ବୋଲେରୋ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାର୍ଶ: ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ,ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ

ରାଉରକେଲା,୨୬/୦୯: ବୋଲେରୋ ଭିତରେ ଯୁବତୀଙ୍କୁ ହୋଇଥିବା ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାଶ କରିଛି ରାଉରକେଲା ପୁଲିସ୍‌। ଏହି ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ଛେଣ୍ଡ ଥାନା ପୁଲିସ୍‌ ଗିରଫ କରିଛି।


ଗିରଫ ଅଭିଯୁକ୍ତମାନେ ହେଲେ ରାଉରକେଲା ସହରର ମହମ୍ମଦ ସରଫରାଜ, ମହମ୍ମଦ ଅସରଫ ଓରଫ ପପୁ ଓ ମହମ୍ମଦ ନଦିମ ଓରଫ ହୀରା। ସେମାନଙ୍କ ପାଖରୁ ଦୁଇଟି ବୋଲେରୋ ଓ ତିନିଟି ମୋବାଇଲ୍‌ ଜବତ କରାଯାଇଛି।

ଶୁକ୍ରବାର ସଂଧ୍ୟାରେ ଏନେଇ ଛେଣ୍ଡ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସ୍‌ପି କେ.ଶିବା ସୁବ୍ରମଣି ସୂଚନା ଦେଇଛନ୍ତି ଯେ, ଗତ ୧୫ ତାରିଖ ଦିନ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।


ଏନେଇ ଏକ ମାମଲା ରୁଜୁ କରି ପାନପୋଷ ଏସ୍‌ଡ଼ିପିଓଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାର୍ଡ ଏବଂ ଛେଣ୍ଡ ପୁଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ
କରଯାଇଥିଲା। ଧରାପଡ଼ିଥିବା ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପେଶାଦାର ଅପରାଧୀ ହୋଇଥିବା ବେଳେ ଘଟଣାର ଦୁଇଦିନ ପୂର୍ବେ ସେମାନେ ଝାରସୁଗୁଡ଼ାରୁ ଗୋଟିଏ ବୋଲେରୋ ଚୋରି କରିଥିଲେ। ଉକ୍ତ ଚୋରି ବୋଲେରୋ ଯୋଗେ ତିନି ଅଭିଯୁକ୍ତ ଆଉ ଗୋଟିଏ ବୋଲେରୋ ଚୋରି କରିବା ଲାଗି ଅନୁଗୁଳ ଯାଇଥିଲେ। ସେଠାରୁ
ଗୋଟିଏ ବୋଲେରୋ ଚୋରି କରିବା ପରେ ତିନି ଜଣ ଦୁଇଟି ବୋଲେରୋ ଯୋଗେ ଗୁରୁଣ୍ଡିଆ ରାସ୍ତା ଦେଇ ରାଉରକେଲା ଆସୁଥିଲେ। ପୀଡ଼ିତା ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ବାଇକ୍‌ ଯୋଗେ ସେହି ରାସ୍ତାରେ ଯାଉଥିବା ବେଳେ ଗୋଟିଏ ବୋଲେରୋ ସେମାନଙ୍କ ବାଇକ୍‌ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଉଭୟ ବାଇକ୍‌ରୁ ଖସି ପଡ଼ିଥିଲେ।

ଦୁର୍ଘଟଣା ପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ବୋଲେରୋ ଯୋଗେ ଅପହରଣ କରି ନେଇଥିଲେ। ପୀଡ଼ିତାଙ୍କୁ ଧରି ରାଉରକେଲାରେ ପହଞ୍ଚିବା ପରେ ଛେଣ୍ଡ ଥାନା ଅନ୍ତର୍ଗତ ଓମ୍‌ଫେଡ଼ ଫ୍ୟାକ୍ଟ୍ରି ଆଡକୁ ଯାଉଥିଲେ। ଓମ୍‌ଫେଡ଼ ଫ୍ୟାକ୍ଟ୍ରି ସମ୍ମୁଖରେ ଥିବା ଏକ ଅନ୍ଧାରିଆ ସ୍ଥାନରେ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଭୋରରୁ ପ୍ରାତଃ ଭ୍ରମଣରେ ବାହାରିଥିବା ସ୍ଥାନୀୟ ଅଞ୍ଚଳର କିଛି ଲୋକ ଜଙ୍ଗଲ ଭିତରେ ଦୁଇଟି ବୋଲେରୋ ଥିବା ଦେଖିବାକୁ ପାଇଥିଲେ। ଲୋକଙ୍କୁ ଦେଖି ଅଭିଯୁକ୍ତମାନେ ବୋଲେରୋ ଯୋଗେ ସେଠାରୁ ଚାଲି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୀଡ଼ିତା ଜଣକ ଥାନାରେପହଞ୍ଚି ଥିଲେ।

ଅନ୍ୟପକ୍ଷରେ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ବିବାହିତ ହୋଇଥିବା ବେଳେତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ସମ୍ପର୍କ ରଖି ଆସୁଥିଲେ। ତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯିବ ବୋଲି ଏସ୍‌ପି ସୂଚନା ଦେଇଥିଲେ । ଦୁର୍ଘଟଣାରେ ସେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାରୁ ତାଙ୍କୁ ଗିରଫ କରାଯାଇ ନାହିଁ। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣଙ୍କ ନାମରେ ବିଭିନ୍ନ ଜିଲ୍ଲା ସମେତ ରାଉରକେଲାର ବିଭିନ୍ନ ଥାନାରେ ମାମଲା ରହିଛି। ଅନ୍ୟମାନଙ୍କ ନାମରେ କୌଣସି ମାମଲା ରହିଛି କି ନାହିଁ ସେ ନେଇ ତଦନ୍ତ ଜାରି ରହିଛି। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପାନପୋଷ ଏସ୍‌ଡ଼ିପିଓ ଶାନ୍ତା ନୂତନ ସାମଦ, ଛେଣ୍ଡ ଥାନା ଅଧିକାରୀ ରଶ୍ମିତା ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଉତ୍କଳୀୟ କଳା ଶୈଳୀ ଅନୁସାରେ ହେବ ଶ୍ରୀମନ୍ଦିର ଦ୍ୱାର ନିର୍ମାଣ କାର୍ଯ୍ୟ- ରୂପା ଛାଉଣୀ କାର୍ଯ୍ୟ ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହେବ

ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’