କରୋନା ଭାଇରସ୍ ଶୀଘ୍ର ଭାରତକୁ ଆସୁ ବୋଲି ଚାହାନ୍ତି ଏହି ବଲିଉଡ୍‌ ଅଭିନେତା, ଟ୍ୱିଟ୍‌ ଭାଇରାଲ

ନୂଆଦିଲ୍ଲୀ ୦୧ /୦୩ : କରୋନା ଭାଇରସ୍‌ରେ ସାରା ବିଶ୍ୱରେ  ୮୨,୫୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି  ଏବଂ  ଏହା ପ୍ରଭାବରେ  ୨୮୧୦ ଜଣ ଲୋକ ମୃତ୍ୟୁ ବରଣ କଲେଣି ।  ଚାରିଆଡ଼େ ଏହି ଭାଇରସକୁ ନେଇ ଭୟର ବାତାବରଣ।

ଏହି ଭୟଙ୍କର ବାତାବରଣ ଭିତରେ ବଲିଉଡ୍‌ ଅଭିନେତା  ଓ ପ୍ରଯୋଜକ  କମାଲ ଆର୍‌ ଖାନ୍‌ଙ୍କ ଟ୍ୱିଟ୍‌  ଖୁବ୍‌ ଭାଇରାଲ୍‌ ହୋଇଛି । ସେ ଲେଖିଛନ୍ତି ,  ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି  କି କରୋନା ଭାଇରସ୍‌  ଭାରତକୁ ଆସୁ ।  ଏହାପରେ ବୋଧହୁଏ ଆମେ ସବୁ ହିନ୍ଦୁ , ମୁସଲିମ୍‌ , ଶିଖ୍ , ଇସାଇ ପୁଣି ଥରେ ଭାଇ ଭାଇ ହୋଇ କରୋନା ଭାଇରସ୍‌  ବିରୋଧରେ  ଲଢିବା । କମାଲ ଆର୍‌ ଖାନଙ୍କ ଟ୍ୱିଟ୍‌ରେ ବହୁତ ପ୍ରତିକ୍ରିୟା ୟୁଜରମାନେ ଦେଉଛନ୍ତି ।

କମାଲ ଆର୍‌ ଖାନଙ୍କର ଏହି ଟ୍ୱିଟ୍‌  ସୋସିଆଲ୍‌ ମିଡ଼ିଆରେ  ଖୁବ୍‌ ଶେୟାର ହେଉଛି । କହି ରଖୁଛି କି ,  ହଲିଉଡ୍‌ରେ ମଧ୍ୟ କରୋନାଭାଇରସ୍‌ର ପ୍ରଭାବ  ପଡିବାରେ ଲାଗିଛି । ପ୍ରମୁଖ ଫିଲ୍ମ  ଓ ଶୋ କୁ ଲଂଚ କରିବା ହଲିଉଡ୍‌ ପ୍ରୟାସକୁ କରୋନା ଭାଇରସ୍‌ର ପ୍ରକୋପ  ବହୁତ ପ୍ରଭାବ ପକାଇଛି ।

 ଭେରାଇଟ୍‌ ଡଟ୍‌ କମ୍‌ର ରିପୋର୍ଟ ମୁତାବକ , କମ୍ପାନୀ ନିଜ କର୍ମଚାରୀମାନଙ୍କୁ କରୋନା ଭାଇରସ୍‌ରେ ସବୁଠୁ ଅଧିକା ପ୍ରଭାବିତ ହୋଇଥିବା ଦେଶ  ଚୀନ , ଜାପାନ  , ଇଟଲୀ ଓ ଦକ୍ଷିଣ କୋରିଆକୁ  ଯାତ୍ରା ନକରିବାକୁ କହିଛି ।

 ଷ୍ଟଡ଼ିଓମାନେ ମଧ୍ୟ ଡିଜନି ର ଓ ଜେମ୍ସ ବଣ୍ଡ  ଫିଲ୍ମ ‘ନୋ ଟାଇମ୍‌ ଟୁ  ଡାଇ’ ଭଳି ଫିଲ୍ମର ଚୀନରେ ପ୍ରିମିୟର ହେବାକୁ ଥିବା ଯୋଜନାକୁ  ରଦ୍ଦ କରିଦେଇଛନ୍ତି ।  ସୋନିର  ‘ବ୍ଲକ୍‌ସ୍ପୋର୍ଟ’ ମଧ୍ୟ  ଟୀନରେ ପ୍ରଦର୍ଶିତ ହେବାର ଥିଲା । କିନ୍ତୁ  ଏହାର ରିଲିଜ୍‌ ହେବାର  ତାରିଖ  ଏବେ ଅନିଶ୍ଚିତ ରହିଛି ।

କମାଲ ଆର୍‌ ଖାନ  ସୋସିଆଲ୍‌ ମିଡ଼ିଆରେ ଖୁବ୍‌ ଆକ୍ଟିଭ୍‌  ରହିଥାନ୍ତି ।  ଫିଲ୍ମ  ଦେଶଦ୍ରୋହ  ମାଧ୍ୟମରେ ବଲିଉଡ୍‌ରେ ପ୍ରବେଶ କରିଥିବା  କମାଲ ଆର୍‌ ଖାନ  ଓରଫ କେଆରକେ  ଟିଭି  ରିଏଲିଟି  ଶୋ  ବିଗ୍‌ ବସ୍‌ ୩ ରେ ମଧ୍ୟ  ଖୁବ୍‌  ପ୍ରଶଂସା ସାଉଁଟିଥିଲେ ।

 ଏବେ ଏହି ଅଭିନେତାଙ୍କର ଟ୍ୱିଟ୍‌ ଭାଇରାଲ୍‌ ହେବାରେ ଲାଗିଛି ।

   ସମ୍ବନ୍ଧିତ ଖବର


ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ

ମାସ୍କ ପିନ୍ଧୁନଥିଲେ ସାବଧାନ ! ୨୪ ଘଣ୍ଟା ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା…

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

Truecaller ଭଳି ଆପ୍ ଲଞ୍ଚ୍ କରିବ ଗୁଗଲ, ରହିବ ଏହି ସବୁ ଫିଚର୍ସ

ସମୁଦ୍ର କୂଳରେ ମୃତଦେହ ଦେଖି ଡରିଗଲେ ମହିଳା, ପାଖରୁ ଦେଖିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ…