ବିବାହ ପୂର୍ବରୁ ହିଁ ଗର୍ଭବତୀ ହୋଇଥିଲେ ବଲିଉଡର ଏହି ୫ ଅଭିନେତ୍ରୀ

ବିବାହ ପୂର୍ବରୁ ବଲିଉଡର ଏହି ଅଭିନେତ୍ରୀମାନେ ଗର୍ଭବତୀ ହୋଇଥିଲୋ। ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ…

ମହିମା ଚୈାଧରୀ: ବଲିଉଡ ଅଭିନେତ୍ରୀ ମହିମା ଚୈାଧରୀ ଫିଲ୍ମ କରିବା ସମୟରେ ମଝିରୁ ହିଁ କୁଆଡେ ଗାଏବ ହୋଇଯାଇଥିଲେ। ଥରେ ମହିମାଙ୍କ ବାହାଘର ଖବର ସାମ୍ନାକୁ ଆସିଥିଲା। ଯାହାକୁ ଶୁଣି ସମସ୍ତେ ଆଶ୍ଚଯ୍ୟ ହୋଇଯାଇଥିଲେ। ଆଉ ଏପଟେ ଜଣା ପଡ଼ିଲା କି, ବାହାଘର ପୂର୍ବରୁ ହିଁ ସେ ଗର୍ଭବତୀ ଥିଲେ। ମହିମା ୨୦୦୬ ମସିହାରେ ବି. ଚୈାଧରୀଙ୍କୁ ବିବାହ କରିଥିଲେ। ଏବଂ ବିବାହର କିଛି ମାସ ପରେ ମହିମା ଏକ  କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

ସେଲିନା ଜେଟଲୀ: ଅଭିନେତ୍ରୀ ସେଲିନା ଜେଟଲୀ ୨୦୧୧ ମସିହା ଜୁଲାଇ ମାସରେ ନିଜ ପ୍ରେମିକ ପିଟର ହାଁଗଙ୍କୁ ବିବାହ କରିଥିଲେ। ଏହା ପରେ ଆସନ୍ତା ମାସ ଅର୍ଥାତ୍ ୨୦୧୨ ମସିହାରେ ଜାଆଁଳା ସନ୍ତାନର ମା ହୋଇଥିଲେ ସେଲିନା। ବିବାହ ପୂର୍ବରୁ ହିଁ ସେ ଗର୍ଭବତୀ ଥିଲେ।

ଶ୍ରୀଦେବୀ: ଶ୍ରୀଦେବୀ ମଧ୍ୟ ବିବାହ ପୂର୍ବରୁ ଗର୍ଭବତୀ ଥିଲେ। ମାତ୍ର ସେ ଏମିତି ଏକ ଅଭିନେତ୍ରୀ ଯିଏ ବିବାହ ପୂର୍ବରୁ ଗର୍ଭବତୀ ଅଛନ୍ତି ବୋଲି ସେ ନିଜେ ସ୍ବିକାର କରିଥିଲେ। ବୋନି କପୁରଙ୍କ ସହିତ ତାଙ୍କର ସମ୍ପର୍କ ଥିଲା। ଯେବେ ଶ୍ରୀ ଦେବୀ ଗର୍ଭବତୀ ଥିଲେ ସେବେ ବୋନି କପୁର ବିବାହିତ ଥିଲେ। ତାଙ୍କ ପତ୍ନୀ ମୋନା କପୁର, ଯିଏ କି ଅର୍ଜୁନ କପୁରଙ୍କ ମା’। ତାଙ୍କଠାରୁ ଛାଡପତ୍ର ନେବା ପରେ ୧୯୯୬ରେ ଶ୍ରୀ ଦେବୀଙ୍କୁ ବିବାହ କଲେ। ବିବାହର କିଛି ମାସ ପରେ ଶ୍ରୀଦେବୀ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଯାହାଙ୍କ ନାଁ ଜାହ୍ନବୀ।

ଅମୃତା ଅରୋରା: ବଲିଉଡ୍ ଅଭିନେତ୍ରୀ ଅମୃତା ଅରୋରାଙ୍କୁ ବି ନାନା ପ୍ରକାର ବିବାଦ ମଧ୍ୟରେ ବିବାହ କରିବାକୁ ପଡ଼ିଥିଲା। ଅଚାନକ ବିବାହ ଖବର ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଅମୃତା ବିଷୟରେ ମଧ୍ୟ ଏହି ଖବର ମିଳିଥିଲା କି ସେ ବିବାହ ପୂର୍ବରୁ ଗର୍ଭବତୀ ଥିଲେ। କାରଣ ବିବାହର କିଛି ମାସ ପରେ ଅମୃତା ଏକ କନ୍ୟାର ସନ୍ତାନର ମା’ ହୋଇଥିଲେ।

ଲିସା ହେଦନ୍: ଅଭିନେତ୍ରୀ ଲିସା ହେଦନ୍ ୨୦୧୬ ମସିହା ଅକ୍ଟୋବରରେ ପ୍ରେମିକ ଦିନୋ ଲୀଲାବାନୀଙ୍କୁ ବିବାହ କରିଥିଲେ। ଲିସା ମଧ୍ୟ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ।

   ସମ୍ବନ୍ଧିତ ଖବର


NCBର ଖୁଲାସା –ରିୟା ଚକ୍ରବର୍ତ୍ତୀ ହିଁ …

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ରହସ୍ୟ ଖୁବଶୀଘ୍ର ଉନ୍ମୋଚିତ-ସିବିଆଇକୁ ରିପୋର୍ଟ ଦେଲା ଏମ୍ସ ଟିମ୍‌

ଆଉ ଜଣେ ବଲିଉଡ୍‌ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ମୃତ୍ୟୁ ଉପରୁ ଉଠିଲା ପରଦା ! ଭିସେରା ରିପୋର୍ଟ ସ୍ପଷ୍ଟ କଲା ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା କି ନାହିଁ

ବିବାଦରେ କୋରିଓଗ୍ରାଫର ଟେରେନ୍ସ ଲୁଇସ୍‌, ଭାଇରାଲ୍‌ ହେଉଛି ଭିଡ଼ିଓ

NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –