PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

୭୫% ଲିଭର ଖରାପ ହେବା ସହିତ ଏହି ଗମ୍ଭୀର ରୋଗ ରହିଛି ଅମିତାଭ ବଚ୍ଚନଙ୍କ, ତଥାପି ମଧ୍ୟ ଏଭଳି ନିଜକୁ ରଖିପାରିଛନ୍ତି ଫିଟ୍

‘କୌନ ବନେଗା କରୋଡପତି’ର ନୂଆ ସିଜିନକୁ ନେଇ ଚର୍ଚ୍ଚାରେ ଥିବା ବଲିଉଡର ମହାନାୟକ ବିଗ୍ ବି ଅମିତାଭ ବଚ୍ଚନ ସମ୍ପୂର୍ଣ୍ଣ ସୁସ୍ଥ ନୁହନ୍ତି। ପରଦା ଉପରେ ସବୁବେଳେ ଫିଟ୍ ଦେଖା ଯାଉଥିବା ଅମିତାଭ କିନ୍ତୁ ନିଜର ରୋଗ ସହିତ ଖୁବ୍ ସଂଘର୍ଷ କରୁଛନ୍ତି। ସବୁଠାରୁ ବଡ କଥା ହେଲା ଫିଟ୍ ଓ ଆକ୍ଟିଭ ଦେଖା ଯାଉଥିଲେ ମଧ୍ୟ ଅମିତାଭଙ୍କ ୭୫ ପ୍ରତିଶତ ଲିଭର ଖରାପ ହୋଇସାରିଛି। ମାତ୍ର ୨୫ ପ୍ରତିଶତ ଲିଭର ସାହାରାରେ ସେ ବଞ୍ଚି ରହିଛନ୍ତି। ଏ ସମ୍ପର୍କରେ ନିଜେ ଅମିତାଭ ଏକ କାର୍ଯ୍ୟକ୍ରମରେ କହିଛନ୍ତି।

୭୬ ବର୍ଷୀୟ ଅମିତାଭ ଏକ ଟିଭି କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ନିଜର ସ୍ବାସ୍ଥ୍ୟ ସମ୍ପର୍କିତ ବହୁତ କିଛି କଥାର ଖୁଲାସା କରିଥିଲେ। ସେ କହିଥିଲେ, ମଣିଷକୁ ନିଜ ଶରୀରର ରେଗୁଲାର ଚେକଅପ୍ କରିବା ଦରକାର, ମୋତେ ଟ୍ୟୁବରକ୍ଳୋସିସ୍(ଟିବି)ର ଓ ଅନେକ କିଛି ଶାରିରୀକ ସମସ୍ୟା ରହିଛି। ଯଦି ଏହି ରୋଗର ଠିକ ସମୟରେ ଜଣାପଡେ ତେବେ ଏହାର ଚିକିତ୍ସା ସମ୍ଭବ। ଅମିତାଭ ଏବେ ବହୁ ସମସ୍ୟାର ସାମନା କରୁଛନ୍ତି, କିନ୍ତୁ ସେ ଏଥିରେ ଭାଙ୍ଗି ପଡିନାହାନ୍ତି।

ନିଜର ଫିଟନେସକୁ ନେଇ ସବୁବେଳେ ସଚେତନ ରହିଥାନ୍ତି। ପ୍ରତିଦିନ ଏକ୍ସରସାଇଜ୍ ସହିତ ମଣ୍ଣିଂ ଓ୍ବାକ କରିଥାନ୍ତି। ଏହା ସହିତ ସାରା ଦିନ କାମରେ ଆକ୍ଟିଭ ରହିବା ସହ ଖାଦ୍ୟ ପେୟ ମାମଲାରେ ଖୁବ୍ ସତର୍କ ରହିଥାନ୍ତି। ଏବେ ବୟସରେ ମଧ୍ୟ ସେ ପୂର୍ବଭଳି କାମ କରିପାରୁଛ୍ତି। ଲୋକପ୍ରିୟ ଟିଭି ଶୋ’ କେବସି ଆରମ୍ଭ ହୋଇଯାଇଛି। ଯଦି ଫିଲ୍ମ ସମ୍ପର୍କରେ କଥା ହେବା ତେବେ ‘ବ୍ରହ୍ମାସ୍ତ୍ର’ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଏହାଛଡା ‘ଗୁଲାବୋ ସିତାବୋ’ର ସୁଟିଂ ଜାରି ରହିଛି। ସେଭଳି ’ସଇ ରା ନରସିହ୍ନା ରେଡ୍ଡି’ ନାମକ ଫିଲ୍ମରେ ମଧ୍ୟ କାମ କରୁଛନ୍ତି। ଏହି ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଛି।

ସମ୍ବନ୍ଧିତ ଖବର