ମାତ୍ର ୬ ମାସରେ ସ୍ୱାମୀଙ୍କ ଉପରେ ନାରାଜ ରାକ୍ଷୀ ସାଓ୍ନନ୍ତ, ଭିଡିଓ ପୋଷ୍ଟ କରି କହିଲେ ‘ବିବାହ କର ନାହିଁ’

ମୁମ୍ବାଇ, ୧୧|୧୨:    ଅଭିନେତ୍ରୀ ରାକ୍ଷୀ ସାଓ୍ୱନ୍ତଙ୍କ ବିବାହକୁ ୬ ମାସ ପୁରିଛି। ବିବାହ ପରେ ସେ ଇନଷ୍ଟାଗ୍ରାମରେ ସମସ୍ତ ଭିଡିଓରେ ସିନ୍ଦୁର ଓ ମଙ୍ଗଳସୂତ୍ର ସହ ନଜର ଆସୁଛନ୍ତି। ଏବେ ସୁଧା ତାଙ୍କ ପତିଙ୍କ ପରିଚୟ ଫ୍ୟାନ୍ ମାନେ ଜାଣିନାହାଁନ୍ତି। କିନ୍ତୁ କଣ ଏତେ ଶୀଘ୍ର ରାକ୍ଷୀ ତାଙ୍କ ବିବାହକୁ ନେଇ ଅସନ୍ତୁଷ୍ଟ ହୋଇଛନ୍ତି? ରାକ୍ଷୀଙ୍କ କିଛି ଭିଡିଓ ଦେଖି ଫ୍ୟାନମାନେ ତାଙ୍କୁ ଏହି ପ୍ରଶ୍ନ ପଚାରିଛନ୍ତି।

ରାକ୍ଷୀ ଏନଆରଆଇ ରିତେଶଙ୍କୁ ବିବାହ କରିଛନ୍ତି। ଚଳିତ ବର୍ଷ ଜୁଲାଇ ୨୮ ତାରିଖରେ ତାଙ୍କର ବିବାହ ମୁମ୍ବାଇ ଜେଡବଲ୍ୟୁ ମ୍ୟାରିଅଟ୍ ହୋଟେଲରେ ହୋଇଥିଲା। ବିବାହର ଗୋଟିଏ ହେଲେ ଫଟୋ ସାମ୍ନାକୁ ଆସିନାହିଁ। ଏପରିକି ତାଙ୍କ ପତିଙ୍କ ପରିଚୟ ମଧ୍ୟ ଦୁନିଆ ଆଗରେ ଗୋପନ ରହିଛି। ରାକ୍ଷୀ ଅନେକ ସମୟରେ ସୋସିଆଲ ମିଡିଆରେ ନିଜର ଟିକଟିକ୍ ଭିଡିଓ ପୋଷ୍ଟ କରିଥାନ୍ତି। କିନ୍ତୁ ଏବେ ତାଙ୍କର କିଛି ନୂଆ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ରାକ୍ଷୀ ‘ବିବାହ କର ନାହିଁ’ ବୋଲି ପରାମର୍ଶ ଦେଉଛନ୍ତି।

ସେହିପରି ଆଉ ଏକ ଭିଡିଓରେ ସେ ‘ଥୋଡା ସା ପ୍ୟାର ହୁଆ ହେ’ ଗୀତ ଗାଉଥିବା ନଜର ଆସିଛି।

ତେବେ ରାକ୍ଷୀ ତାଙ୍କ ସ୍ୱାମୀ ସୋସିଆଲ୍ ମିଡିଆ ଟ୍ରୋଲିଂର ଅଂଶ ହେବାକୁ ଚାହାଁନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।  

   ସମ୍ବନ୍ଧିତ ଖବର


କରିସ୍ମା ତନ୍ନା ସାପ ସହିତ କଲେ ଏମିତି ବିପଜ୍ଜନକ ଷ୍ଟଣ୍ଟ, ଭିଡିଓ ଦେଖିଲେ ଡରିଯିବେ

ଆସୁଛି ସୁପରଷ୍ଟାର ପ୍ରଭାସଙ୍କ ନୂଆ ଫିଲ୍ମ : ଏହି ନିର୍ଦ୍ଦେଶକଙ୍କ ସହ ଯୋଡ଼ି ହେଲା ତାଙ୍କ ନାଁ

ସୋସିଆଲ ମିଡିଆରେ ନିଆଁ ଲଗାଇଲା ମୋନାଲିସାଙ୍କ ବୋଲ୍ଡ ଫଟୋ

୨୦୨୦ ସାନ୍ୟାଙ୍କ ଜୀବନର ସ୍ପେଶାଲ ଇୟର : ପୁରୁଷ ବନ୍ଧୁଙ୍କ ପାଇଁ ନା ଆଉ କିଛି…