‘ଚନ୍ଦ୍ରଯାନ-୨’କୁ ନେଇ ବଲିଉଡ କଳାକାର ହେଲେ ଇମୋସନାଲ,ଲତାଙ୍କ ଠାରୁ ନେଇ ଅମିତାଭଙ୍କ ପର୍ଯ୍ୟନ୍ତ କଲେ ଏଭଳି ଟ୍ବିଟ୍

ନୂଆଦିଲ୍ଲୀ,୭।୯: ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ନେଇ ବିଶିଷ୍ଠ ହୁଅନ୍ତୁ କିମ୍ବା ସାଧାରଣ ଲୋକ ସମସ୍ତଙ୍କ ମନରେ ବେଶ୍ ଉତ୍ସାହ ଭରି ରହିଥିଲା। ଭାରତର ଏହି ଐତିହାସିକ ସଫଳତାକୁ ନିଜ ଆଖିରେ ଦେଖିବାକୁ ଚାହୁଁଥିଲେ। ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଠିକ୍ ପୂର୍ବରୁ ଲ୍ୟାଣ୍ଡର ବିକ୍ରମଠାରୁ ସମ୍ପର୍କ ଛିନ୍ନ ହୋଇଥିଲା ଓ ବୈଜ୍ଞାନିକମାନେ ହୋଇଯାଇଥିଲେ ନିରାଶ। ବୈଜ୍ଞାନିକଙ୍କ ଉତ୍ସାହ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଇସ୍ରୋର କନଟ୍ରୋଲ ସେଣ୍ଟରରେ ବୈଜ୍ଞାନିକଙ୍କୁ ସମ୍ବୋଧିକ କରିଛନ୍ତି। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମଠାରୁ ସମ୍ପର୍କ ଚିନ୍ନ ହେବାପରେ ସୋସିଆଲ ମିଡିଆରେ ଲୋକମାନେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଏହା ଭିତରେ ବଲିଉଡ ଜଗତର ବହୁ ମହାନ କଳାକାର ସୋସିଆଲ ମିଡିଆରେ ସେୟାର କରିଛନ୍ତି ନିଜର ଇମୋସନାଲ ଟ୍ବିଟ୍।

ପ୍ରସିଦ୍ଧ ଗାୟିକା ଲତା ମଞ୍ଜେସକର ଟ୍ବିଟ୍ କରିଛନ୍ତି, କେବଳ ସମ୍ପର୍କ ବିଚ୍ଛିନ୍ନ ହୋଇଛି, ସଂକଳ୍ପ ନୁହେଁ, ଏବେ ବି ମନୋବଳ ଦୃଢ ରହିଛି। ମୋର ବିଶ୍ବାସ ରହିଛି ସଫଳତା ନିହାତି ମିଳିବ। ସାରା ଦେଶ ଇସ୍ରୋ ସହିତ ରହିଛି। ଆମର ବୈଜ୍ଞାନିକଙ୍କ ଉପରେ ଆମେ ଗର୍ବିତ। ବାସ୍ ଆପଣ ଆଗକୁ ବଢି ଚାଲନ୍ତୁ…।’

ବଲିଉଡର ମହାନାୟକ ଅମିତାଭ ବଚ୍ଚନ କବିତାର କିଛି ଲାଇନ୍ ଲେଖି ଲୋକଙ୍କ ଉତ୍ସାହ ବଢାଇବାର ଚେଷ୍ଟା କରିଛନ୍ତି। ଅମିତାଭ ତାଙ୍କ ଫେସବୁକ୍ ପେଜରେ ଲେଖିଛନ୍ତି, ନା ତୁ ଥକି ଯିବୁ, ନା ତୁ ପଛକୁ ଦେଖିବୁ, ତା ତୁ ଥମିଯିବୁ କେବେ ଏହା ଶପଥ କର ଶପଥ କର, ଅଗ୍ନିପଥ ଅଗ୍ନିପଥ ଅଗ୍ନିପଥ।’

