ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ମାଗିଲେ ୯ ମିନିଟ… ସମର୍ଥନରେ ବଲିଉଡ୍‌ ସେଲିବ୍ରିଟି

ନୂଆଦିଲ୍ଲୀ ୩।୪: ଜନତା କର୍ଫ୍ୟୁ ଦିନ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ କରୋନା କମାଣ୍ଡୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ତାଳି କିମ୍ବା ଥାଲି ବଜାଇବା ପାଇଁ କହିଥିଲେ। ଏହି ପଦକ୍ଷେପକୁ ବଲିଉଡ ସେଲିବ୍ରେଟମାନେ ମଧ୍ୟ ଦୃଢ଼ ସମର୍ଥନ କରିଥିଲେ। ବର୍ତ୍ତମାନ କରୋନା ଠାରୁ ଦେଶକୁ ଏକଜୁଟ କରିବା ପାଇଁ ରବିବାର ରାତି ୯ଟାରେ ଏକ କ୍ୟାଣ୍ଡେଲ କିମ୍ବା ଦୀପ ଜାଳିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି।

ଶୁକ୍ରବାର ଦିନ ତାଙ୍କ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଏହି ବିଶେଷ ଆବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ବଲିଉଡ ସେଲିବ୍ରେଟଙ୍କ ସମର୍ଥନ ମିଳୁଛି। ବିବେକ ଅଗ୍ନିହୋତ୍ରୀ, ଭୀର ଦାସ, ତାପସୀ ପନ୍ନୁ, ରଙ୍ଗୋଲି ଚାନ୍ଦେଙ୍କ ସମେତ ଅନେକ ତାରକା ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି। ତାପସୀ ପନ୍ନୁ ଟ୍ୱିଟ୍ କରି ଲେଖିଛନ୍ତି- ନୂତନ କାର୍ଯ୍ୟ । ୟେ ୟେ ୟେ !!!

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଲେଖିଛନ୍ତି- ପାଗଳ ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିବା ପୂର୍ବରୁ ମୁଁ କହିବାକୁ ଚାହେଁ ଯେ ପିଏମ ମୋଦୀ ହେଉଛନ୍ତି ଭାରତର ବେଷ୍ଟ ଲିଡର। ସେମାନେ ଜାଣନ୍ତି କିପରି ଭାବପ୍ରବଣ ଏବଂ ଆଧ୍ୟାତ୍ମିକ ଭାବରେ ଭାରତୀୟମାନଙ୍କୁ ଆଗେଇ ନେବେ । ଏହା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ ।

କଙ୍ଗନା ରାନାୱତଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ଟ୍ୱିଟ୍ କରି କହିଛନ୍ତି, “ଦୀପ ଜଳାଇବା ବହୁତ ଭଲ ସଙ୍କେତ, ଦୀପ ଜଳାଇବା ଦ୍ବାରା ବହୁତ ଶାନ୍ତ ଏବଂ ପ୍ରଭାବଶାଳୀ ପରିବେଶ ସୃଷ୍ଯି ହୋଇଥାଏ। ପରସ୍ପରକୁ ଆମର ସମର୍ଥନ ଦେଖାଇବା ପାଇଁ ଆମେ ଏହା କରୁ, ପିଏମ ମୋଦୀ ଜି ମଧ୍ୟ ଆମର ଭାବପ୍ରବଣ ଆବଶ୍ୟକତାର ଯତ୍ନ ନିଅନ୍ତି ଏବଂ ଆମର କ୍ଷତକୁ ସବୁ ଉପାୟରେ ଭଲ କରିବାକୁ ଚେଷ୍ଟା କରନ୍ତି, ଏଥିପାଇଁ ମୁଁ ଭଲପାଏ । ଜୟ ଶ୍ରୀ ରାମ …

ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଛନ୍ତି। କରୋନା ବିରୋଧରେ ହେଉଥିବା ଲଢେଇରେ ଦେଶବାସୀ ଦେଉଥିବା ସହଯୋଗର ପ୍ରଶଂସା କରିଛନ୍ତି । ଜନତା ଜନାର୍ଦ୍ଦନ ଓ ପ୍ରଶାସନ ବେଶ୍ ଭଲ ଭାବରେ ଲକ୍‌ଡାଉନ୍‌ର ପାଳନ କରିଛନ୍ତି। କରୋନାର ଅନ୍ଧକାରକୁ ହରାଇ ଆଲୋକ ଆଡକୁ ବଢିବାରେ ଜନତା ବେଶ୍‌ ସହଯୋଗ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି।

ଭାରତରେ ଲକ୍‌ଡାଉନ୍‌ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଅନ୍ଧକାର ମଧ୍ୟରେ ପ୍ରକାଶର ଆଶା ଦେଇଛି । ଏଥିରେ ଗରିବ ଭାଇ ଭଉଣୀମାନେ ନିରାଶରୁ ଆଶା ଆଡକୁ ନେବାକୁ ହେବ । କରୋନାକୁ ପରାଜିତ କରିବା ପାଇ ହେବ । ଏପ୍ରିଲ ୫ ତାରିଖ ରାତି ୯ ସମୟରେ ଦେଶବାସୀଙ୍କର ୯ ମିନିଟ୍‌ ଦରକାର ବୋଲି ମୋଦୀ କହିଛନ୍ତି । ରାତି ୯ ସମୟରେ ଘରର ସମସ୍ତ ଲାଇଟ୍‌ ବନ୍ଦ କରି ଘର ଦୁଆରେ ଏକ ଦୀପ, କ୍ୟାଣ୍ଡେଲ୍‌ କିମ୍ବା ମୋବାଇଲ୍‌ର ଫ୍ଲାସ ଲାଇଟ୍‌ ଅନ୍‌କରିବାପାଇଁ କହିଛନ୍ତ । ଏହା ସରା ଦେଶର ଏକତାର ପ୍ରତୀକ ହେବ । ମହାଶକ୍ତିର ଜାଗରଣ ହେବ ।

ଏହି ସମୟରେ ସୋସିଆଲ୍‌ ଡିଷ୍ଟାନ୍‌ସିଂର ସମ୍ମାନ କରିବା ସହ ଏକାଠି ନ ହେବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସଙ୍କଟର ଏହି ସମୟରେ ଏକତାର ଶକ୍ତି ଅନ୍ଧକାରରେ ପ୍ରକାଶର ଶକ୍ତି ଜନତା ଜନାର୍ଦ୍ଦନଙ୍କ ଶକ୍ତି ପ୍ରଦର୍ଶନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରୋଷେୟାଙ୍କ ରିୟଲ ଟ୍ୟାଲେଣ୍ଟ : ଏହି ଡ୍ୟାନ୍ସ ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…

ଜୁଲାଇ ୧୫ ସୁଦ୍ଧା ସବୁ ସ୍କୁଲରେ ପିଲାଙ୍କ ନାମଲେଖା ସରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ

ଏବେ ଯାଏ ଏକାଠି ଫିଲ୍ମରେ କାମ କରିନାହାନ୍ତି ବଚ୍ଚନ-ମାଧୁରୀ, କ’ଣ କାରଣ..କିଏ ହୋଇଥିଲେ କି ବାଧକ ?

ବିବାଦରେ ଏକତାଙ୍କ ନୂଆ ୱେବ୍‌ ସିରିଜ୍ ‘XXX-2’, ଅଶ୍ଳିଳ ବିଷୟବସ୍ତୁ ଆଭିଯୋଗରେ ମାମଲା ରୁଜୁ

ଫୋର୍ବସ ତାଲିକାରେ ବଲିଉଡ୍‌ର ଖିଲାଡିଷ୍ଟାର ଅକ୍ଷୟ କୁମାର