ମାଳଦ୍ୱୀପରେ ବଲିଉଡ୍‌ ଷ୍ଟାରଙ୍କ ଲାଗିଛି ଏବେ ମେଳା …

ନୂଆଦିଲ୍ଲୀ – କରୋନା ସମୟରେ ସାଧାରଣ ଲୋକଙ୍କ ଠାରୁ ସେଲେବ୍ରିଟି ଯାଏ ସମସ୍ତେ ନିଜ ନିଜ ଘରେ ବନ୍ଦୀ ଜୀବନ ବିତାଉଥିଲେ ।  ଜୀବନ ନିରସ ନିରସ  ଲାଗୁଥିଲା । କୁଆଡ଼େ ଟିକେ ଚାହିଁଲେ ବି ଯାଇ ପାରୁନଥିଲେ । ସମସ୍ତେ ନିଜର ନିଜର ଖୁବ୍‌ ସୁନ୍ଦର ଡେଷ୍ଟିନେସନରେ ଛୁଟି ଅବସରକୁ ମିସ୍‌ କରିଥିଲେ ।

ଅନ୍‌ଲକ୍‌ ଯୋଗୁଁ  ଇଣ୍ଚରନ୍ୟାସନାଲ ଫ୍ଲାଇଟ୍‌ ସବୁ ବନ୍ଦ ରହିଥିଲା । ଆଉ ଏ ସମୟରେ ଅଧିକାଂଶ ସେଲେବ୍ରିଟ୍‌ ଗୋଆ ଅଭିମୁଖେ ଯାତ୍ରା କରିଥିଲେ । ଗୋଆ ପରେ ଏବେ ଲାଗୁଛି କି ସେଲେବ୍ରିଟିଙ୍କର ପ୍ରିୟ ଛୁଟି ଅବକାଶ ସ୍ଥାନ ମାଳଦ୍ୱୀପ ହୋଇଯାଇଛି ।  ଗତ କିଛି ସପ୍ତାହରେ ଅଧିକାଂଶ ସେଲେବ୍ରିଟି  ମାଳଦ୍ୱୀପରେ ଛୁଟି  ବିତେଇବା ପାଇଁ ନଜର ଆସିଛନ୍ତି , ଯାହାର ଫଟୋ ସେମାନେ ନିଜ ନିଜର ଇନଷ୍ଟାଗ୍ରାମ୍‌  ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି ।

टाइगर श्रॉफ

ବଲିଉଡ୍‌ ଆକ୍ଟର ଟାଇଗର ଶ୍ରଫ୍‌ ମାଳଦ୍ୱୀପରେ ଖୁବ୍‌ ମସ୍ତି କରୁଥିବାର ନଜର ଆସିଛନ୍ତି । ସେ ସମୁଦ୍ର ଲହଡ଼ିରେ ଖେଳିବା ସହ ନିଜର ଅନେକ ଫଟୋ ଓ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି । ଫଟୋର କ୍ୟାପସନ୍‌ରେ ସେ ନିଜର ସାର୍ଟକୁ ବେଶୀ ହାଇଲାଇଟ୍‌ କରିଥିଲେ ।

तारा सुतारिया

ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର୨ ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା  ତାରା ସୁତାରିୟା ନିଜର ଏହି  ବର୍ଥଡେ ମାଳଦ୍ୱୀପରେ ହିଁ ସେଲିବ୍ରେଟ୍‌ କରିବାକୁ ସ୍ଥିର କରିଥିଲେ । ସେ ନିଜର ବୟଫ୍ରେଣ୍ଡ  ଆଦର ଜୈନଙ୍କ ସହ ସେଠାରେ ପହଞ୍ଚି ଥିଲେ ।

सोनाक्षी सिन्हा

ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ  ସିହ୍ନା ମଧ୍ୟ ଗତ ଦିନରେ କିଛି ସୁନ୍ଦର ମୁହୂର୍ତ୍ତ ମାଳଦ୍ୱୀପରେ ବିତେଇ ସାରିଛନ୍ତି । ସେ ଅନେକ ଫଟୋ ଶେୟାର କରିଥିଲେ ଏବଂ କ୍ୟାପସନ୍‌ରେ  ଲେଖିଥିଲେ – ପ୍ରତି ଥର ମାଳଦ୍ୱୀପରୁ ଫେରିବା ବେଳେ ମୋ ହୃଦୟର ଖଣ୍ଡିଏ ଅଂଶ ଏହି ଠାରେ ରହିଯାଏ ଏବଂ  ପୁଣି ସେଠାକୁ ଦ୍ୱିତୀୟ ଥର ଗଲାପରେ ସେହି ଅଂଶକୁ ଫେରି ପାଇଥାଏ ।

तापसी पन्नू

ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ନିଜର ଅପକମିଙ୍ଗ୍‌ ଫିଲ୍ମ ‘ରଶ୍ମି ରେକଟ୍‌’ର ପ୍ରସ୍ତୁତିରେ ଲାଗି ରହିଛନ୍ତି । ସେ ମାଳଦ୍ୱୀପରେ ରହି ଛୁଟି ମଧ୍ୟ ଉପଭୋଗ କରୁଛନ୍ତି ଏବଂ ଏଠାରେ ସେ ନିଜର ଡାଏଟିଂକୁ ମଧ୍ୟ ଫଲୋ କରୁଛନ୍ତି । ବଲିଉଡ୍‌ ଅଭିନେତ୍ରୀ ନେହା ଧୂପିଆ ନିଜର ପତି ଅଙ୍ଗଦ ବେଦୀ  ଓ ପୁଅ  ମେହରଙ୍କ ସହ ମାଳଦ୍ୱୀପରେ ପହଞ୍ଚିଛନ୍ତି ।  ସେ ଏହି ଖୁବ୍‌ ସୁନ୍ଦର ସ୍ଥାନରୁ ନିଜର ଫଟୋ ସେୟାର କରିଛନ୍ତି , ଯାହାକି ସୋସିଆଲ୍ ମିଡ଼ିଆରେ ଖୁବ୍‌ ଭାଇରାଲ ହୋଇଛି ।

वरुण धवन

ଅଭିନେତା ବରୁଣ ଧାୱନ ମଧ୍ୟ  ନିକଟରେ  ଛୁଟି କଟେଇବା ପାଇଁ ମାଳଦ୍ୱୀପକୁ ଯାଇଥିଲେ । ସେଠାରେ ସେ ମାର୍ଶଲ ଆର୍ଟର ଅଭ୍ୟାସ କରିବା ଠାରୁ ନେଇ ଠେକୁଆକୁ ଗାଜର ଖୁଆଇବା ଭଳି ଏମିତି ଅନେକ କାମ କରିଛନ୍ତି । ସେ ଖୁବ୍‌ ଶୀଘ୍ର ଫିଲ୍ମ କୁଲି ନଂ -୧ ରେ ନଜର ଆସିବେ ।

दिशा पाटनी

ବଲିଉଡ୍‌ ଅଭିନେତ୍ରୀ  ଦିଶା ପାଟନୀ  ସମୁଦ୍ର କୂଳରେ ବିକିନି ପିନ୍ଧିଥିବାର କିଛି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ହେଲେ ଏହି ଫଟୋ ଗୁଡ଼ିକ ପାଇଁ ସେ ପ୍ରଶଂସା  ଠାରୁ ଅଧିକ ଟ୍ରୋଲ୍‌ର ଶିକାର ହୋଇଛନ୍ତି ।