ନିଆରା ସଉକ: ଅଧିକ ଶୁଣାଯିବା ପାଇଁ ନିଜ କାନକୁ କାଟିଲେ ଏହି ବ୍ୟକ୍ତି

ସଉକ ବୋଲି ଗୋଟିଏ ଜିନିଷ ବହୁତ ଅଜବ ହୋଇଥାଏ। ମଣିଷ ଯେତେବେଳେ ଯାହା ସଉକ କରିଥାଏ ତାହା ନ କରିବା ଯାଏ ସେ ଶାନ୍ତିରେ ରହି ପାରେନା। ଅଷ୍ଟ୍ରେଲିଆର ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ନିଜର ଶୁଣିବା କ୍ଷମତାକୁ ବଢ଼ାଇବା ପାଇଁ ନିଜର କାନକୁ ଏକ ଭିନ୍ନ ଢ଼ଙ୍ଗରେ କାଟିଛନ୍ତି। ଅନ୍ୟମାନଙ୍କ ଠାରୁ ଭିନ୍ନ ଦେଖାଯିବା ପାଇଁ ଆଜିକାଲି ବଡ଼ି ମୋଡିଫିକେସନ୍ ଏକ ଟ୍ରେଣ୍ଡ୍ ହୋଇଗଲାଣି।

ଏହି ଟ୍ରେଣ୍ଡ୍ ଭିତରେ ଆମେରିକାର ଜଣେ ବ୍ୟକ୍ତି ଚାର୍ଲ୍ସ ବେଟଲେ ନିଜର ଦୁଇ କାନକୁ ବାହାର ଆଡ଼ୁ କାଟି ଦେଇଛନ୍ତି। ଯାହାର ଫଟୋ ସୋସିଆଲ ମିଡ଼ିଆାରେ ଭାଇରାଲ ହେଉଛି। ଫେସବୁକ୍ ପୋଷ୍ଟରେ ଏବେ ପର୍ଯ୍ୟନ୍ତ ୧୬ହଜାରରୁ ଉର୍ଧ୍ବ କମେଣ୍ଟ ଓ ୧୭ହଜାରରୁ ଅଧିକ ଥର ସେୟାର କରାଯାଇଛି। ସ୍ବେଡେନ ସ୍ଥିତ ବଡ଼ି ମୋଡ଼ିଫିକେସନ୍ ଆର୍ଟିଷ୍ଟ ଚାଇ ମାଇବର୍ଟରେ ଚାର୍ଲ୍ସଙ୍କ ପାଖରେ କାନ ଅପରେସନ୍ କରାଯାଇଛି।

ଏହି ଅଫପରସେନ୍ ଦୁନିଆଁର ସବୁଠୁ ବିପଦମୂର୍ଣ୍ଣ ବୋଲି କୁହାଯାଏ। କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଏହି ଅପରସେନ୍ କରିଛନ୍ତି। ବଡ଼ି ମୋଡ଼ିଫିକେସନ୍ ଆର୍ଟିଷ୍ଟ ଚାଇ ମାଇବର୍ଟ ଇନଷ୍ଟାଗ୍ରାମରେ କହିଛନ୍ତି କି, ଚାର୍ଲ୍ସ ବେଟଲେଙ୍କ କାନରେ କଞ୍ଚ ରିମୁବଲ ଅପରେସନ୍ କରିଛନ୍ତି।

ମାଇବର୍ଟଙ୍କ କହିବାନୁସାରେ, ଏହି ଅପରେସନ୍ ପରେ କାନକୁ ଭଲ ଶୁଣାଯାଇଥାଏ। ବିଶେଷକରି ପଛଆଡ଼ୁ କୁହାଯାଉଥିବା କଥା କାନକୁ ବେଶୀ ଜଲଦି ଶୁଣାଯାଇଥାଏ। ଅପରେସନ୍ ପରେ କାନରେ କିଛି କୁପ୍ରଭାବ ପଡ଼ିନଥାଏ ବୋଲି ସେ କହିଛନ୍ତି।

   ସମ୍ବନ୍ଧିତ ଖବର


ଯାତ୍ରା ସମୟରେ ବାନ୍ତି ହେଉଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର , ତୁରନ୍ତ ସମସ୍ୟାରୁ ମୁକ୍ତି ପାଇବେ

ମୋବାଇଲ ନମ୍ବର ନଥିଲେ ଆଧାରକାର୍ଡରେ ହୋଇପାରିବନି କିଛି ବି ପରିବର୍ତ୍ତନ, ଏମିତି ସହଜରେ କରନ୍ତୁ ଅପଡେଟ୍

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

କ୍ରିଷ୍ଟାଲ୍ ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଏହାର ସଠିକ୍‌ ବ୍ୟବହାର

ଆଜିଠୁ ଶାରଦୀୟ ନବରାତ୍ରି ଆରମ୍ଭ, ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଘଟ ସ୍ଥାପନା

ମାତ୍ର ୩୦୦ ଟଙ୍କାରେ କାରକୁ ରଖନ୍ତୁ ସୁରକ୍ଷିତ