ଶାହାରୁଖ ଟ୍ବିଟ୍ କରି ଲେଖିଛନ୍ତି, କେବେ କେବେ ଆମେ ନିଜର ସଠିକ୍ ସ୍ଥାନରେ ପହଁଞ୍ଚି ପାରିନଥାଉ, ଯେଉଁଠାରେ ପହଁଞ୍ଚିବାର ରହିଥାଏ। ମହତ୍ବପୂର୍ଣ୍ଣ କଥା ହେଉଛି ଆମେ ନିଜର ଆଶା ଓ ବିଶ୍ବାସକୁ ବନାଇ ରଖନ୍ତୁ। ଇସ୍ରୋ ଉପରେ ବର୍ଗ ରହିଛି।

କରନ୍ ଜୋହର ଟ୍ବିଟ୍ କରିଛନ୍ତି,  ଇସ୍ରୋର ଅବିଶ୍ବାସନୀୟ ପ୍ରୟାସକୁ ସଲାମ କରୁଛି। ତାଙ୍କର କାମ ଉପରେ ଆମେ ଗର୍ବିତ। ବହୁତ ଗର୍ବିତ ଆମେ ମନେ କରୁଛୁ, ଏଭଳି ରାଷ୍ଟ୍ରର ଅଂଶ ହେବାରେ ଯାହା ପାଖରେ ପ୍ରତିଭାଶାଳୀ ବୁଦ୍ଧି ରହିଛି।’

ସନ୍ନି ଦେଓଲ ଟ୍ବିଟ୍ କରିଛନ୍ତି, ସମ୍ପର୍କ ବିଚ୍ଛିନ୍ନ ହୋଇଛି କିନ୍ତୁ ବିଶ୍ବାସ ନୁହେଁ। ଆମକୁ ଇସ୍ରୋ ଉପରେ ଆମେ ଗର୍ବିତ।

ବଲିଉଡ ଅଭିନେତା ରିତେଶ ଦେଶମୁଖ ଟ୍ବିଟ୍ କରିଛନ୍ତି, ଆମେ ଖୁବ୍ ଶୀଘ୍ର ଏଥିରୁ ବାହାରିପାରିବୁ। ଭବିଷ୍ୟତ ସେହିମାନଙ୍କର ହୋଇଥାଏ, ଯିଏ ସ୍ବପ୍ନକୁ ପୂରଣ କରିବାରେ ବିଶ୍ବାସ ରଖନ୍ତି। ଇସ୍ରୋର ସମ୍ପୂର୍ଣ୍ଣ ଟିମ ଉପରେ ଆମେ ଗର୍ବିତ। ଯାହା କିଛି ଆମେମାନେ ହାସଲ କରିଛୁ, ତାହା କୌଣସି ଛୋଟ କଥା ନୁହେଁ।’

ଅନୁଭବ ସିହ୍ନା ଟ୍ବିଟ୍ କରିଛନ୍ତି, ଆଶା କରୁଛି ଖୁବ୍ ଶୀଘ୍ର ଲ୍ୟାଣ୍ଡର ସହିତତ ସମ୍ପର୍କ ସ୍ଥାପିତ ହେଉ। ଏହାପଛରେ ଅନେକ ଗୁଡିଏ ଲୋକଙ୍କର ପରିଶ୍ରମ ଏବଂ ପ୍ରାର୍ଥନା ରହିଚି। ଖୁବ୍ ଶୀଘ୍ର ଏହା ସଫଳ ହେବ। ବିଶ୍ବାସ କରନ୍ତୁ ଇସ୍ରୋ ଖୁବ୍ ଭଲ।’

