ସିରାଜଙ୍କୁ ତାଙ୍କ ବାପାଙ୍କ କବର ନିକଟରେ ଦେଖି ଭାବୁକ ହେଲେ ଧର୍ମେନ୍ଦ୍ର, କହିଲେ- ବାହାଦୁର ପୁଅ…

Amar Ujala
ନୂଆଦିଲ୍ଲୀ, ୨୨/ ୦୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଡେବ୍ୟୁ କରିଥିବା ମହମ୍ମଦ ସିରାଜ ସ୍ବଦେଶ ଫେରିଛନ୍ତି। ମେଲବର୍ଣ୍ଣ ଟେଷ୍ଟରେ ଡେବ୍ୟୁ କରିଥିବା ସିରାଜ ଟିମ୍ ଇଣ୍ଡିଆ ପକ୍ଷରୁ ସର୍ବାଧିକ ୧୩ ଓ୍ବିକେଟ ହିରୋ ପାଲଟିଛନ୍ତି। ହେଲେ ସିରାଜଙ୍କୁ ଏଭଳି ସଫଳତା ଏତେ ସହଜରେ ମିଳିନାହିଁ। ସିରାଜ ଅଷ୍ଟ୍ରେଲିଆ ଗସ୍ତରେ ଥିବାବେଳେ ତାଙ୍କ ପିତାଙ୍କ ବିୟୋଗ ହୋଇଥିଲା। ଏପରିକି ଅଷ୍ଟ୍ରେଲିଆ ଦର୍ଶକ ସିରାଜଙ୍କୁ ଗାଳି ଗୁଲଜ କରିଥିଲେ। ଏସବୁ ସତ୍ତ୍ବେ ସିରାଜ ତାଙ୍କ ଲକ୍ଷ୍ୟରୁ ନହଟି ଜବରଦସ୍ତ ପ୍ରଦର୍ଶନ କରିଥିଲେ।
ସିରାଜ ଗତକାଲି ନିଜ ଜନ୍ମମାଟିରେ ପହଁଞ୍ଚିବା ପରେ ସିଧାସଳଖ ତାଙ୍କ ବାପାଙ୍କ କବର ସ୍ଥାନକୁ ଯାଇ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳିଥିଲା। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଅପରପକ୍ଷେ ବଲିଉଡର ବରିଷ୍ଟ ଅଭିନେତା ଧର୍ମେନ୍ଦ୍ର ସିରାଜଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।
ସୋସିଆଲ ମିଡିଆରେ ସିରାଜଙ୍କ ଫଟୋ ସେୟାର କରି ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ଭାରତର ବାହାଦୁର ପୁଅକୁ ଶୁଭେଚ୍ଛା। ହୃଦୟରେ କଷ୍ଟକୁ ଚାପି ରଖି ଦେଶ ପାଇଁ ଖେଳି ସମସ୍ତଙ୍କ ହୃଦୟ ଜିଣିଛ। ଗତକାଲି ପିତାଙ୍କ କବରରେ ପ୍ରାର୍ଥନା କରି ସଚ୍ଚା ପୁଅର କର୍ତ୍ତବ୍ୟ କରିଛି। ତମେ ମହାନ୍ ସିରାଜ। ଧର୍ମେନ୍ଦ୍ରଙ୍କ ଏଭଳି ଟୁଇଟ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।