ଭଙ୍ଗା ଘରେ ଆଜବେଷ୍ଟସ୍‌ ପକାଇବାକୁ କେନ୍ଦ୍ରକରି ପରିବାରରେ ଗଣ୍ଡଗୋଳ: ଶାଶୂଙ୍କୁ ମାଡ଼ମାରି ବୋହୂ ଗିରଫ

ବଳଙ୍ଗା, ୧୯/୪: ଭଙ୍ଗା ଘରେ ଆଜବେଷ୍ଟସ୍‌ ପକାଇବାକୁ କେନ୍ଦ୍ରକରି ପରିବାରରେ ଗଣ୍ଡଗୋଳ ଘଟିବାରୁ ବୋହୂ ଶାଶୂଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଶାଶୂଙ୍କ ଅଭିଯୋଗ ପରେ ବୋହୁ ଏବଂ ବୋହୂର ଅଭିଯୋଗରେ ଦିଅରକୁ ବଳଙ୍ଗା ପୁଲିସ ଗିରଫ କରିଛି । ଗିରଫ ମାନେ ହେଲେ ବଳଙ୍ଗା ଥାନା ଅର୍ନ୍ତଗତ ବରିମୁଣ୍ଡ ଗ୍ରାମର ମଣ୍ଟୁ ପ୍ରଧାନ ଏବଂ ତାଙ୍କ ଭାଉଜ ସଙ୍ଗୀତା ପ୍ରଧାନ ।

ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ମଣ୍ଟୁ ନିଜ ଘରେ ଆଜବେଷ୍ଟସ୍‌ ପକାଉଥିବାବେଳେ ଭାଉଜ ସଙ୍ଗୀତା ଏହାକୁ ବିରୋଧ କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲୋଜ କରିଥିଲେ । ଏହାକୁ ମଣ୍ଟୁଙ୍କ ମା’ ତଥା ସଙ୍ଗୀତାଙ୍କୁ ଶଶୂ ସୁକୁନା ପ୍ରଧାନ (୬୨) ବିରୋଧ କରିବାରୁ ସଙ୍ଗୀତା ଘରେ ରଖିଥିବା ଏକ ଲୁହା ରଡ୍‌ ଆଣି ସୁକୁନାଙ୍କୁ ଆକ୍ରମଣ କରିଥିଲେ । ଫଳରେ ସୁକୁନାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହ ଡାହାଣ ପଟ ଆଖିପତା ଫାଟିଯାଇଥିଲା । ସୁକୁନାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ନିମାପଡ଼ା ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା । ତେବେ ସଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ୬ନମ୍ବର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଅପରପକ୍ଷେ ଦିଅର ମଣ୍ଟୁ ତାଙ୍କୁ ଏକ କାଠ ବହ୍ଲାରେ ଆକ୍ରମଣ କରିଥିବା ନେଇ ସଙ୍ଗୀତା ଥାନାରେ ପାଲଟା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବଳଙ୍ଗା ଥାନାରେ ୨ଟି ମାମଲା ରୁଜୁ କରାଯାଇଥିବାବେଳେ ଆଜି ମଣ୍ଟୁ ଏବଂ ସଙ୍ଗୀତାଙ୍କୁ ଗିରଫ କରି ନିମାପଡା କୋର୍ଟରେ ହାଜର କରାଯାଇଥିଲା । ତେବେ ସେଠାରେ ମଣ୍ଟୁଙ୍କ ଜାମିନ ମଞ୍ଜୁର ହୋଇଥିବା ବେଳେ ସଙ୍ଗୀତାଙ୍କ ଜାମିନ ନାମଞ୍ଜୁର ହେବାର ତାଙ୍କୁ ନିମାପଡ଼ା ଜେଲକୁ ପଠାଇଦିଆଯାଇଛି ।

   ସମ୍ବନ୍ଧିତ ଖବର


ନଦୀକୁ ମାଛ ଧରିବାକୁ ଯାଇ ଦୁଇଦିନ ହେବ ନିଖୋଜ ଅଛନ୍ତି ଯୁବକ, କୁମ୍ଭୀର ଭିଡି ନେଇଥିବା ସନ୍ଦେହ…

କୋଭିଡ କଟକଣା ଭିତରେ ପୂଜାହେଲା ସମଲେଶ୍ବରୀଙ୍କ ବଏଲ ପୂଜା…

କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ ଏହି ଟିଭି କଳାକାର, କାମ ବଦଳରେ ସାଥିରେ ଶୋଇବାକୁ କହିଥିଲେ ସିରିଏଲର ନିର୍ଦ୍ଦେଶକ…

ଆୟରଲ୍ୟାଣ୍ଡରେ ଭାରତୀୟ ମହିଳା ଏବଂ ତାଙ୍କର ଦୁଇ ସନ୍ତାନଙ୍କୁ ନିର୍ମମ ହତ୍ୟା

ଶଶୁରଙ୍କ ସହଥିଲା ଖରାପ ସମ୍ପର୍କ , ଗର୍ଭସ୍ଥ ଶିଶୁକୁ ପ୍ରସଙ୍ଗରେ ଶାଶୁଙ୍କସହ କଳି କରି ହତ୍ୟା କଲା ବୋହୁ

ବାପା ନଡାକିବାରୁ ଦେଢ ବର୍ଷର ଝିଅକୁ ସିଗାରେଟ୍ ଚେଙ୍କ, ଅଭିଯୁକ୍ତ କନଷ୍ଟେବଳ ଗିରଫ