାଲ ଓ ରାଜଲକ୍ଷ୍ମୀଙ୍କ ପ୍ରଥମ ସ୍ୱାମୀ ଶିବ ବେମାଲଙ୍କୁ ଥାନାରେ ଅଟକ ରଖି ପଚାରାଉଚରା ଚଳାଇଛି । ଆଜି ୩ଟି ଯାକ ମୃତଦେହକୁ ପଞ୍ଚନାମା କରିବା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।

ସମ୍ବନ୍ଧିତ ଖବର