ବିମାନରେ ସମସ୍ତଙ୍କୁ ନଚେଇଦେଲେ ଅଭିନେତ୍ରୀ : ଆରାମରେ ବସିଥିବା ଯାତ୍ରୀ ସିଟ୍‌ରୁ ଉଠି ନାଚିଲେ…ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ  ୦୯ /୦୩ : ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବେ ସୋସିଆଲ୍‌ ମିଡ଼ିଆରେ ଖୁବ୍‌ ସକ୍ରିୟ । ନିଜର ପ୍ରଶଂସକଙ୍କ ସହ ସେ ନଇଜର ଫଟୋ ଓ ଭିଡ଼ିଓ ସେୟାର କରିଥାନ୍ତି । ଆଉ ମଧ୍ୟ ଟିକ୍‌ଟକ୍‌ରେ ଉତ୍ସାହଜନକ ଭିଡ଼ିଓ ସବୁ ଉର୍ବଶୀ ବନାଇଥାନ୍ତି ।

ନିକଟରେ ସେୟାର କରିଥିବା  ଅଭିନେତ୍ରୀ ଉର୍ବଶୀଙ୍କର ଏକ ଟିକ୍‌ଟକ୍‌ ଭିଡ଼ିଓ  ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ୍‌ ହେଉଛି। ଏହି ଭିଡ଼ିଓରେ ସେ ବିମାନରେ ନାଚ କରୁଥିବାର ନଜର ଆସୁଛନ୍ତି । ଟିକ୍‌ଟକ୍‌ରେ ଅଭିନେତ୍ରୀଙ୍କର ଏହି ଭିଡ଼ିଓ ପୁରା ଛାଇ ଯାଇଛି । ଉର୍ବଶୀଙ୍କର ଏହି ଭିଡ଼ିଓକୁ ୭୮ ଲକ୍ଷରୁ ଅଧିକ ଭ୍ୟୁଜ୍‌ ମିଳିସାରିଛି ।

ଏପଟେ ଅଭିନେତ୍ରୀ ଉର୍ବଶୀଙ୍କର ଆଉ ଗୋଟେ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଖୁବ୍‌ କମାଲ କରିଛି । ଏହି ଭିଡ଼ିଓରେ ଉର୍ବଶୀ  ରୌତେଲା  ନକଲି କିଙ୍ଗ୍‌ କଙ୍ଗକୁ ଛୁଇଁବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଯେତେବେଳେ ତାଙ୍କୁ  କିଙ୍ଗକଙ୍ଗ ଆଖି ଦେଖାଉଛି , ତ ସେ ଡ଼ରିଯାଇ ସେଠାରୁ  ପଳାଇଯାଉଛନ୍ତି ।  ଅଭିନେତ୍ରୀଙ୍କର ଏହି କୌତୁକିଆ ଭିଡ଼ିଆ ସୋସିଆଲ୍‌ ମିଡ଼ିଆରେ ବହୁତ ଭାଇରାଲ ହୋଇଛି ।

ସୂଚନା ଯେ, ନିକଟରେ  ଉର୍ବଶୀ ରୌତେଲାଙ୍କର ଗୀତ ‘’ଏକ୍‌ ଡାଇମଣ୍ଡ ଦା ହାର ଲେଦେ ପ୍ୟାର’’ ରିଲିଜ୍‌ ହୋଇଛି। ଏହି ଗୀତକୁ ସୋସିଆଲ ମିଡ଼ିଆରେ ଖୁବ୍‌ ପସନ୍ଦ କରାଯାଇଛି । ଏହା ପୂର୍ବରୁ  ଉର୍ବଶୀ ରୌତେଲା ଫିଲ୍ମ ‘’ପାଗଲପନ୍ଥୀ’’ରେ ବି ନଜର ଆସିଥିଲେ ।    

   ସମ୍ବନ୍ଧିତ ଖବର


ବାପା ଉଦିତ ନାରାୟଣଙ୍କ ଜନ୍ମଦିନରେ ଏମିତି ଉପହାର ଦେଲେ ପୁଅ ଆଦିତ୍ୟ, ଯାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ

Indian Idol: ଜଣେ ବ୍ୟକ୍ତି ଦୁଇଟି ସ୍ୱର, ଗୀତ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଜଜ୍, ଆପଣ ବି ଶୁଣିଲେ କହିବେ ଆରେ ବାଃ…

ନେହା କକ୍କରଙ୍କୁ କପିଲ୍‌ ଶର୍ମା ପଚାରିଲେ, ଏହି ଡ୍ରେସ୍‌ କେଉଁଠୁ ଆଣିଲ…

ବଦଳି ଯାଇଛି କି ହ୍ରିତିକ୍ ରୋଶନଙ୍କ ଚେହେରା ? ସେୟାର କଲେ ଫଟୋ

ଏବେ ବଡ଼ ପରଦାରେ ଏକ ଚର୍ଚ୍ଚିତ ନାଁ ପ୍ରଜ୍ଞା

ଇଏ କଣ ଶାହାରୁଖ ଖାନ୍‌ଙ୍କର ‘ପଠାନ୍‌’ ଲୁକ୍‌ ? କିଙ୍ଗ୍‌ ଖାନଙ୍କର ନୂଆ ଫିଲ୍ମକୁ ନେଇ ଟ୍ୱିଟରରେ ଟ୍ରେଣ୍ଡ #Pathan