୨୦ଫୁଟ ତଳକୁ ଖସିଲା ବୋଲେରୋ: ଗୁରୁତର ଆହତ ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି

ଗଜପତି ୩।୯: ଗଜପତି ଜିଲ୍ଲା ମୋହନା ବେତରସିଂ ନିକଟସ୍ଥ ଏକ ବୋଲେରୋ ପୋଲର ୨୦ ଫୁଟ ତଳକୁ ଖସି ପଡିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଡ୍ରାଇଭର ଜଣକ ହେଲେ ପଲକୁଆ ଗାଁର ସଞ୍ଜୟ ରାଇକା । ଆଜି ଭୋର ସମୟରେ ମୋହନରୁ ବଡଗଡ ଅଂଚଳକୁ ଯାଉଥିବା ବେଳେ ପୋଲ ତଳକୁ ଖସି ଓଲଟି ପଡିଥିଲା ବୋଲେରୋ ।

ଡ୍ରାଇଭର ଗାଡି ଭିତରେ ଚାପି ହୋଇ ରହିଥିଲେ । ଲୋକେ କାଚ ଭାଙ୍ଗି ଡ୍ରାଇଭରକୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି । ଖବର ପାଇ ମୋହନା ପୋଲିସ , ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଗାଡି ତଳେ ଆଉ କେହି ଚାପି ହୋଇଛନ୍ତି କି ନାହିଁ ତାହା ଯାଞ୍ଚ କରୁଛି ପୋଲିସ ।

   ସମ୍ବନ୍ଧିତ ଖବର


ଶିକ୍ଷକଙ୍କ ମାଡରେ ଦୁଇ ଛାତ୍ରୀ ଗୁରୁତର :ଡାକ୍ତରଖାନରେ ଭର୍ତ୍ତି, ଶିକ୍ଷକଙ୍କ ନାଁରେ ଅଭିଯୋଗ

ବୃଦ୍ଧାଙ୍କୁ ଶୁଣ୍ଢରେ ଟେକି କଚାଡି ମାରିଲା ଦନ୍ତା

ଟୋକନକୁ ଚାଷୀଙ୍କ ବିରୋଧ: ଧାନ ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କଲେ ସିଲ୍‌

ଗୋଡଭଙ୍ଗା ଘାଟିଠାରେ ଓଲଟି ପିକ୍‌ଅପ୍ ଭ୍ୟାନ୍: ଡ୍ରାଇଭର ଆହତ, ହେଲ୍‌ପର ଗୁରୁତର