କମେଡିଆନ ବୀର ଦାସ ଟ୍ବିଟ୍ କରିଛନ୍ତି, ଯେତେବେଳେ କେହି ଠିକ୍ ଭାବରେ ଭାବିଥାଏ, ତେବେ ଆମେ ବାସ୍ତବରେ ସ୍ବତନ୍ତ୍ର ରାଷ୍ଟ୍ର ରୁପରେ କେତେ ଯୁବକ ରହିଛି। ଏହି ତଥ୍ୟ ଆମ ପାଖରେ ମହାକାଶ ମିଶନ୍ ଓ ଏହି ସ୍ତରର ଏକ ସୁନ୍ଦର ଉପଲବ୍ଧି। ଇସ୍ରୋ ଆପଣଙ୍କ ସହିତ ସମ୍ପୂର୍ଣ୍ଣ ରାଷ୍ଟ୍ର ଠିଆ ହୋଇଛି।’

ଉଲ୍ଲେଖନୀୟ ଯେ, ଚନ୍ଦ୍ରଯାନ-୨ ମିଶନ ୧୪ ଅଗଷ୍ଟରୁ ଆରମ୍ଭ ହୋଇଛି। ଭାରତର ମହତ୍ବକାକ୍ଷୀଂ ମୁନ୍ ମିଶନ୍ ଚନ୍ଦ୍ରଯାନ-୨ ଶୁକ୍ରବାର(୬ ସେପ୍ଟେମ୍ବର) ବିଳମ୍ବିତ ରାତିରେ ଚନ୍ଦ୍ର ଠାରୁ ମାତ୍ର ୨ କିଲୋମିଟର ଦୂରରେ ଆସି ଯୋଗଯୋଗ ବିଚ୍ଛିନ୍ନ ହୋଇଥିଲା। ଏହା ପୂର୍ବରୁ ସବୁ କିଛି ଠିକ୍ ଚାଲୁଥିଲା, କିନ୍ତୁ ଏଭଳି ଘଟଣାପରେ ଇସ୍ରୋର କନଟ୍ରୋଲ ରୁମରେ ଖେଳିଯାଇଥିଲା ନିରାଶ।

   ସମ୍ବନ୍ଧିତ ଖବର


ପପୁ ଯାଦବଙ୍କ ନିର୍ବାଚନୀ ସଭାର ମଞ୍ଚ ଭାଙ୍ଗିଲା, ହାତରେ ଫ୍ରାକଚର.. ଦେଖନ୍ତୁ ଭିଡିଓ

ଶଶୁରଙ୍କ ସହଥିଲା ଖରାପ ସମ୍ପର୍କ , ଗର୍ଭସ୍ଥ ଶିଶୁକୁ ପ୍ରସଙ୍ଗରେ ଶାଶୁଙ୍କସହ କଳି କରି ହତ୍ୟା କଲା ବୋହୁ

ସୈନିକ ସ୍କୁଲରେ ଏବେ OBC କୁ ମିଳିବ ଆରକ୍ଷଣ, କେନ୍ଦ୍ର ସରକାର ଦେଲେ ମଞ୍ଜୁରୀ …

୧ ବର୍ଷର ଆଲୋଚନା ପରେ ଡିଲ୍‌ ଫାଇନାଲ, ମୁକେଶ ଅମ୍ବାନୀଙ୍କୁ ମିଳିବ ୧ ଆରବ ଡଲାରର ଚେକ୍‌

ହ୍ୱାଟସ୍‌ଆପ୍‌ରେ ଗହଣା ପିନ୍ଧି ଡିପି ରଖିଥିଲା ମାଆ- ଧରା ହେଲା ଡକାୟତ ପୁଅ

ଭାରତୀୟ ନୌସେନାର ଶକ୍ତିଶାଳୀ ମିଶାଇଲ, ଗଭୀର ସମୁଦ୍ରରେ ବି ଶତ୍ରୁର ଜାହାଜକୁ ଲକ୍ଷ୍ୟଭେଦ କରି ଓଲଟାଇଦେବ…