ଟ୍ରକ୍‌କୁ ପଛରୁ ପିଟିଲା ବୋଲେରୋ, ୫ ବରଯାତ୍ରୀ ଗୁରୁତର

ରାଇରଙ୍ଗପୁର,୩୦/୧୧: ରାଇରଙ୍ଗପୁର ଟାଉନ ଆଦର୍ଶ ଥାନା ଅନ୍ତର୍ଗତ ଦାଣ୍ଡବୋଷ ଗ୍ରାମରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି । ଘଟଣାସ୍ଥଳରେ ପୂର୍ବରୁ ଛିଡା ହେଇଥିବା ଏକ ଟ୍ରକକୁ ପଛକଟକୁ ଏକ ବର ଯାତ୍ରୀ ବୋଲେରୋ ଧକ୍କା ଦେବାରୁ ୫ଜଣ ବରଯାତ୍ରୀ ଗୁରୁତର ହୋଇଛନ୍ତିି । ଆହତ ମାନେ ହେଲେ ଲକ୍ଷ୍ମୀଧର ଗିରି (୫୫), ନୀଳକଣ୍ଠ ଗିରି (୧୮), ନିଶିକାନ୍ତ ଗିରି (୬୦), ଭଗବାନ ଗିରି (୫୫) । ଅନ୍ୟ ଜଣକ ନାମ ଜଣାପଡି ନାହଁ । ଆହତ ମାନଙ୍କୁ ତୁରନ୍ତ ରାଇରଙ୍ଗପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବାରିପଦା ପିଆରଏମ୍‌କୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ଟାଉନ ଥାନାରେ ମାମଲା ରୁଜ୍ଜୁ କରାଯାଇଥିବା ପ୍ରକାଶ । ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଦୁର୍ଘଟଣା ଗ୍ରସ୍ତ ବୋଲେରୋକୁ ଜବତ କରିଛି ।

ସୂଚନା ଅନୁଯାୟୀ କୁସୁମୀ ବ୍ଲକ ବାଦାମପାହାଡ ଥାନା ସୁଲେଇପାଟ ଫାଣ୍ଡି ଲଙ୍ଗଳଶିଳା ଗ୍ରାମରୁ ଏକ ବୋଲେରୋ ବହଳଦା ବ୍ଲକର ରଙ୍ଗାମାଟିଆ ଗ୍ରାମକୁ ବରଯାତ୍ରୀ ଦଳକୁ ନେଇ ଯାଉଥିଲା ।ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ୨୨୦ ନମ୍ବର ଜାତୀୟ ରାଜପଥ ଦାଣ୍ଡବୋଷ ଛକ ନିକଟରେ ପୂର୍ବରୁ ଛିଡା ହେଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ।ଘଟଣାସ୍ଥଳେ ବୋଲେରୋରେ ଥିବା ୫ ଜଣ ଗୁରୁତର ଆହତ ହୋଇଛନ୍ତି ।