ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କ‌ ପରଲୋକ

ମୁମ୍ବାଇ ୨୯/୪: ବଲିଉଡ୍‌ ଅଭିନେତା ଇରଫାନ୍‌ ଖାନ୍‌  ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଗତକାଲି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ମୁମ୍ୱାଇସ୍ଥିତ କୋକିଲାବେନ୍‌ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଇରଫାନ୍‌ କୋଲନ୍‌ ସଂକ୍ରମଣ (ଖାଦ୍ୟ ନଳୀରେ ସଂକ୍ରମଣ) କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କ ମୃତ୍ୟୁ ଘଟିଛି।

ନିର୍ଦ୍ଦେଶକ ଶୁଜିତ୍ ସରକାର ଇରଫାନ ଖାନଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି- ମୋର ପ୍ରିୟ ବନ୍ଧୁ ଇରଫାନ୍ । ତୁମେ ତୁମର ରୋଗ ସହିତ ବହୁତ ଲଢ଼ିଛି। ମୁଁ ତୁମକୁ ନେଇ ସର୍ବଦା ଗର୍ବ ଅନୁଭବ କରିବି। ଆମର ପୁଣିଥରେ ଭେଟ ହେବ। ଓମ୍ ଶାନ୍ତି.. ଇରଫାନ୍ ଖାନଙ୍କୁ ମୋର ନମସ୍କାର।

ସୂଚନାଯୋଗ୍ୟ ଯେ, ୨୦୧୮ ମାର୍ଚ୍ଚରେ ଇରଫାନଙ୍କୁ ଦୁଇ ବର୍ଷ ପୂର୍ବେ ନ୍ୟୁରୋ-ଏଣ୍ଡୋକ୍ରାଇନ୍ ଟ୍ୟୁମର ନାମକ ଏକ ରୋଗ ହୋଇଥିଲା। ବିଦେଶରେ ଏହି ରୋଗର ଚିକିତ୍ସା କରାଇ ଇରଫାନ ଖାନ ଠିକ୍ ହୋଇଯାଇଥିଲେ। ଭାରତକୁ ଫେରିବା ପରେ ଇରଫାନ ଖାନ ଇଂରାଜୀ ମିଡିୟମରେ କାମ କରିଥିଲେ। କିଏ ଜାଣିଥିଲା ​​ଏହି ଚଳଚ୍ଚିତ୍ରଟି ଇରଫାନଙ୍କ ଜୀବନର ଶେଷ ଚଳଚ୍ଚିତ୍ର ହେବ ବୋଲି।

ସୂଚନାଥାଉ କି, ଇନଫାନ୍‌ ସୁତପା ସିକନ୍ଦରଙ୍କୁ ବିବାହ କରିଛନ୍ତି । ସେମାନଙ୍କର ଦୁଇଟି ପୁତ୍ରସନ୍ତାନ ଅଛନ୍ତି । ନିକଟରେ ଜୟପୁରରେ ଇରଫାନ୍‌ଙ୍କ ମା’ଙ୍କର ଦେହାନ୍ତ ହୋଇଥିଲା । କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ସେ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହୋଇପାରି ନ ଥିଲେ ।

   ସମ୍ବନ୍ଧିତ ଖବର


ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ଦୁର୍ଗା ଅଷ୍ଟମୀ ପାଳିଲେ ଅଭିନେତ୍ରୀ – କନ୍ୟାଙ୍କ ପାଦ ଧୋଇ ଆଳତୀ କଲେ ଶିଳ୍ପା ଶେଟ୍ଟୀ

ନେହା କକ୍କର ଓ ରୋହନପ୍ରୀତ ସିଂହଙ୍କ ବିବାହ ପ୍ରସ୍ତୁତି ଆରମ୍ଭ , ଫଟୋ ଭାଇରାଲ

‘ତୋ ପାଇଁ କିଛି ବି’ ପାଇଁ ଭାଓଲିନ୍‌ ଟ୍ରେନିଂ ନେଉଛନ୍ତି ଓଲିଉଡର ଡନ୍

‘ଛଲାଙ୍ଗ’ ପାଇଁ ରାଜକୁମାରଙ୍କଠୁ ହରିଆଣ୍‌ଭି ଶିଖିଥିଲେ ନୁସ୍ରତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