କେବିସିରେ ନିଜର ପୋଷାକ ପିନ୍ଧିନଥାନ୍ତି ପ୍ରତିଯୋଗୀ,ଲୁକ୍ସ ଏବଂ ପୋଷାକର ଚୟନ କରିଥାନ୍ତି…

ନୂଆଦିଲ୍ଲୀ,୧୬।୯: ‘କୌନ୍ ବନେଗା କରୋଡ୍ ପତି’ (କେବିସି)ର ମଞ୍ଚକୁ ଆସୁଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କ ମୁହଁରେ ଆମେ ହସ ଦେଖିବାକୁ ପାଉ। ସମସ୍ତେ ଏହି ମଞ୍ଚକୁ ଆସିବା ନେଇ ଖୁବ୍ ଖୁସି ପ୍ରକାଶ କରିଥାନ୍ତି ଓ ନିଜର ଭାଗ୍ୟ ପରୀକ୍ଷା କରି ସାଙ୍ଗରେ ନେଇଯାଇଥାନ୍ତି ମୋଟା ଅଙ୍କର ଅର୍ଥ। ଏହି ମଞ୍ଚରେ କାହା ସହ କୌଣସି ପ୍ରକାର ଭେଦଭବ ହୋଇନଥାଏ। ସମସ୍ତଙ୍କୁ ସମାନ ସୁଯୋଗ ମିଳିଥା,। ଲୋକମାନେ ନିଜର ଟ୍ୟାଲେଣ୍ଟ ଦ୍ବାରା ଆଗକୁ ବଢିପାରିଥାନ୍ତି ଓ ପୁରସ୍କାର ଜିତିଥାନ୍ତି। ଏହି ସୋ ଦୀର୍ଘ ବର୍ଷ ଧରି ଚାଲୁ ଆସୁଛନ୍ତି, କିନ୍ତୁ ଏହି ସମ୍ପର୍କିତ ଗୋଟିଏ କଥା କେବେ ସାମନାକୁ ଆସିନଥିଲା। କିନ୍ତୁ ଏଥର ୧୧ତମ ସିଜିନରେ କରୋଡପତି ହୋଇଥିବା ବିହାରର ସନୋଜ ରାଜ କେବସି ସମୟରେ ସବୁଠାରୁ ଅଧିକ ବିରକ୍ତ କରିଥିବା ଘଟଣା ସମ୍ପର୍କରେ କହିଥିଲେ।

ସନୋଜ କହିଥିଲେ, ଶୋ’ର ସୁଟିଂ ବେଳେ ତାଙ୍କୁ ଏକ ଜିନିଷ ଖୁବ୍ ବିରକ୍ତ ଲାଗିଥିଲା। ତାହା ହେଲା ଏହି ପ୍ରତିଯୋଗୀତାରେ ପ୍ରତିଯୋଗୀଙ୍କୁ  ତାଙ୍କର କପଡା ନେଇ ଖୁବ୍ ମହତ୍ତ୍ବ ଦିଆଯାଇଥାଏ ଓ ଏହି କଥା ତାଙ୍କୁ ସବୁଠାରୁ ଅଧିକ ଖରାପ ଲାଗିଥିଲା। କେବିସିର ଅନ୍ୟ ପ୍ରତିଯୋଗୀଙ୍କ ସହିତ ଏକ ହୋଟେଲ ରୁମରେ ଥିବା ସନୋଜ କହିଥିଲେ, ଆମେ ୧୦ ଜଣ ପ୍ରତିଯୋଗୀ ଯେଉଁ ହୋଟେଲରେ ଥିଲୁ ପରସ୍ପର ମଧ୍ୟରେ ଖୁବ୍ ଭଲ ବନ୍ଧୁତ୍ବ ହୋଇଯାଇଥିଲା। କିନ୍ତୁ ମୋ ପାଇଁ ସବୁଠାରୁ ବିରକ୍ତିକର କଥା ଥିଲା ପିନ୍ଧିବାର ପୋଷାକ।’ ଉଲ୍ଲେଖନୀୟ ଯେ, ପ୍ରତିଯୋଗୀ କ’ଣ ପିନ୍ଧିବେ ସେହି ପୋଷାକର ଚୟନ ଏହାର ଡିଜାଇନର କରିଥାନ୍ତି।

ସନୋଜ କହିଥିଲେ, ଫିଟିଙ୍ଗ, ରଙ୍ଗ ଓ ଶୋ’ ପାଇଁ ନିଜର ଲୁକ୍ସକୁ ତିଆରି କରିବା ଅପେକ୍ଷା ମୁଁ ସବୁବେଳେ ତାହା ପିନ୍ଧେ, ଯାହା ମୋତେ ଆରାମ ଦେଇଥାଏ। ଶୋ’ ପାଇଁ ଆମର କପଡାର ଚୟନ କରିବା କୁବ୍ କଷ୍ଟକର ହୋଇଯାଇଥାଏ।’ ଉଲ୍ଲେଖନୀୟ ଯେ, ସନୋଜ ଯଦିଓ ୭ କୋଟି ଟଙ୍କା ମୂଲ୍ୟ ପ୍ରଶ୍ନର ଉତ୍ତର ଦେଇପାରିନଥିଲେ କିନ୍ତୁ ୧ କୋଟି ଟଙ୍କାର ଧନରାଶି ଜିତି ଖୁବ୍ ଖୁସି ବ୍ୟକ୍ତ କରିଥିଲେ। ସନୋଜ ବିହାରର ଜହାନାବାଦର ହୋଇଥିବା ବେଳେ ତାଙ୍କର ବାପା ଜଣେ କୃଷକ। ସନୋଜ ଏବେ ଆଇଏଏସ୍ ହେବାପାଇଁ ପ୍ରସ୍ତୁତି କରୁଛନ୍ତି। କରୋଡପତି ହେବାପରେ ସନୋଜ ତାଙ୍କର ସବୁ ଟଙ୍କାର ପରିବାର ଲୋକଙ୍କୁ ଦେଇଛନ୍ତି।

   ସମ୍ବନ୍ଧିତ ଖବର


ମୋଦିଙ୍କ ଜୀବନୀକୁ ନେଇ ୱେବ୍‌ସିରିଜ: ଦ୍ବିତୀୟ ସିଜନ୍ ରହିଛି ମୁଖ୍ୟମନ୍ତ୍ରୀ ଠାରୁ ପ୍ରଧାନମନ୍ତ୍ରୀ ହେବାର କାହାଣୀ

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା, ଶାହାରୁଖଙ୍କ ଝିଅ ସୁହାନା ଦେଲେ ଏଭଳି କମେଣ୍ଟ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜରଙ୍କ ଘରୁ ମିଳିଲା ଡ୍ରଗ୍ସ…

ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀଙ୍କୁ ଗିରଫ ହେବା ଭୟ, ରିୟାଙ୍କ ଏଫଆଇଆର ବିରୋଧରେ ଗଲେ ହାଇକୋର୍ଟ

ସୋସିଆଲ ମିଡିଆରେ ନିଆଁ ଲଗାଇଲା କିମ୍ ଶର୍ମାଙ୍କ ବିକିନି ଅବତାର

ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