ସ୍ପଷ୍ଟ ଦିବାଲୋକରେ ଚାଲିଛି ଚୋରା ମଦ ଚାଲାଣ ଘଟଣା,ଖବର ପ୍ରକାଶନ ପରେ ଚେତିଲା ଅବକାରୀ ବିଭାଗ

ନୀଳଗିରି-ନୀଳଗିରି ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଦିନକୁ ଦିନ ଚୋରା ମଦ କାରବାର ବଢିବଢି ଚାଲିଥିବା ବେଳେ ଅବକାରୀ ଓ ପୋଲିସ ବିଭାଗ ନିରବ ଦ୍ରଷ୍ଟା ହୋଇଥିବା ଅଭିଯୋଗ ଉଠିଥିଲା।ଘଟଣାକୁ ନେଇ ପ୍ରମେୟରେ ତଥ୍ୟ ଭିତ୍ତିକ ଖବର ପ୍ରକାଶନ ପରେ ଅବକାରୀ ବିଭାଗ ର ଚେତା ପଶିଛି। ଗତକାଲି ଅବକାରୀ ବିଭାଗର ସୁପରିଟେଣ୍ଡ ଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ମଦ ଚାଲାଣ ହେଉଥିବା ବଲେରୋ ଜବତ କରିବା ସହ ୬୦୦ ଲିଟର ଦେଶୀ ମଦ ଜବତ କରିବାରେ ସଫଳ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲା ନୀଳଗିରି ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ପାହାଡ଼ ,ଜଙ୍ଗଲ ଓ ନଈ କୂଳରେ ମଦ ମାଫିଆ ମାନେ ଦେଶୀ ମଦ ରାନ୍ଧି ବାହାରକୁ ଚାଲାଣ କରୁଥିବା ଜଣାପଡିଥିଲା। ସେହପରି ପୁନଦାଳ ଓ ରାଧାକିଶୋରପୁର ଅଞ୍ଚଳରେ ଚୋରା ମଦ ଭାଟି ହୋଇ ମଦ ମାଫିଆ ଆତଙ୍କ ଚଲାଉଥିବା ବେଳେ ବଣସୀମା ଅଞ୍ଚଳ କୁଳଡିହା ଅଭୟାରଣ୍ୟ ପାଦ ଦେଶରେ ବିପୁଳ ପରିମାଣରେ ମଦ ଭାଟି ଥିବା ସୂଚନା ମିଳିଛି। ମଦକୁ ଟିଉବ ଭିତରେ ଭର୍ତି କରି ସ୍ପଷ୍ଟ ଦିବାଲୋକରେ ବେପରୀ ମାନେ ଚାଲାଣ କରୁଥିବା ନଜରକୁ ଆସିଛି।ପୋଲିସ ଓ ଅବକାରୀ ବିଭାଗ ନିରବ ଦୃଷ୍ଟା ସାଜିଛି।ବଡ଼ବଡ଼ ବେପାରୀ ଙ୍କୁ ନଧରି ଛୋଟ ବେପାରୀ ଙ୍କୁ ଧରିବାରେ ଅବକାରୀ ବିଭାଗ ବ୍ୟସ୍ତ ଥାଇ କେଶ ବଢ଼ାଇବାରେ ବ୍ୟସ୍ତ।ବରମପୁର ଅଂଚଳରେ ମଦ ଚାଲାଣ ନେଇ ପୋଲିସ ଓ ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ।ଖାଲି ନୀଳଗିରି ନୁହଁ ମୟୁରଭଞ୍ଜ ଅଂଚଳରୁ ମଧ୍ୟ ମଦ ବହୁ ସମୟରେ ବିଭିନ୍ନ ରାସ୍ତା ବଦଳାଇ ବିପୁଳ ପରିମାଣ ରେ ମଦ ବାହାରକୁ ଚାଲାଣ ହେଉଛି।ତେବେ ଗତ ୧୭ ତାରିଖରେ ମଦ ଚାଲାଣ ର ଖବର ପ୍ରମେୟ ରେ ପ୍ରକାଶ ପରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ମଦ ଚାଲାଣ ବେଳେ ଚଢ଼ାଉ କରିବାକୁ ନିର୍ଦେଶ ଦେଇଥିଲେ ଗତକାଲି ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡ ଏସକେ ଆସଫ ଅଲି ଏକ ଟିମ ଗଠନ କରି ରାତ୍ରରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି।ମିତ୍ରପୁର ବାଲେଶ୍ଵର ରାସ୍ତା ମର୍ଦରାଜପୁର ଛକ ନିକଟରେ ଓଆର୦୧ଏଚ-୮୮୯୯ ନମ୍ବର ଏକ ବଲେରୋ ରେ ଦେଶୀମଦ ଚାଲାଣ ହେଉଥିବା ବେଳେ ଗାଡିଟିକୁ ଜବତ କରି ମଦ ଜବତ କରିଥିଲେ।

ଏହି ଚଢ଼ାଉରେ ନୀଳଗିରି ଅବକାରୀ ଓଆଇସି ଲକ୍ଷସାଧବ ପ୍ରଧାନ ,ଜୟନ୍ତୀ ଆଚାର୍ଯ୍ୟ,ହୃଶିକେଶ ବାରିକ,ଜୟମାଧବ ଦାସପଟ୍ଟନାୟକ, ବିଜୟ ମଲିକ, ଉର୍ମିଳା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଉତ୍କଳୀୟ କଳା ଶୈଳୀ ଅନୁସାରେ ହେବ ଶ୍ରୀମନ୍ଦିର ଦ୍ୱାର ନିର୍ମାଣ କାର୍ଯ୍ୟ- ରୂପା ଛାଉଣୀ କାର୍ଯ୍ୟ ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହେବ

ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’