‘ଟିସୁ’ ପାଇଁ ହେଲା ଏତେ ବଡ଼ ଇସୁ, ଭିଡ଼ ଭିତରେ ଦୀପିକା ପାଦୁକୋନଙ୍କ ବ୍ୟାଗ୍ ଟାଣିବାକୁ ଉଦ୍ୟମ କଲେ ଫ୍ୟାନ୍ସ…

ମୁମ୍ବାଇ ୨୬।୨ : ଅନେକ ଥର ସେଲିବ୍ରିଟି ଏମିତି ପରିସ୍ଥିତିରେ ଫସି ଯାଆନ୍ତି, ଯାହା ସମ୍ପର୍କରେ ସେମାନେ କେବେ ବି ଭାବି ନଥାନ୍ତି। କୌଣସି ଖାସ୍ ସ୍ଥାନ କିମ୍ବା କିଛି କାର୍ଯ୍ୟକ୍ରମରେ ନିଜ ପସନ୍ଦର ସେଲିବ୍ରିଟିଙ୍କର ଝଲକ୍ ପାଇବା ପରେ ଫ୍ୟାନ୍ସ ସବୁବେଳେ ଉତ୍ସୁକ ହୋଇଯାଆନ୍ତି। କିନ୍ତୁ ତାହା ସେଲିବ୍ରିଟି ପାଇଁ ଅସୁବିଧା ଠିଆ କରିଦେଇଥାଏ। କିଛି ଏମିତି ହିଁ ବଲିଉଡର ‘ମସ୍ତାନୀ’ ଅର୍ଥାତ୍ ଦୀପିକା ପାଦୁକୋନଙ୍କ ସହ ହୋଇଛି।

ଦୀପିକାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଭିଡ଼ି ଭିତରେ ଥିବା ଦେଖିବାକୁ ମିଳିଛି। ଯେଉଁଥିରେ ସେ ଡରି ଯାଇଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ତାଙ୍କ ବ୍ୟାଗକୁ ଟଣାଟଣି କରୁଥିବାର ମଧ୍ୟ ଦେଖିବାକୁ ମିଳିଛି। ପିକା ପାଦୁକୋନଙ୍କ ସହ ଏହି ଘଟଣା ସୁଟିଂ ପରେ ନିକଟସ୍ଥ ରେଷ୍ଟୁରାଣ୍ଟରେ ରାତ୍ରୀ ଭୋଜନ ପାଇଁ ପହଞ୍ଚିବା ପରେ ଘଟିଥିଲା।

ଦୀପିକାଙ୍କୁ ଆଉଟଲେଟରୁ ବାହାରକୁ ଦେଖି ତାଙ୍କ ଫ୍ୟାନ୍ସ ପାପରାଜୀଙ୍କ ସହିତ ଟିସୁ ବିକ୍ରୟ କରୁଥିବା କିଛି ମହିଳା ମଧ୍ୟ ସେଠାରେ ପହଞ୍ଚିଥିଲେ, ଯେଉଁମାନେ ଦୀପିକାଙ୍କୁ ଟିସୁ କିଣିବାକୁ ଅନୁରୋଧ କରିଥିଲେ। ଏହି ସମୟରେ ଭିଡ଼ ଭିତରେ ଅଭିନେତ୍ରୀ କାର ନିକଟକୁ ଯାଉଥିବା ଦେଖିବା ପରେ ତାଙ୍କ ହ୍ୟାଣ୍ଡବ୍ୟାଗ ଛଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୀପିକା ତାଙ୍କ ବ୍ୟାଗକୁ ଧରିନେଇଥିଲେ। ପ୍ରସିଦ୍ଧ ସେଲିବ୍ରିଟି ପାପାରାଜୀ ବିରଳ ଭୟାନି ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି, ଯାହା ବହୁତ ଭାଇରାଲ ହେଉଛି।